ତମ୍ବା ପଇସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ନୂଆପଡା ଅଫିସ,୨୮ା୮
ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ନୂଆପଡା ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କେରମେଲି ଗାଁର ଅଚ୍ୟୁତ ମାଝୀ(୩୪), ନିରଞ୍ଜନ ମାଝୀ(୨୫) ଏବଂ ସିଆଲଟିର ତୁଳାରାମ ମାଝୀ(୩୨)। ଅଭିଯୁକ୍ତଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ଠେଙ୍ଗା ଉଦ୍ଧାର ହୋଇଛି ା ସେମାନଙ୍କ ବିରୁଦ୍ଧରେ ଦଫା ୩୦୨, ୨୦୧(୩୪) ରେ ଏକ ମାମଲା (ନଂ.୧୦୩/୨୦) ରୁଜୁ କରି ଗୁରୁବାର ସନ୍ଧ୍ୟାରେ ନୂଆପଡା କୋର୍ଟକୁ ଚାଲାଣ କରାଯାଇଛି । ତମ୍ବା ପଇସା କିଣାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଗତ ୧୫ତାରିଖରେ ଘାଟିପଡା ଗାଁର ପିଣ୍ଟୁ ସାହୁ(୨୫) ନାମକ ଜଣେ ଯୁବକ ନିଜ ସମ୍ପର୍କୀୟ କାକା ଡମ୍ବରୁ ସାହୁ, କୋମନା ଥାନା ଅନ୍ତର୍ଗତ ରେଙ୍ଗାବାହାଲ ଗାଁର ପଦ୍ମନ ମାଝୀ(୪୫)ଙ୍କ ସହ ମିଶି କେରମେଲି ପାହାଡ ଅଭିମୁଖେ ବାହାରିଥିଲେ। ଡମ୍ବରୁ ପାହାଡ ତଳେ ଅଟକି ରହିଥିବାବେଳେ ପଦ୍ମନ ଏବଂ ପିଣ୍ଟୁ ଉପରକୁ ଚଢିଥିଲେ। ସେଠାରେ ଯୋଜନା ମୁତାବକ ତମ୍ବା ପଇସା ବିକ୍ରି କରିବାକୁ ଅଚ୍ୟୁତ, ନିରଞ୍ଜନ ଏବଂ ତୁଳାରାମ ଅଟକି ରହିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ତମ୍ବା ପଇସା କିଣାବିକାକୁ ନେଇ ବାକ୍‌ ବିତଣ୍ଡା ହୋଇଥିଲା । ଶେଷରେ ଅଭିଯୁକ୍ତ ତିନିଜଣ ଠେଙ୍ଗା ସାହାଯ୍ୟରେ ପିଣ୍ଟୁ ଏବଂ ପଦ୍ମନଙ୍କୁ ନିସ୍ତୁକ ପିଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ସେମାନଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇ ମୃତଦେହ ଦୁଇଟିକୁ ବଙ୍ଗାଘାଟରେ ଫିଙ୍ଗି ଦେଇଥିଲେ। ସେପଟେ ବିଳମ୍ବ ହେବାରୁ ପାହାଡ ତଳେ ଜଗି ରହିଥିବା ଡମ୍ବରୁ ଘରକୁ ଫେରିଆସିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଡମ୍ବରୁଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଚଳାଇଥିଲା। ଶେଷରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri