Posted inଫୁରସତ

ବିଶ୍ୱର ସବୁଠୁ ଅସୁନ୍ଦର କୁକୁର

ସାନ ଫ୍ରାନ୍ସିସ୍କୋ : ସାଧାରଣତଃ କୁକୁରମାନେ ସ୍ନେହୀ ଓ ବିଶ୍ୱସ୍ତ ପ୍ରାଣୀ ଭାବେ ବେଶ୍‌ ଜଣାଶୁଣା। କେତେକ କୁକୁର ସେମାନଙ୍କ ସୋନ୍ଦର୍ଯ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସହ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥାନ୍ତି। ତେବେ ଏହାରି ଭିତରେ ଗୋଟିଏ କୁକୁର ବିଶ୍ୱର ସବୁଠାରୁ ଅସୁନ୍ଦର କୁକୁର ହେବାର ଆଖ୍ୟା ଅର୍ଜନ କରିଛି ।ପ୍ରତିବର୍ଷ ଆମେରିକାର କାଲିଫର୍ନିଆରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ, ଯେଉଁଠାରେ ସବୁଠାରୁ ଅସୁନ୍ଦର କୁକୁରକୁ ବିଜେତା ଭାବରେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏହି ପ୍ରତିଯୋଗିତାରେ ୱାଇଲ୍ଡ ଥାଙ୍ଗ୍‌ ନାମକ ଏକ କୁକୁରକୁ ସବୁଠାରୁ ଅସୁନ୍ଦର କୁକୁର ଭାବେ ଘୋଷଣା କରାଯାଇଛି।

ଆମେରିକାର ଓରେଗନରେ ରହୁଥିବା ଆନ୍‌ ଲୁଇସ୍‌ ନାମ୍ନୀ ଜଣେ ମହିଳାଙ୍କ ପୋଷା କୁକୁର ହେଉଛି ୱାଇଲ୍ଡ ଥାଙ୍ଗ୍‌। ଥାଙ୍ଗ୍‌ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ ୭ଟି କୁକୁରକୁ ହରାଇ ବିଜେତା ଘୋଷିତ ହୋଇଛି। ସୂଚନା ଅନୁଯାୟୀ, ୮ ବର୍ଷୀୟ ଏହି କୁକୁରଟି ପେକିଙ୍ଗିଜ୍‌ ନାମକ ଏକ ପ୍ରଜାତିର ହୋଇଥିବା ଜଣାପଡ଼ିଛି। ଥାଙ୍ଗ୍‌ ପୂର୍ବରୁ ଏହି ପ୍ରତିଯୋଗିତାରେ ୩ ଥର ଅଂଶଗ୍ରହଣ କରିସାରିଥିବାବେଳେ ସମସ୍ତ ଥର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ତେବେ ଥାଙ୍ଗ୍‌ ଡିଷ୍ଟେମ୍ପର ନାମକ ଏକ ରୋଗରେ ପୀଡ଼ିତ ରହିଛି। ଏହା ଏକପ୍ରକାରର ଭାଇରାଲ୍‌ ରୋଗ, ଯାହା ପଶୁମାନଙ୍କର ଶ୍ୱାସକ୍ରିୟାକୁ ସଂକ୍ରମିତ କରିଥାଏ। ଏହା ବ୍ୟତୀତ ଏହି ରୋଗ କୁକୁରମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଦୁର୍ବଳ କରିଥାଏ। ଏହି ପ୍ରତିଯୋଗିତାରେ ଜିତିବା ପରେ ଥାଙ୍ଗ ଓ ତାଙ୍କ ମାଲିକାଣୀ ଆନ୍‌ ଲୁଇସ୍‌ଙ୍କୁ ୫ ହଜାର ୟୁଏସ୍‌ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତା ଗତ ୫୦ ବର୍ଷ ଧରି କାଲିଫର୍ନିଆର ପଟାଲୁମାଠାରେ ଥିବା ସୋନୋମା-ମାରିନ ମେଳାରେ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ନା ବାପାମାଆ…. ଶହୀଦ ପରେ କାହାକୁ ମିଳେ କ୍ଷତିପୂରଣ ଟଙ୍କା?

ନୂଆଦିଲ୍ଲୀ,୧୩।୭: ଜୁଲାଇ ୧୯ ୨୦୨୩, ସିଆଚେନର ଏକ ସେନା ବଙ୍କରରେ ନିଆଁ ଲାଗିଯାଇଥିଲା। କିଛି ଯବାନ ସେହି ନିଆଁରେ ଫସି ଯାଇଥିଲେ। ନିଜ ସାଥୀମାନଙ୍କୁ ବିପଦରେ...

ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ…

ସମୁଦ୍ର ମଧ୍ୟରେ ମୂଲ୍ୟବାନ ମୋତି, ରତ୍ନ ପଥର, ପ୍ରାଣୀ ଆଦି ରହିଥିବା ସମସ୍ତେ ଜାଣିଛନ୍ତି। ମାତ୍ର ଏବେ ଏମିତି ଏକ ଜୀବ ଦେଖିବାକୁ ମିଳିଛି, ଯାହା...

ବୁଲ୍‌ଡୋଜରରେ ପହଞ୍ଚିଲେ ବର

ସନ୍ଥକବିର ନଗର: ସାଧାରଣତଃ ବିବାହ ସ୍ଥଳକୁ ଦାମୀ କାର୍‌, ଘୋଡ଼ା କିମ୍ବା ରଥରେ ଚଢ଼ି ବର ଆସିବାର ଅନେକ ନଜିର ରହିଛି। କିନ୍ତୁ ଗୁରୁବାର ଉତ୍ତରପ୍ରଦେଶର ସନ୍ଥକବିର...

ବୋର୍‌ୱେଲ୍‌ରେ ପଡୁଥିବା ଶିଶୁଙ୍କୁ ବଞ୍ଚାଇବ ରୋବୋ

ଅହମ୍ମଦାବାଦ: ଅହମ୍ମଦାବାଦ ସରକାରୀ ପଲିଟେକ୍ନିକ୍‌ କଲେଜର ଇନ୍‌ଷ୍ଟ୍ରୁମେଣ୍ଟେଶନ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ଇଞ୍ଜିନିୟରିଂ ବିଭାଗର ୬ ଜଣ ଛାତ୍ର ଏକ ରୋବୋ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିଛନ୍ତି। ଏହା କ୍ୟାମେରା...

ସ୍ବାମୀଙ୍କୁ ଚିକେନ ତରକାରି ଭଲ ଲାଗିଲାନି, ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୭: ରାଗ ମଣିଷର ପରମ ଶତ୍ରୁ। କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ। କିଛି ଲୋକ ଅଛନ୍ତି, ଯେଉଁମାନେ...

ଦ୍ରୁତଗତିରେ ବୃଦ୍ଧି ପାଉଛି ଜନସଂଖ୍ୟା

ସାରା ବିଶ୍ୱରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ବିଶେଷକରି...

ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ…

ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି...

ବାଲ୍‌କୋନି ଭଡ଼ା ୮୧ ହଜାର

ସିଡନୀ: ଫେସ୍‌ବୁକ୍‌ ମାର୍କେଟପ୍ଲେସ୍‌ ପ୍ଲାଟ୍‌ଫର୍ମରେ, ଅଷ୍ଟ୍ରେଲିଆର ସିଡ୍‌ନୀ ସହରର ହେୟମାର୍କେଟ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ବାଲ୍‌କୋନିକୁ ବିକ୍ରି କରିବା ପାଇଁ ସମ୍ପୃକ୍ତ ଆପାର୍ଟମେଣ୍ଟ ମାଲିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri