ଦୀର୍ଘ ସମୟ ହାତଯୋଡି ରହିଲା ମାଙ୍କଡ଼

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ମାଉସୀ ମା’ ମନ୍ଦିର ନିକଟସ୍ଥ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ବୁଧବାର ଏକ ମାଙ୍କଡ଼ ଲାଗିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଟ୍ରାନ୍ସଫର୍ମରରେ ସେ ଦୁଇ ହାତ ଯୋଡି ରହିଥିଲା । କରେଣ୍ଟ ଲାଗିଯିବା ଫଳରେ ମାଙ୍କଡ଼ଟିର ମୁଁହ ପୋଡ଼ିଯାଇଛି ଏବଂ ମାଙ୍କଡଟି ଦୁଇ ହାତ ଯୋଡି ସେଠାରେ ଲାଗି ରହିଥିବା ଯୋଗୁ ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଏ ନେଇ ବହୁ ସମୟ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ପରେ ବିଦ୍ୟୁତ୍‌ କର୍ମଚାରୀ ଆସି ମାଙ୍କଡ଼କୁ ବାହାର କରିବା ପରେ କରେଣ୍ଟ ଆସିଥିଲା।