Posted inଫୁରସତ

ବିଶ୍ୱର ସବୁଠୁ ମହଙ୍ଗା ଦେଶ

ବିଶ୍ୱ ପରିସଂଖ୍ୟାନର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଶ୍ୱର ସବୁଠୁ ଦାମୀ ଦେଶ ବିଷୟରେ କୁହାଯାଇଛି। ଅନେକ ଲୋକ ଭାବିଥିବେ ଯେ, ଦୁନିଆର ସବୁଠୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ଥିବ। କିନ୍ତୁ ଏହା ନୁହେଁ। ବରମୁଡା ଦୁନିଆର ସବୁଠାରୁ ମହଙ୍ଗା ଦେଶ ବୋଲି ରିପୋର୍ଟରେ କୁହାଯାଇଛି। ୧୪୦ ଦେଶର ଏହି ରିପୋର୍ଟ ଅନୁଯାୟୀ ବରମୁଡାରେ ରହିବା ମୂଲ୍ୟ ବହୁତ ଅଧିକ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ତାଲିକାରେ ସୱିଜରଲ୍ୟାଣ୍ଡ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ, ବ୍ରିଟେନ, ଜାପାନ ଏବଂ ରୁଷିଆ ଅପେକ୍ଷା ଆମେରିକାରେ ରହିବା ବହୁତ ଶସ୍ତା ଅଟେ।
ବରମୁଣ୍ଡା ଉତ୍ତର ଆଟଲାଣ୍ଟିକ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ। ଏହାର ସୌନ୍ଦର୍ଯ୍ୟ ଏବଂ ସାମୁଦ୍ରିକ ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ କୌଣସି ଚାଷ ନାହିଁ ଏବଂ ସମସ୍ତ ଜରୁରୀ ଜିନିଷ ଅନ୍ୟ ଦେଶରୁ ଆମଦାନୀ ହୋଇଥାଏ। ଅଧିକାଂଶ ସାମଗ୍ରୀ ଆମେରିକାରୁ ଆମଦାନୀ ହୋଇଥାଏ, ଯାହା ପରିବହନ ଖର୍ଚ୍ଚ, କଷ୍ଟମ ଡ୍ୟୁଟି ଏବଂ ମଜୁରୀ ହେତୁ ଏହି ଜିନିଷଗୁଡ଼ିକୁ ମହଙ୍ଗା କରିଥାଏ।
ହୋଟେଲରେ ଗୋଟିଏ ରାତି ରହିବା ପାଇଁ ହାରାହାରି ଭଡା ପ୍ରାୟ ୨୫ ହଜାର ।
ଏଠାରେ ରହୁଥିବା ଲୋକଙ୍କୁ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ମୂଲ୍ୟ ଦେବାକୁ ପଡେ। ଏହା ବ୍ୟତୀତ ଏଠାରେ ରହିବା, ଖାଦ୍ୟ, ବୀମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅନ୍ୟ ଦେଶ ତୁଳନାରେ ଅଧିକ ଖର୍ଚ୍ଚ ହୋଇଥାଏ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୁନିଆର ସବୁଠାରୁ ଶସ୍ତା ସହର ହୋଇଥିବାବେଳେ ଭାରତ ୧୩୮ ତମ ସ୍ଥାନରେ ରହିଛି। ଏହି ତାଲିକା ପ୍ରତିବର୍ଷ ବଦଳିଥାଏ ଏବଂ ଏହି ଅନୁଯାୟୀ ପାକିସ୍ତାନ ୧୪୦ତମ ସ୍ଥାନରେ ଏବଂ ଭାରତ ୧୩୮ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri