ସେ ଯେଉଁ ସଙ୍ଗୀତ ସାନ୍ନିଧ୍ୟ

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହୀ/ଦେହ ଧରି କିଏ ପାରିବ ରହି!“- ଖୁବ୍‌ ମର୍ମସ୍ପର୍ଶୀ ଏ କାବି୍ୟକ ଉଚ୍ଚାରଣ ଜୀବନ ଓ ବଞ୍ଚିବା ସମ୍ପର୍କରେ କେଡ଼େବଡ଼ ସତ୍ୟଟିଏ ଉପସ୍ଥାପନ ନ କରେ! ସୂର୍ଯ୍ୟ ନ ଥିବେ ଅଥଚ ସଂସାର ଥିବ ପୁଣି ବଞ୍ଚିବା ଥିବ ଆଉ ବନ୍ଧୁ ନ ଥିବେ – ଏ ପ୍ରକାର ସ୍ଥିତି ବିକଳ ଏବଂ ଅସମ୍ଭବ ମଧ୍ୟ। ବ୍ୟକ୍ତିର ସମ୍ଭବ, ତା’ର ସଂସ୍ଥିତି ଆଉ ତା’ର ସକଳ ସମ୍ଭାବନାର ସୌନ୍ଦର୍ଯ୍ୟ ଏଇ ଦୁଇ ଶକ୍ତି ଉପରେ ନିର୍ଭର କରିଥାଏ। ସୂର୍ଯ୍ୟ ଓ ବନ୍ଧୁତ୍ୱର ବୌଦ୍ଧିକ ବ୍ୟବଚ୍ଛେଦ କଲେ ଏହା ପ୍ରାଞ୍ଜଳ ହୋଇଉଠିବ ଯେ ସୂର୍ଯ୍ୟ ଏକ ସଙ୍ଗୀତ ପୁଣି ବନ୍ଧୁ ମଧ୍ୟ ଏକ ସଙ୍ଗୀତ। ସଙ୍ଗୀତର ଆତ୍ମା ହେଉଛି ଅର୍ଥାତ୍‌ ସମ୍ମେଳନ ବିଭିନ୍ନ ରାଗର ସମ୍ୟକ୍‌ ମିଳନ ନ ହେଲେ ସଙ୍ଗୀତ ସୃଷ୍ଟି ହୋଇପାରେନା। ଅର୍ଥାତ୍‌ ସାରେଗାମାପାଧାନିର ଆତ୍ମିକ ମିଳନ ଉପରେ ସଙ୍ଗୀତ ପରି ନାନ୍ଦନିକ କଳା ପ୍ରତିଷ୍ଠିତ। ଏହି ସପ୍ତସ୍ବର (ଷଡ଼ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ ଓ ନିଷାଦ) ପରସ୍ପରର ପରିପପୂରକ ଏବଂ ଗୋଟିଏ ଅନ୍ୟଟିର ସତ୍‌ସଙ୍ଗ ଲାଭ କରିବାକୁ ସତୃଷ୍ଣ ଓ ସାଗ୍ରହୀ ା ଏହା କେବଳ ସୂକ୍ଷ୍ମତତ୍ତ୍ୱର କଥା ନୁହଁ, ଏହା ପରୀକ୍ଷଣୀୟ ମଧ୍ୟ ା ମନେହୁଏ ଆରମ୍ଭ ‘ସା’ର ଅଗ୍ରଗତି ଅବା ଉତ୍‌ଥାନ ପାଇଁ ରେ, ଗା,.. ଇତ୍ୟାଦି ମଧ୍ୟ ରାଗଗୁଡ଼ିକର ଯେପରି ପ୍ରୟୋଜନ, ଠିକ୍‌ ସେହିପରି ମଧ୍ୟ ଆବଶ୍ୟକ ଶେଷ ‘ନି’ର। ଏଣୁ ଏଠାରେ ଆରମ୍ଭ (ଆଦ୍ୟ), ଆପଣାରେ ଶ୍ରୀ ଓ ଶ୍ରେୟ ପାଇଁ ମଧ୍ୟକୁ ଲୋଡ଼େ ପୁଣି ଏ ଉଭୟ ପରିପୂର୍ଣ୍ଣତା ଲାଭ କରନ୍ତି ଶେଷ ‘ନି’ରେ। ରାଗ/ସ୍ବରମାନଙ୍କର ଏତାଦୃଶ ଆଚରଣକୁ ଆମେ ‘ସଖାଭାବ’ ବୋଲି ନାମିତ କରିପାରିବା, ଯେଉଁଭାବ ବିଭାବର ସମୃଦ୍ଧ ସତେଜ, ସହଗ, ସହଜ ସଶ୍ରଦ୍ଧ ଓ ସମର୍ପିତ ହୋଇ ସଙ୍ଗୀତର ଏଇ ଅବିଚ୍ଛେଦ୍ୟ ଅଙ୍ଗମାନ ପରସ୍ପରକୁ ଅଖଣ୍ଡ ଓ ଆଶ୍ଳିଷ୍ଟ କରିବା ସହ ସଙ୍ଗୀତକୁ ସଂସାରର ସ୍ୟମନ୍ତକ କରିଥାନ୍ତି।
ଫଳରେ ସଂସାରରେ ଭୂମିଷ୍ଠ ହୋଇ, ସଂସାର ସହ ବାଟଚାଲିବାର ଆସ୍ପୃହା ପୋଷଣ କରି, ବ୍ୟକ୍ତି କଦାଚ ଭୀରୁ କି ଭୋଗୀ ଅବା ଉପାୟକ ଭୈରବ ପାଲଟିଯାଏ ନାହିଁ। ପକ୍ଷାନ୍ତରେ ସେ ଅନୁକ୍ଷଣ ପାଲଟୁଥାଏ ଭାବରୂପ। ତା’ର ସମଗ୍ର ସଭା ସଙ୍ଗୀତମୟ ହୋଇଯାଇଥିବାରୁ ସେ ଗାଇ ଉଠେ- ”The hills are alive with the sound of music, / With songs they have sung for a thousand years. / The hills fill my heart with the sound of music, / My heart wants to sing ev’ry song it hears“ – (ଅସ୍କାର ହାମେରଷ୍ଟେନ (୨)। ୧୮୯୫-୧୯୬୦, ଦି ସାଉଣ୍ଡ ଅଫ ମ୍ୟୁଜିକ୍‌)। ଅର୍ଥାତ୍‌ ସଙ୍ଗୀତର ଧ୍ୱନିରେ ପାହାଡ଼ମାନ ଜୀବନ୍ତ; ହଜାର ହଜାର ବର୍ଷଧରି ସେମାନେ ଗୀତ ଗାଇ ଆସିଛନ୍ତି, ସଙ୍ଗୀତର ଧ୍ୱନିରେ ସେମାନେ ମୋର ହୃଦୟ ପୂର୍ଣ୍ଣ କରିଛନ୍ତି। ମୁଁ ଶୁଣିଥିବା ପ୍ରତ୍ୟେକ ଗୀତକୁ ମୋର ହୃଦୟ ଗାନ କରିବାକୁ ଚାହେଁ। ବିଂଶ ଶତାବ୍ଦୀର ଏ କବିଙ୍କର ଏହି ପ୍ରାଣୋଚ୍ଛଳ ଗାନ ମଧ୍ୟରେ ସଙ୍ଗୀତ ପ୍ରତି ଯେପରି ଶ୍ରଦ୍ଧା ଅନୁରଣିତ ସେହିପରି ମଧ୍ୟ ପ୍ରତୀକିତ ହୋଇଛି ତାଙ୍କର ଭିନ୍ନ ଏକ ବଞ୍ଚତ୍ବାର ଆସ୍ପୃହା। ପାହାଡ଼ର ଯେଉଁ ସଙ୍ଗୀତ ଶ୍ରବଣରେ କବିଙ୍କର ପ୍ରାଣ ପୁଲକିତ, ସେ ସେହି ସଙ୍ଗୀତଗୁଡ଼ିକୁ ଗାନ କରିବାକୁ ଉତ୍କୁଳ। ଏହା ଏକ ଭାବୋଦୀପ୍ତତାକୁ ଇଙ୍ଗିତ କରିଥାଏ। ସଙ୍ଗୀତ, ଭାବ ସଂଚାର କରେ ପାହାଡ଼ରେ ପୁଣି ମଣିଷଠାରେ ା
ଫଳରେ ଏହାର ଲାଳିତ୍ୟରେ ମୁଗ୍ଧ ଶ୍ରୋତା ସାମାନ୍ୟ, ସ୍ବାଭାବିକ, ସ୍ବାର୍ଥୀ ଜୀବନ ଯାପନ କରିବା ପରିବର୍ତ୍ତେ ଏକ ସମ୍ୟକ ଜୀବନ ଯାପନ କରେ ଯେଉଁଥିରେ ଭରି ରହିଥାଏ ସମସ୍ତଙ୍କ ସହ ମିଶିଯିବାର ମହାଭାବ- ”ଓଁ ସହନାବତୁ, ସହନୌଭୁନକ୍ତୁ, ସହ ବୀର୍ଯ୍ୟ କରବାବହୌ / ତେଜସ୍ବୀନା ବଧିତ ମସ୍ତୁ, ମା ବିଦ୍ୱିଷା ବହି“ ା ସମସ୍ତଙ୍କ ସହ ମିଶିବି, ସମସ୍ତଙ୍କ ସହ ମିଳିବି, ସମସ୍ତଙ୍କର ହେବି (ତେଣୁ ସମସ୍ତେ ମଧ୍ୟ ମୋର ହେବେ) ଏବଂ ଏହିପରି ହୋଇ ହୋଇ ପରିଶେଷରେ ମୁଁ ”ସମସ୍ତ“ ହୋଇଯିବି ଯାହାର ଅନ୍ୟ ନାମ ମୋକ୍ଷ ବା ନିର୍ବାଣ ଯାହା ଯେ କୌଣସି ବ୍ୟକ୍ତିର ସର୍ବଶ୍ରେଷ୍ଠ ପରିଣତି, ସର୍ବଶ୍ରେଷ୍ଠ ସୌଭାଗ୍ୟ, ସର୍ବଶ୍ରେଷ୍ଠ ସିଦ୍ଧି, ସର୍ବଶ୍ରେଷ୍ଠ ସଂକଳ୍ପର ସର୍ବୋତ୍ତମ ଶ୍ରେୟ।
ସଙ୍ଗୀତ ସହ ଏକ ସାତ୍ତ୍ୱିକ ସାନ୍ନିଧ୍ୟ କେତେ ପାଖର, କେତେ ନିଜର ପୁଣି କେତେ ଗଭୀର! ଆମ୍ଭେମାନେ ସଙ୍ଗୀତ ଶୁଣୁଛୁ କିନ୍ତୁ ତା’ର ସାନ୍ନିଧ୍ୟକୁ ମନ କରୁନାହୁଁ। ଯେଉଁ ସଙ୍ଗୀତ ଗାନକାରୀ ତାଙ୍କର ଅନ୍ୟ ପରିବେଷଣରେ ଆମକୁ ଅପାର୍ଥିବ ଜଗତକୁ ନେଇ ଯାଆନ୍ତି ତାଙ୍କର ସେହି ଭାବ ମୁଦ୍ରାଟିକୁ କଦାଚ ଗୁଣି ହେଉନାହୁଁ। ସେ ଭାବ ଆଉ କିଛି ନୁହଁ, ତାହା ହେଉଛି ସଙ୍ଗୀତ ସହ ଅନନ୍ୟ ହେବାର ସାନ୍ଦ୍ରତା। ତା’ ନ ହେଲେ କୌଣସି ସଙ୍ଗୀତ ଗାନକାରୀ ଶ୍ରୋତୃମଣ୍ଡଳୀର ଚିତ୍ତ ହରଣ କରି ପାରିବେ ନାହିଁ। ସେ ସଙ୍ଗୀତର ଐକ୍ୟତାନରେ ବିମୁଗ୍ଧ, ବିଗଳିତ ଓ ବିହରିତ ହେବା ଫଳରେ ସକଳ ସଂକୋଚନକାରୀ ଅହଂଠାରୁ ମୁକ୍ତିଲାଭ କରିପାରନ୍ତି। ଫଳରେ ସେ ଅନାବଦ୍ଧ ହୋଇ ପ୍ରସାରିତ ହେବାରେ ଲାଗିଥାନ୍ତି ଠିକ୍‌ ସଙ୍ଗୀତ ଯେପରି ‘ସା’ ରାଗଠାରୁ ପ୍ରସାରିତ ହୋଇ ନି ପର୍ଯ୍ୟନ୍ତ ଲମ୍ବିଯାଏ। ସଙ୍ଗୀତଗାନକାରୀଙ୍କ ଏହି ସମାଧି ଅବସ୍ଥା ଆମ ସମସ୍ତଙ୍କ ପାଇଁ କେତେ ଦରକାରୀ! ଏହି ସତ୍ୟଟିକୁ ଉପଲବ୍ଧି କରି ତାକୁ ଆପଣା ଜୀବନରେ ଗଅଣ୍ଠେଇ ଦେବାପାଇଁ ଆମେ କାହିଁକି ଉଦାସୀନ ଓ ଅନିଚ୍ଛୁକ? ଥରେ ସଙ୍ଗୀତର ଏତାଦୃଶ ସତ୍‌ସଙ୍ଗରେ ଯୋଗଦେଲେ ଆମେ କେବେ ବି ସଂସାରର ଅଭିଶାପ ପାଲଟି ଯାଆନ୍ତେ ନାହିଁ କି ନିଜକୁ ଅଭିଶପ୍ତ କରନ୍ତେ ନାହିଁ। ଯଦି ସମସ୍ତଙ୍କ ମେଳରେ ରହିବା ପାଇଁ ମୁଁ ନାମକ ବ୍ୟକ୍ତିଟି ସଂସାରରେ ଅବତୀର୍ଣ୍ଣ ତା’ ହେଲେ ସେ କିପରି ଓ କାହିଁକି ସେହି ‘ମେଳ’ର ଅମର୍ଯ୍ୟାଦା କରିବ ଗୁଡ଼ାଏ ଅଯଥା ‘ମେଳି’ କରି। ମେଳ ହିଁ ଜୀବନ, ମେଳି ହିଁ ମୃତ୍ୟୁ। ମେଳ ମିଶାଏ, ମେଳି ଫେଡ଼ାଏ, ମେଳ ମିଳନ ମେଳି ବିଚ୍ଛେଦ, ମେଳ ଓଁକାର, ମେଳି ହୁଁକାର। ପ୍ରଥାଟି ଜୀବନକୁ ଆ, ଆ କହିବା ବେଳେ, ଦ୍ୱିତୀୟଟି ଜୀବନକୁ ଯା, ଯା କହୁଥାଏ। ଗୋଟିଏ ଆତ୍ମଶୃଙ୍ଗାରର ବିହାୟସରେ ଉଡ଼ନ୍ତା ବିହଙ୍ଗଟିଏ ହୋଇଥିବା ବେଳେ ଦ୍ୱିତୀୟ ଅହଂ ଶ୍ମଶାନର ଖାଁ ଖାଁରେ ଏକ ଅତୃପ୍ତ, ଅଶୁଦ୍ଧ, ଅଶାଳୀନ ଅହିରାଜ।
ମେଳ ଅବା ମିଳନର ଜୀବନ୍ତ ପ୍ରତିଭୂ ସଙ୍ଗୀତ, ଆମେ ଏପର୍ଯ୍ୟନ୍ତ ଚାଲି ନ ଥିବା ”ବାଟ“କୁ ଆମକୁ ଫେରାଇ ଆଣି ପାରିବ ଏପର୍ଯ୍ୟନ୍ତ ଦେଖି ନ ଥିବା ସ୍ବପ୍ନକୁ ଦେଖାଇ ପାରିବ, ଏ ପର୍ଯ୍ୟନ୍ତ କରି ନ ଥିବା ସଂକଳ୍ପ ପ୍ରତି ଆମକୁ ସମ୍ମତ କରାଇ ପାରିବ, ଏପର୍ଯ୍ୟନ୍ତ ଆରମ୍ଭ କରି ନ ଥିବା ସାଧନାର ବୋଧିଦ୍ରୁମ ନିକଟକୁ ଟାଣିନେଇ ପାରିବ। କାରଣ ସଙ୍ଗୀତ ଜୀବନର ସଙ୍ଗାତ, ଜଗତର ସୁଷୁମ୍ନା। ସଙ୍ଗୀତର ସଙ୍ଗୀ ହୋଇ ଆମେ ଆତ୍ମବିନାଶରୁ ରକ୍ଷା ପାଇ ଜଗତର ଯଜ୍ଞକୁଣ୍ଡରେ ଆତ୍ମାହୁତି ପାଇଁ ଘରୁ ଗୋଡ଼ କାଢ଼ିବା କି?

ବ୍ରଜମୋହନ ମିଶ୍ର

ଭଦ୍ରକ, ମୋ : ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri