୧୯ରୁ ପ୍ରଦର୍ଶନ ହେବ ଚଳଚ୍ଚିତ୍ର ‘ଫାଲଗୁନ – ଚୈତ୍ର’

ପୁରୀ ଅଫିସ, ୧୭।୫: ପୁରୀ ପୌରସଦନ ପରିସରରେ ଆସନ୍ତା ୧୯ ତାରିଖଠାରୁ ୩ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଦର୍ଶନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ଆୟୋଜକମାନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ପିନାକୀ ଶ୍ରୀଚନ୍ଦନ ସୂଚନା ଦେଇ କହିଛନ୍ତି, ଗତ କିଛିବର୍ଷ ହେବ ଓଡ଼ିଶାରେ କେତେଜଣ ସ୍ବାଭିମାନୀ ନିର୍ମାତା ଭଲ ସିନେମା ନିର୍ମାଣରେ ଲାଗିଛନ୍ତି। ବର୍ତ୍ତମାନ ଆମ ରାଜ୍ୟରେ ଅନେକ ସ୍ଥାନରେ ଭଲ ସିନେମା ହଲ୍‌ର ଅଭାବ ରହିଛି। ଏପରିକି ଯେଉଁଠାରେ ଓଡ଼ିଆ ସିନେମାର ସୃଷ୍ଟି, ସେହି ପୁରୀରେ ଭଲ ସିନେମା ହଲ୍‌ ନାହିଁ। ମହାବାତ୍ୟା ଫନୀ ପରେ ପୁରୀର କୌଣସି ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ଅବସ୍ଥାରେ ନାହିଁ। ଭିତ୍ତିିଭୂମିର ଅଭାବ ଯୋଗୁ ସ୍ବଳ୍ପ ସମୟ ମଧ୍ୟରେ କୌଣସି ପ୍ରେକ୍ଷାଳୟ କିଛି ମାତ୍ରାରେ ମରାମରି ହୋଇପାରିବା ମଧ୍ୟ ସମ୍ଭବପର ନୁହେଁ। କିନ୍ତୁ ପ୍ରେକ୍ଷାଳୟର ଅଭାବ କୌଣସି ପ୍ରକାରେ ସିନେ ପ୍ରେମୀଙ୍କୁ ଏକ ବଡ଼ ପରଦାରେ ଚଳଚ୍ଚିତ୍ରକୁ ଉପଭୋଗ କରିବାରୁ ବଞ୍ଚତ୍ତ କରିବା ଉଚିତ ନୁହେଁ। ସେଥିପାଇଁ ପୁରୀ ଟାଉନ୍‌ ହଲ୍‌ରେ ଜାନୁୟାରୀରେ ଦମନ ଓ ଫେବୃୟାରୀରେ ପ୍ରତୀକ୍ଷା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଭଲ ସିନେମା ସହିତ ଉତ୍ତମ ଆତିଥେୟତା ପ୍ରଦାନ କରିବା ଆମ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୁରୀବାସୀ ମଧ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ ଅଧିକାଂଶ ଲୋକଙ୍କ ଦାବି ଥିଲା ନିୟମିତ ବ୍ୟବଧାନରେ ଏଭଳି ସୁବିଧା ସହିତ ସିନେମା ପ୍ରଦର୍ଶନ କରାଯାଉ। ଫଳରେ ଏକ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଥମ ଓଡ଼ିଆ ସିନେମା ଭାବେ ସାରା ବିଶ୍ୱରେ ରିଲିଜ୍‌ ହୋଇ ଦର୍ଶକୀୟ ପ୍ରଶଂସା ସାଉଁଟୁଛି। ଓଡ଼ିଆ ଉପନ୍ୟାସ ଲେଖିକା ସୁଲଗ୍ନା ମହାନ୍ତି ଏହାର କାହାଣୀ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ପୁରୀବାସୀଙ୍କ ପାଇଁ ଆସନ୍ତା ୧୯, ୨୦, ୨୧ ତାରିଖରେ ଟାଉନ୍‌ ହଲ୍‌ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ୫ଟି ଶୋ’ରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଅଧିକରୁ ଅଧିକ ଲୋକ ଦେଖିପାରିବା ଲାଗି ସକାଳ ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନ ୩ଟ, ସନ୍ଧ୍ୟା ୬ଟା ଏବଂ ରାତି ୯ଟାରେ ସିନେମା ପ୍ରଦର୍ଶନ କରାଯିବ। ଟାଉନ ହଲରେ ୨୪ ଫିଟ୍‌ ୱାଇଡର ବଡ଼ ଏଲ୍‌ଇଡି ପରଦା ଲଗାଯିବ ଏବଂ ସରାଉଣ୍ଡ ସାଉଣ୍ଡ, ଏୟାର କଣ୍ଡିଶନ ହଲ୍‌ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଟାଉନ୍‌ ହଲ୍‌ରେ ଆଗରୁ ରହିଛି, ଯାହାକି ସିନେମା ହଲ୍‌ ଅଭାବକୁ ପୂରଣ କରିବ। ଟିକେଟର ମୂଲ୍ୟ ୧୦୦ ଏବଂ ୧୨୦ ଟଙ୍କା ରହିଛି। ସେହିପରି ସାବିତ୍ରୀ ଉପଲକ୍ଷେ ମହିଳା ଦର୍ଶକଙ୍କ ପାଇଁ ଏକ ଲକି ଡ୍ର ପ୍ରତିଯୋଗିତା ହେବ ଏବଂ ୩ଜଣ ଭାଗ୍ୟଶାଳୀ ଦର୍ଶକଙ୍କୁ ଚଳଚ୍ଚିତ୍ରର କଳାକାରମାନଙ୍କ ଗହଣରେ ଆକର୍ଷଣୀୟ ଉପହାର ଦେଇ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି। ଚଳଚ୍ଚିତ୍ର ପାଇଁ ବୁଧବାରଠାରୁ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟାଉନ୍‌ ହଲ୍‌ ନିକଟରେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ୬ଟି ଦୋକାନରେ ଟିକେଟ ବିକ୍ରି କରାଯିବ। କଲେଜ ଛକସ୍ଥିତ ମଡର୍ଣ୍ଣ ଜେରକ୍ସ ଓ ବିଦ୍ୟାସାଗର ବୁକ୍‌ ଷ୍ଟୋର, ମରିଚିକୋଟ ଲେନ୍‌ସ୍ଥିତ ଦାସ ହାତ୍‌ୱ କେବୁଲ ଅଫିସ୍‌, ଜହ୍ନିମୁଣ୍ଡିଆ ଛକସ୍ଥିତ ଦୀପକ ମହାନ୍ତି ଦୋକାନ, ଲୋକନାଥ ରୋଡସ୍ଥିତ ଚୁଡ଼ି ମହଲ ଏବଂ ଟାଉନ୍‌ ହଲ୍‌ ଛକସ୍ଥିତ ଜଟିଆ ଦୋକାନରେ ଟିକେଟ ଉପଲବ୍ଧ ହେବ। ଉକ୍ତ ଖବରଦାତା ସମ୍ମିଳନୀରେ ସୌମ୍ୟ ରଞ୍ଜନ ଶତପଥୀ, ଅଭିଷେକ ଶ୍ରୀଚନ୍ଦନ, ବାଳକୃଷ୍ଣ ପୂଜାପଣ୍ଡା ଏବଂ ନିହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri