ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ

ବାରଙ୍ଗ,୭।୧୦:(ଡି.ଏନ୍‌.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର ଜର୍ମାନୀ ନାୟକ(୫୪)। ସେ ନନ୍ଦନକାନନର ରାତ୍ରି ଜଗୁଆଳି ହୋଇ ଷ୍ଟୋର ବିଭାଗ ଅଧୀନରେ ମାଳି କାମ କରୁଥିଲେ। ତେବେ ନନ୍ଦନକାନନରେ ଚାଲିଥିବା ଏକ ବୈଠକରେ ଉପସ୍ଥିତ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ଘଟଣାସ୍ଥଳକୁ ଯିବା ବଦଳରେ ଘରକୁ ଚାଲିଯାଇଥିଲେ। ଏହା ଗ୍ରାମବାସୀ ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ଉପନିର୍ଦ୍ଦେଶକ ଏଠାକୁ ନ ଆସିବା ଯାଏ ମୃତଦେହ ଉଠାଯିବ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ଏପରିକି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି କରିଥିଲେ। ଶେଷରେ ୨ଘଣ୍ଟା ବିଳମ୍ବ ଅର୍ଥାତ୍‌ ପାଖାପାଖି ୪ଟାରେ ନନ୍ଦନକାନନ ଉପନିର୍ଦ୍ଦେଶକ ଆସିବା ସହ ମୃତ ପରିବାରଙ୍କୁ ମୃତଦେହ ସତ୍କାର ପାଇଁ ୫ହଜାର ଟଙ୍କା ଓ ପରିବାରର ଜଣକୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦେବାରୁ ମୃତଦେହ ଉଠିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ଖବର ଅନୁଯାୟୀ, ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ ଦ୍ୱିପ୍ରହରରେ ଜର୍ମାନୀ ଯୋଗଦେଇ କାମ କରୁଥିଲେ। ଏହି ସମୟରେ ଗୁଳୁଗୁଳି ସାଙ୍ଗକୁ ଅତ୍ୟଧିକ ହାଲିଆ ଲାଗିବାରୁ ବଗିଚାରେ ଥିବା ଏକ ସିମେଣ୍ଟ ବେଞ୍ଚରେ ବିଶ୍ରାମ ନେଉଥିବାବେଳେ ଟଳି ପଡିଥିଲେ। ପରେ ସ୍ଥାନୀୟ ଦୋକାନର ଜଣେ କର୍ମଚାରୀ ବଗିଚାକୁ ପାଣିନେବାକୁ ଆସିଥିବାବେଳେ ଜର୍ମାନୀଙ୍କ ମୃତ୍ୟୁ ହୋଇଥିବା ଦେଖି ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ। ନନ୍ଦନକାନନ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ ଏହି ଖବର ଜାଣିବା ପରେ ବୈଠକ ଅଧାରୁ ବନ୍ଦ ହୋଇଥିଲା। ପର୍ଯ୍ୟଟକ ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା, ଷ୍ଟୋର ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର କମଳ ପଟ୍ଟନାୟକ ଘଟଣାସ୍ଥଳକୁ ଆସିଥିବାବେଳେ ଅନ୍ୟ ଅଧିକାରୀମାନେ ନ ଆସି ପଳାଇ ଯାଇଥିଲେ। ଅନ୍ୟପଟେ ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହ ଜିଲା ପରିଷଦ ସଭ୍ୟ କୁନାଲ ରାଉତ ଓ ନାରୀ ଜାଗରଣ ମଞ୍ଚର ସଭାନେତ୍ରୀ ତଥା ରଘୁନାଥପୁର ସମିତିସଭ୍ୟା ଝୁନା ରାଉତ ପହଞ୍ଚତ୍ ଏହା ଜାଣି ହୋହଲ୍ଲା କରିଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ନେବାକୁ ଉଦ୍ୟମ କରିବା ବେଳେ ଗ୍ରାମବାସୀ ଅଟକାଇ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri