ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର

ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ। ଯାହାର ମୂଲ୍ୟ କିଲୋ ପିଛା ପାଞ୍ଚରୁ ଛଅ ହଜାର ଟଙ୍କା ହେବ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ଏପରି ଏକ କାଠ ଅଛି ଯାହା ଚନ୍ଦନ କାଠର ମୂଲ୍ୟଠାରୁ ବହୁ ଗୁଣ ଅଧିକ। ଧନୀ ବ୍ୟକ୍ତି ମଧ୍ୟ ଏହାକୁ କିଣିବା ପୂର୍ବରୁ ଦୁଇଥର ଚିନ୍ତା କରିବେ।

ଏହି କାଠର ନାମ ହେଉଛି ଆଫ୍ରିକୀୟ ବ୍ଲାକ୍‌ଉଡ। ଏହି କାଠର କିଲୋଗ୍ରାମର ମୂଲ୍ୟ ଆଠ ହଜାର ପାଉଣ୍ଡ ତଥା ଭାରତୀୟ ମୂଦ୍ରାରେ ସାତ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହି ମୂଲ୍ୟରେ ଭଲ ବିଳାସପୂର୍ଣ୍ଣ କାର୍‌ କିଣାଯାଇ ପାରିବ।

ଆଫ୍ରିକୀୟ ବ୍ଲାକଉଡ ଗଛଗୁଡିକ ଅନ୍ୟ ଗଛ ତୁଳନାରେ ପୃଥିବୀରେ ଅତ୍ୟନ୍ତ ବିରଳ। ଉଚ୍ଚତା ପ୍ରାୟ ୨୫ ରୁ ୪୦ ଫୁଟ। କେନ୍ଦ୍ରୀୟ ଏବଂ ଦକ୍ଷିଣ ଆଫ୍ରିକାର ୨୬ ଟି ଦେଶରେ ଆଫ୍ରିକୀୟ ବ୍ଲାକ୍‌ଉଡ ଦେଖିବାକୁ ମିଳେ। ସେଗୁଡ଼ିକ ପ୍ରାୟତ ଶୁଷ୍କ ସ୍ଥାନରେ ଦେଖାଯାଏ। ଯଦିଓ ଏହି ବୃକ୍ଷଟି ସମ୍ପୂର୍ଣ୍ଣ ଭାବେ ବଢ଼ିବାକୁ ପ୍ରାୟ ୬୦ ବର୍ଷ ସମୟ ନେଇଥାଏ, କିନ୍ତୁ କେନିଆ ଏବଂ ତାଞ୍ଜାନିଆ ପରି ଦେଶରେ ବେଆଇନ କାଠ ଚୋରା ଚାଲାଣ ହେତୁ ଏହି ଗଛଗୁଡିକ କଟାଯାଇଥାଏ।

ଏହି କାଠ କ୍ଲାରିନେଟ, ବଂଶୀ ଏବଂ ଗିଟାର ଭଳି ବାଦ୍ୟଯନ୍ତ୍ର ତିଆରିରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ଶକ୍ତିଶାଳୀ ଏବଂ ସ୍ଥାୟୀ ଆସବାବପତ୍ର ମଧ୍ୟ ଏହି କାଠରୁ ତିଆରି ହୁଏ। ଏହା ଏତେ ମହଙ୍ଗା ଯେ, ସେଗୁଡିକ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର।

Share