ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ

ବୋଗୋଟା: ବର୍ତ୍ତମାନ ସୋସିଆଲ ମିଡିଆର ଢେର୍‌ ଚାହିଦା ବଢ଼ିଯାଇଛି। ଗୋଟିଏ ସାଧାରଣ ଲୋକକୁ ରାତାରାତି ଷ୍ଟାର କରିଦେଇ ପାରୁଛି ସାମିଜିକ ଗଣମାଧ୍ୟମ। ତେବେ ଏହା ଜରିଆରେ ଦେଶ ଛଡ଼ା ବିଦେଶରେ ମଧ୍ୟ ବେଶ୍‌ ପରଚିତ ହୋଇଛନ୍ତି କଲୋମ୍ବିଆର ଡିଆନା ରାମିରେଜ୍‌। ପେସାରେ ଡିଆନା ଜଣେ ପୋଲିସ। କିନ୍ତୁ ଏହି ପୋଲିସ ଅଧିକାରୀଙ୍କୁ ଏବେ ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସର ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନଙ୍କ ପାଇଁ ଆୟୋଜିତ ଇନ୍‌ଷ୍ଟାଫେସ୍‌ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ରାମିରେଜ୍‌ଙ୍କୁ ବେଷ୍ଟ ପୋଲିସ ତଥା ମିଲିଟାରି ଇନ୍‌ଫ୍ଲୁଏନ୍ସର ଅଫ୍‌ଦ ଇୟର୍‌ ଭାବେ ବିବେଚନା କରାଯାଇଛି।
ନିଜ ପେସାକୁ ନେଇ ରାମିରେଜ୍‌ ଖୁବ୍‌ ଖୁସି ଥିବା କହିଛନ୍ତି। ତାଙ୍କୁ ଯଦି ପୁଣିଥରେ କ୍ୟାରିୟର୍‌ ବାଛିବା ପାଇଁ ମୌକାମିଳେ ତେବେ ସେ ପୋଲିସ ହେବାକୁ ଚାହିଁବେ ବୋଲି କହିଛନ୍ତି। ନିଜ ପେସା ପାଇଁ ସେ ବହୁତ୍‌ କିଛି ପାଇଥିବା କହିଛନ୍ତି। ତେବେ ସୋସିଆଲ ମିଡିଆ ଖାଲି ମନୋରଞ୍ଜନ କ୍ଷେତ୍ରରେ ନୁହେଁ ବରଂ ପଢ଼ାପଢ଼ି ସାଙ୍ଗକୁ ନିଜ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସହାୟକ ହେଉଥିବା ସେ କହିଛନ୍ତି। ପ୍ରକାଶିତ ଖବର ଅନୁସାରେ କଲୋମ୍ବିଆ ଏକ ଅପରାଧ ପ୍ରବଣ ଦେଶ ହୋଇଥିବାବେଳେ ସେଠାରେ ପୋଲିସ ଚାକିରି କରିବା ବଡ଼ ବିପଜ୍ଜନକ ବୋଲି କୁହାଯାଏ। ସୋସିଆଲ ମିଡିଆରେ ରାମିରେଜ୍‌ଙ୍କର ୪ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି।

Share