ସବୁଠୁ ଦାମୀ ଏନଗେଜମେଣ୍ଟ ରିଂ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ଏନଗେଜମେଣ୍ଟ ରିଂ ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ ଆସିନଙ୍କ ଏନଗେଜମେଣ୍ଟ ରିଂ ସବୁ ସେଲବ୍ରେଟିଙ୍କଠାରୁ ମହଙ୍ଗା। ଏପରିକି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏନଗେଜମେଣ୍ଟ ରିଂଠାରୁ ଢେର୍‌ ଗୁଣ ଅଧିକ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଆସୀନ ତାଙ୍କ ଏନଗେଜମେଣ୍ଟରେ ୬ କୋଟି ଟଙ୍କା ମୂଲ୍ୟର ୨୦ କ୍ୟାରେଟ ସଲିଟାୟାର୍‌ ରିଂ ପିନ୍ଧାଇଥିଲେ। ତାଙ୍କ ଏନଗେଜମେଣ୍ଟ ରିଂ ସବୁଠାରୁ ମହଙ୍ଗା ବୋଲି କୁହାଯାଏ ।

Share