ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ୧୯୪୨ ଅଗଷ୍ଟ ୨୪ ତାରିଖରେ ଇଂରେଜ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ସହିଦ ଓ ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ । ଯେଉଁଦିନ ଗରିବ ଖଟିଖିଆଙ୍କ ବିକାଶ ହୋଇପାରିବ ସେଦିନ ସରକାରଙ୍କ ସ୍ବପ୍ନ ପୁରଣ ହୋଇପାରିବ ବୋଲି ମନ୍ତ୍ରୀ ନାଏକ କହିଥିଲେ। ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ, କଳା ସଂସ୍କୃତିର ଉତ୍ସବ ମଣ୍ଡେଇ । ଲୋକକଥା, ଲୋକ ସଙ୍ଗୀତ, ସାହିତ୍ୟ ଆମକୁ ପରିଚୟ ଦେଇଆସିଛ। ୨୫ ବର୍ଷର ସରକାର ସଶକ୍ତିକରଣ କଥା କହିଥିଲେ, ହେଲେ ୧୭ ମାସର ଭାଜପା ସରକାର ୧ କୋଟି ମହିଳା ୧୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି । ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ଧାନ ୩୧ଶହ ଟଙ୍କାରେ ଧାନ କିଣାଯାଇଛି। ନବରଙ୍ଗପୁରଠାରେ ମେଡିକାଲ କଲେଜ ହେବ, ମଣ୍ଡେଇ ପଡିଆର ଉନ୍ନତି ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। ଭାଜପା ସରକାର ଯୋଗୁ ରାଇଘର, ଉମରକୋଟ, ଡାବୁଗାଁଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହୋଇପାରିଛି ବୋଲି କହିଥିଲେ। ବିଧାୟକ ମନୋହର ରନ୍ଧାରିଙ୍କ କଥାକୁ କାଉଣ୍ଟର କରି ମନ୍ତ୍ରୀ ଗଣ୍ଡ କହିଥିଲେ, ଏଠାରେ କିଏ ବାଘ ହେଲେ ଅନ୍ୟମାନେ ବି ବାଘଠାରୁ କମ୍‌ ନୁହନ୍ତି । ସମ୍ମାନିତ ଅତିଥି ଏମ୍‌ପି ବଳଭଦ୍ର ମାଝୀ କହିଥିଲେ, କଳା ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ମଣ୍ଡେଇ ଏକ ମାଧ୍ୟମ । ଡାବୁଗାଁ ବିଧାୟକ ମନୋହର ରନ୍ଧରି କହିଥିଲେ, ଏକତା, ଭାଇଚାରା, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ରଖିବା ପାଇଁ ମଣ୍ଡେଇ୨୦୦୨ରୁ ହେଉଛି । ବିକାଶର ଧାରା, କଳା ସାହିତ୍ୟ, ସଂସ୍କୃତିର ନିଦର୍ଶନ ହୋଇଛି ମଣ୍ଡେଇ । ବିମାନ ବନ୍ଦର, ରେଳଲାଇନ ଏହି ଜିଲାରେ ନାହିଁ । ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଥିଲେ । ମଞ୍ଚରେ ବିରକ୍ତ ଭାବ ପ୍ରକାଶ କରି ମନୋହର ରନ୍ଧାରି କହିଥିଲେ ମୁଁ ଜଣେ ବାଘ, ମଣ୍ଡେଇକୁ ମୋତେ କାହିଁକି ଡକାଗଲା ନାହିଁ ବୋଲି ଭାଜପା ନେତାଙ୍କୁ କଟାକ୍ଷ କରିଥିଲେ । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କହିଥିଲେ, ମଣ୍ଡେଇ ହେଉଛି ଏକ କୃଷିଭିତ୍ତିକ ପର୍ବ। ପରବର୍ତ୍ତୀ ସମୟରେ ଲୋକ ମହୋତ୍ସବ ପ୍ରଶାସନିକସ୍ତରରେ ମଣ୍ଡେଇ ସାଂସ୍କୃତିକ ଗଣ ପର୍ବ ଭାବେ ପରିଚୟ ନେଇଛି । ନବରଙ୍ଗପୁରର ବିକାଶ ପାଇଁ ସରକାର ଭାରତ ମାଳା ରାସ୍ତା ମାଧ୍ୟମରେ ନବରଙ୍ଗପୁର ଜିଲାର ଅର୍ଥନୈତିକ ବିକାଶ ହୋଇପାରିବ। ଶହୀଦ ମୀନାର ପାଇଁ ୬ କୋଟି ଟଙ୍କା ଆସିଛି । ୨୩ କୋଟି ଟଙ୍କାରେ କ୍ରୀଡା ହବ୍‌, ଆଦିବାସୀ ମ୍ୟୁଜିୟମ ପାଇଁ ୬ କୋଟି ଟଙ୍କା ଅନୁଦାନ ଆସିଛି ବୋଲି କହିଥିଲେ । ଝରିଗାଁ ବିଧାୟକ ନରସିଂହ ଭତରା କହିଥିଲେ, ଐତିହ୍ୟ କିମ୍ବଦନ୍ତୀକୁ ବହନ କରି ଆସୁଛି ନବରଙ୍ଗପୁର ଜିଲା। ସେହିପରି କୋଟପାଡ଼ ବିଧାୟକ ରୁପୁ ଭତରା ମଣ୍ଡେଇ କାର୍ଯ୍ୟକ୍ରମ ପାଇଁ ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । କଳାକୁ ବଞ୍ଚାଇ ରଖିବା ପାଇଁ ମଣ୍ଡେଇ ଏକ ମାଧ୍ୟମ ବୋଲି କହିଥିଲେ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ମହେଶ୍ୱର ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପଲ୍ଲୀଶ୍ରୀ ମେଳାରେ ଆଜି ପର୍ଯ୍ୟନ୍ତ ସାଢ଼େ ୭ କୋଟି ଟଙ୍କାର ବ୍ୟବସାୟ ହୋଇଛି। ମଣ୍ଡେଇ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, କୁଟୀର ଶିଳ୍ପକୁ ବ୍ୟବସାୟ କରିବାକୁ ସୁଯୋଗ ଦିଆଯାଇଛି ବୋଲି ଜିଲାପାଳ କହିଥିଲେ ।
ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ଏମ୍‌ପି ପର୍ଶୁରାମ ମାଝୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍‌ ଚନ୍ଦ୍ର ବର୍ମନ ମଞ୍ଚାସୀନ ଥିଲେ । ଉଦଯାପନୀ ଦିବସରେ ଜିଲା ସଂସ୍କୃତି ପରିଷଦ ଓଡ଼ିଶୀ କଳା ଦେନ୍ଦ୍ରର ଓଡ଼ିଶୀ, ଝାଡ଼ଖଣ୍ଡର ସାନ୍ତାଳୀ ନୃତ୍ୟ, କୋଷାଗୁମୁଡ଼ା ବ୍ଲକର ମାଢିଆ ନୃତ୍ୟ, ମାଲକାନଗିରି ଜିଲାର ବଣ୍ଡା ନୃତ୍ୟ, ଆସାମର ବିହୁ, ନବରଙ୍ଗପୁର, ଝରିଗାଁ, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ କମେଡି, ଶଶାଙ୍କ ଶେଖର ଓ ଦଳ ପକ୍ଷରୁ ମେଲୋଡି ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ପିଏଆଇଟିଡି ରାଜୀବ କୁମାର ସାହୁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲା ଭାଜପା ସଭାପତି କୁଞ୍ଜ ବିହାରୀ ଦାସ, ପ୍ରହଲ୍ଲାଦ ତ୍ରିପାଠୀ, କାହ୍ନୁ ଦାଶ, ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲାର ବିଡିଓ, ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚାନ୍ଦନା ମଲ୍ଲିକ ମଞ୍ଚ ସଞ୍ଚାଳନ କରିଥିଲେ। ପରେ ୧୦ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଅତିଥିଙ୍କ ଦ୍ୱାରା ଲାପଟପ ପ୍ରଦାନ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri