ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍‌ ରହିଛି। ରିଲିଜ୍‌ ହେବା ପୂର୍ବରୁ ସିନେମା ହଲରେ ଟିକେଟ୍‌ ଶେଷ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ତେବେ ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରି କେମିତି କ’ଣ ରହିଛି ତାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହା ବ୍ୟତିତ ଆଲିଆ ଭଟ୍ଟ,ଅଜୟ ଦେବଗନ ନଜର ଆସିବେ। କରୋନା ଯୋଗୁ ଫିଲ୍ମର ରିଲିଜ୍‌ ତାରିଖକୁ ଅନେକ ଥର ସ୍ଥଗିତ ରଖାଯାଇଥିଲା। ଫିଲ୍ମଟି ଅନେକ ଭାଷାରେ ରିଲିଜ୍‌ ହେବ।

Share