Categories: ଫୁରସତ

ପିଲାଙ୍କ ପାଇଁ ମା’ ବି କରିପାରେ ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହଂସ ପାଣିରେ ଜମି ରହିଥିବା ଆବର୍ଜନା ଜରିକୁ ନିଜ ଥଣ୍ଟରେ କାଢ଼ି ବାହାରକୁ ପକାଉଛି। ଯେଉଁ କଥାକୁ ମଣିଷ ହୃଦୟଙ୍ଗମ କରି ନ ପାରି ପରିବେଶକୁ ଦୂଷିତ କରୁନ୍ତି, ସେହି କଥାକୁ ଏକ ହଂସ ଦୃଦୟଙ୍ଗମ କରିପାରିଛି। ହଂସ ତାର ଛୁଆଙ୍କୁ ଧରି ପାଣିରେ ଖେଳୁଥିବା ବେଳେ ପିଲାମାନେ କାଳେ ଆବର୍ଜନା ଜରିକୁ ଖାଇଦେବେ ସେ ନେଇ ମା’ ହଂସ ତା ଥଣ୍ଟରେ ଏସବୁକୁ ସଫା କରୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ହଂସ ଏହାକୁ ତା ପିଲାମାନଙ୍କ ପାଇଁ ହୃଦୟଙ୍ଗମ କରିଛି, ମଣିଷମାନେ ମଧ୍ୟ ଏହା ବୁଝିବା ଦରକାର। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

Share