Categories: ଫୁରସତ

ଛୁଆଙ୍କୁ ଧରି ବୁଲୁଥିଲା ଜାତୀୟ ପକ୍ଷୀ: ପଛରୁ ଛକିଥିଲା ପଶୁ, ଆଉ ତାପରେ

ଜାତୀୟ ପଶୁ ଓ ପକ୍ଷୀକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ମୟୂର ତାର ଛୁଆକୁ ନେଇ ବୁଲୁଥିବା ବେଳେ ବାଘ ତାକୁ ଶିକାର କରିବାକୁ ଆସୁଛି। ଏହା ଜାଣିପାରି ଜାତୀୟ ପକ୍ଷୀ ଛୁଆଙ୍କୁ ଧରି ଉଡ଼ିଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ଆମ ସ୍ବାଧୀନତା ଦିବସରେ ପତାକା ଉଡ଼ିବା ଭଳି ଜାତୀୟ ପକ୍ଷୀ ଜାତୀୟ ପଶୁଠାରୁ ଉଡ଼ିଯାଏ। ଜାତୀୟ ପ୍ରତୀକ ଆମ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share