ଅନାହାରରେ ଆଖିବୁଜିଲେ ମା’, ବସୁନ୍ଧରା ଗଲେ ନାବାଳିକା ଝିଅ

ନିଶ୍ଚିନ୍ତକୋଇଲି,୨୮।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ନାଟକାଇ ଗ୍ରାମରେ ଅନାହାରରେ ମହିଳା ମୁତ୍ୟୁବରଣ କରିଛନ୍ତି। ପରେ ତାଙ୍କ ନାବାଳିକା ଝିଅକୁ ସିଡିପିଓ ସତ୍ୟଭାମା ବିଶୋଇ ବସୁନ୍ଧରାକୁ ପଠାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ଜିଲାର ସ୍ବର୍ଗତ ଅଶୋକ କୁମାର ନାୟକଙ୍କ ସ୍ତ୍ରୀ ଆରତୀ ନାୟକ(୪୨)ଙ୍କ ଅନାହାରରେ ମୃତ୍ୟୁ ଘଟିଛି । ଆରତୀ ଓ ତାଙ୍କ ଝିଅ ଅନାହାର ଓ ରୋଗରେ ଶଢ଼ୁଥିବା ନେଇ ଏକ ଖବର ଗତ ୧୬ ତାରିଖରେ ଅର୍ଥାତ୍‌ ୧୧ ଦିନ ତଳେ ଧରିତ୍ରୀରେ ପ୍ରକାଶ ପାଇଥିଲା। ତଥାପି ପ୍ରଶାସନ ଚେତିପାରିଲା ନାହିଁ। ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ଅନାହାର ଆଦି ଦୁର୍ଦ୍ଦଶା ଯେଭଳି ଗରିବ ଓ ଅସହାୟମାନେ ନ ଭୋଗିବେ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଅନେକ ଅସହାୟଙ୍କ ପାଖରେ ସେହି ସବୁ ଯୋଜନାର ସୁଫଳ ପହଞ୍ଚତ୍ପାରୁନାହିଁ। ସରକାର ଓ ଅସହାୟଙ୍କ ମଧ୍ୟରେ ସେତୁ ସାଜିଥିବା ପ୍ରଶାସନ ଯୋଜନାର ସଫଳ କାର୍ଯ୍ୟକାରିତାରେ ଆନ୍ତରିକତା ଦେଖାଉନାହିଁ। ଫଳରେ ଭୋକ ଓ ରୋଗରେ ଲୋକଙ୍କ ଜୀବନ ଚାଲିଯାଉଛି। ଭୋକ ଉପାସରେ ଆରତୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷୀୟା ଝିଅ ବେସାହାରା ହୋଇଯାଇଛନ୍ତି।
ଆରତୀଙ୍କ ମୃତଦେହ ୨୪ ଘଣ୍ଟା ହେବ ଘରେ ପଡ଼ିରହିଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ନ ଆସିବାରୁ ଖବରପାଇ ମାହାଙ୍ଗା ଭାଜପା ନେତା ସୁମନ୍ତ ଘଡେଇ ଘଟଣାସ୍ଥଳରେ ପହଞ୍ଚତ୍ କଟକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ବେଳେ ବିଡିଓ ବିରଞ୍ଚତ୍ ନାରାୟଣ ମଲ୍ଲିକ, ତହସିଲଦାର ଅନିତା ନାୟକ, ଆଇଆଇସି ଯୁଗଳକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଲୋକେ ବିଡିଓଙ୍କୁ ଘେରାବନ୍ଦୀ କରି କାହିଁକି ଆରତୀଙ୍କୁ ଠିକ୍‌ ସମୟରେ ପ୍ରଶାସନିକ ସହାୟତା ମିଳିଲାନି ବୋଲି ପ୍ରଶ୍ନ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିତ୍ବାବେଳେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମୁକୁନ୍ଦପୁର ଗ୍ରାମରେ ଦୀର୍ଘବର୍ଷ ହେବ ଅଶୋକ ଓ ୨ ନାବାଳିକା କନ୍ୟାଙ୍କ ସହ ଆରତୀ ରହି ଆସୁଥିଲେ। ଅଶୋକ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ପ୍ରାୟ ୪ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ଜମିବାଡ଼ି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଥିଲେ। ଏଭଳିସ୍ଥିତିରେ ତାଙ୍କର ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହେବା ଯୋଗୁ ପ୍ରଶାସନ ତରଫରୁ ତାଙ୍କୁ ବସୁନ୍ଧରାରେ ଥଇଥାନ କରାଯାଇଥିଲା। ନିକଟରେ ସମ୍ପୃକ୍ତା ନାବାଳିକା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅପରପକ୍ଷେ ଆରତୀ ଓ ସାନ ଝିଅ ଗ୍ରାମରେ ଜଣକ ଘରେ ଭଡ଼ାସୂତ୍ରରେ ରହି ଆସୁଥିଲେ। ତେବେ ଆର୍ଥତ୍କ ଅନଟନ ଯୋଗୁ ମା’ଝିଅ ପେଟକୁ ଦାନା ଓ ଦେହକୁ ଖଣ୍ଡେ କନା ଠିକ୍‌ ଭାବେ ପାଇପାରୁ ନ ଥିଲେ। ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ବିଧବା ଭତ୍ତା ଓ ୩ ଜଣଙ୍କ ନିମନ୍ତେ ମାଗଣା ଚାଉଳ ଯୋଗାଇ ଦିଆଯାଇଥିଲା। ସେତିକିରେ ଗୁଜୁରାଣ ମେଣ୍ଟୁ ନ ଥିଲେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ। ତେବେ ବଡ଼ ଝିଅର ବିଚ୍ଛେଦ ଚିନ୍ତାରେ ଆରତୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ କୌଣସି ମତେ ସାନଝିଅକୁ ବଞ୍ଚାଇ ରଖିଥିଲେ। ଗତ କିଛି ଦିନ ହେବ ଆରତୀ ଏକ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଥିଲେ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା। ଏପରିକି ତାଙ୍କ ଖାଦ୍ୟ ପାନୀୟ ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେ ଘରେ ଉଠିବସି ପାରୁ ନ ଥିଲେ। ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ସାନ ଝିଅ ଏବିଷୟରେ ଜାଣି ନ ପାରି ମା’ଶୋଇଛି, ଡାକିଲେ ଉଠୁନାହିଁ ବୋଲି ଗଁା ଲୋକଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘରକୁ ଯାଇ ଦେଖିଲା ପରେ ଆରତୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିଥିଲା। ତାଙ୍କ ଦେହରେ ପିମ୍ପୁଡି ଧାର ଲାଗିଥିତ୍ବା ବେଳେ ଘରୁ ପଚାଗନ୍ଧ ମଧ୍ୟ ବାହାରୁ ଥିଲା। ଏନେଇ ସ୍ଥାନୀୟ ସରପଞ୍ଚ ଜୟଦେବ ରାଉତ, ୱାର୍ଡସଭ୍ୟ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସରପଞ୍ଚ ରାଉତ ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓ ଏବଂ ସିଡିପିଓ ଓ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିବା ତ ଦୂରର କଥା ଏହା ଉପରେ କୌଣସି ପଦକ୍ଷେପ ମଧ୍ୟ ନେଇ ନ ଥିଲେ। ରିପୋର୍ଟ ଲେଖାହେଲାବେଳକୁ ଘରେ ମୃତଦେହ ପଡ଼ିରହିଥିଲା। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନ ଅଧିକାରୀ ସେଠାରେ ପହଞ୍ଚତ୍ଛନ୍ତି।
ଏ ସମ୍ପର୍କରେ ଧରିତ୍ରୀରେ ସେପ୍ଟେମ୍ବର ୧୬ରେ ‘ଅନାହାରରେ ବିତୁଛି ମା’ ଝିଅଙ୍କ ଜୀବନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଚିକିତ୍ସା ଅଭାବ ଓ ଅନାହାର କାରଣରୁ ଅକାଳରେ ଆରତୀ ଆଖିବୁଜିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri