କେନ୍ଦୁଝର ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳିଲା

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳି ଧରଣୀଧର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ନାମରେ ନାମିତ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଚିଠି ନଂ ୭୬୯ ତା ୧୧/୦୧/୨୦୨୩ରେ ବିିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟପାଳଙ୍କ ଆଦେଶାନୁସାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିିବ ନାମକରଣ ପାଇଁ ନିର୍ଦ୍ଦେଶନାମା ଜାରି କରିିଛନ୍ତି। ଦୀର୍ଘଦିନ ହେଲା ଏହାର ନାମକରଣ ଧରଣୀଧରଙ୍କ ନାମରେ କରିବା ପାଇଁ ଦାବି ହୋଇ ଆସୁଥିଲା। ଧରଣୀଧର ଜଣେ ବିପ୍ଲବୀ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜତନ୍ତ୍ର ବିରୋଧରେ ପ୍ରଜାମେଳି କରି ଦୀର୍ଘବର୍ଷ ଧରି ଲଢ଼ି ଆସୁଥିଲେ। ତାଙ୍କ ନାମରେ ଏହାର ନାମକରଣ କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।