ସବୁଠୁ ଦାମୀ ଗିଟାର

ବେର୍ନ: ସାଧାରଣତଃ ଗିଟାର ପ୍ରତି ସମସ୍ତଙ୍କ ଧ୍ୟାନ ଯାଇଥାଏ। ଯଦି କେଉଁ ସ୍ଥାନରେ କେହି ଗିଟାର ବଜାଉଛି ତ ତାଙ୍କୁ ଦେଖିବାକୁ ଲୋକେ ସେଠାରେ ଭିଡ଼ ଜମାଇଥାଆନ୍ତି। ହେଲେ ଏପରି ଏକ ଗିଟାର ଅଛି, ଯାହା ନ ବାଜିଲେ ମଧ୍ୟ ଲୋକେ ତାକୁ କେବଳ ଦେଖିବାକୁ ବ୍ୟାକୁଳ ହୋଇଥାଆନ୍ତି। ସାଧାରଣତଃ ଗିଟାରର ମୂଲ୍ୟ ୪ରୁ ୧୦ ହଜାର ମଧ୍ୟରେ ବଜାରରେ ମିଳି ଯାଇଥାଏ। ଏହାଠାରୁ ମଧ୍ୟ ମହଙ୍ଗା ଗିଟାର ରହିଛି, ଯାହାର ମୂଲ୍ୟ ୧୬ କୋଟିରୁ ଊର୍ଦ୍ଧ୍ୱ। ଏହି ଗିଟାରର ନାମ ‘ଇଡେନ୍‌ ଅଫ୍‌ କୋରୋନେଟ୍‌’। ଆରୋନ୍‌ ଶୁମ୍‌ ନାମକ ଜଣେ ବ୍ୟକ୍ତି ଏହି ଗଟାରକୁ ସ୍ବିଜରଲାଣ୍ଡର ବସେଲରେ ୨୦୧୫ ମାର୍ଚ୍ଚ ୧୬ରେ ତିଆରି କରିଥିଲେ। ପରେ ଏହି ଗିଟାରକୁ ବିଶ୍ୱର ସବୁଠୁ ମହଙ୍ଗା ଗିଟାର ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ୧୧,୪୪୧ଟି ହୀରା, ୧୮ କିଲୋର ଧଳା ସୁନା ଲାଗିଥିବାରୁ ଏହାର ମୂଲ୍ୟ ଏତେ ଅଧିକ। ରିପୋର୍ଟ ମୁତାବକ, ୬୮ ଜଣ କାରିଗର ଏହି ଗିଟାରକୁ ୭୦୦ ଦିନରେ ତିଆରି କରିଥିଲେ। ଏହି ଗିତାର ବିଶ୍ୱର ଅଲଗା ଅଲଗା ସ୍ଥାନର ପ୍ରଦର୍ଶନୀରେ ସ୍ଥାନ ପାଇଛି।

Share