ବୃଦ୍ଧାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼ ଅଫିସ,୧୨ା୯: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋବିନ୍ଦପୁର ଗ୍ରାମର ଗୋଲେଖ ଧରୁଆ(୨୮) ବୋଲି ବରଗଡ଼ ସଦର ଥାନା ଅଧିକାରୀ ଦିଲ୍ଲୀପ କୁମାର ବେହେରା କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଅଭିଯୁକ୍ତ ଗୋଲେଖ ଉକ୍ତ ଗ୍ରାମର ସ୍ବର୍ଗତ ଇନ୍ଦ୍ର ଧାରୁଆଙ୍କ ସ୍ତ୍ରୀ ସଉତୀଙ୍କୁ ସିମେଣ୍ଟ ଇଟାରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ସହିତ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ବୃଦ୍ଧାଙ୍କ ପୁଅ ବସୁଦେବ ସଦର ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କ ଏତଲାକୁ ଭିତ୍ତି କରି ଏକ ମାମଲା (ନଂ-୨୬୧/୨୦୨୦) ରୁଜୁ ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।