ନିଲାମ ଅବଧି ପରେ ବି ଚୋରାରେ ଚାଲିଛି ଖଣି

ଖଇରା,୮ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡ଼ରେ ଖଣି ବ୍ୟବହାରର ଅବଧି ମାର୍ଚ୍ଚ ୩୧ତାରିଖରୁ ଶେଷ ହେଲାଣି। ତେବେ ଜିଲା ଖଣି ବିଭାଗର ଅଙ୍କୁଶ ନ ଥିବା କାରଣରୁ ଏବେ ୬୦ରୁ ଅଧିକ ଖଣି ଚୋରାରେ ଚାଲିଛି। ପ୍ରଥମେ କ୍ରସର ମାଲିକମାନଙ୍କ ଜରିଆରେ କୌଶଳପୂର୍ଣ୍ଣ ଭାବେ ପଥର ଖଣ୍ଡକୁ କ୍ରସରକୁ ଟ୍ରିପ୍‌ ଟ୍ରିପ୍‌ ସଂଖ୍ୟାରେ ଆଣି ମହଜୁଦ କରି ରଖିବା ପରେ ଚିପ୍ସକୁ ବାହାରକୁ ଚାଲାଣ କରାଯାଉଛି। ଅଧିକାରୀମାନେ ଏହାକୁ ୩୧ତାରିଖ ପୂର୍ବର ପୁରୁଣା ଗଛିତ ଚିପ୍ସ ଆଖ୍ୟାଦେଇ ଖଣି ବ୍ୟବସାୟୀଙ୍କୁ ଲୁଟ ପାଇଁ ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ସେପଟେ ପ୍ରବଳ ଗରମରେ ଅତ୍ୟଧିକ ଭାରୀଯାନ ଚଳାଚଳ ସାଧାରଣ ଲୋକଙ୍କୁ ଅତିଷ୍ଠ କରୁଛି। ନିଲାମ ନେଇଥିବା ଖଣିଗୁଡ଼ିକର ଅବଧି ମାର୍ଚ୍ଚ ୩୧ତାରିଖରେ ଶେଷ ହୋଇ ଯାଇଛି। ପୁନଃ ନବୀକରଣ ପର୍ଯ୍ୟନ୍ତ ସମସ୍ତ ଖଣି ବନ୍ଦ ରହିବା କଥା ଏବଂ ଚୋରିକୁ ଅଟକାଇବା ପାଇଁ ଖଣି ଓ ରାଜସ୍ବ ବିଭାଗ ସ୍ବତନ୍ତ୍ର ଭାବେ ନଜରରେ ରଖିବା କଥା। ହେଲେ ଉପରୋକ୍ତ ୨ବିଭାଗ ଏବେ ସ୍ଥାଣୁ ପାଲଟିବା ଖଣି ଚୋରିକୁ ଅଧିକ ପ୍ରୋତ୍ସାହନ ଦେଉଛି। ୨୦୨୩ ରେ ଉକ୍ତ ପାହାଡ଼ର ୧୫ଟି ଖଣି ଚଲାଇବା ପାଇଁ ଲିଜ୍‌ ପ୍ରଦାନ କରାଯାଇଥିଲା। ହେଲେ ଏହି ୧୫ଟି ଖଣି ନୀତିନିୟମରେ ଚାଲୁଥିବା ବେଳେ ଏହାକୁ ଢାଲ କରି ୬୦ରୁ ଊଦ୍ଧ୍ୱର୍ର୍ ଖଣି ଚୋରାରେ ୬ ମାସ ଧରି ଚାଲିଥିଲେ ହେଁ ଖଣି ବିଭାଗ କାଁ ଭାଁ
ଚଢ଼ାଉ କରି ଛାଡିଦେଇଥିଲେ। ଏବେ ମାର୍ଚ୍ଚରୁ ନିଲାମ ଅବଧି ଶେଷ ହୋଇଥିଲେ ହେଁ ପୂର୍ବଭଳି ଖଣିକୁ ଶହଶହ ସଂଖ୍ୟାର ଗାଡ଼ି ଯାତାୟାତ କରଛନ୍ତି। ଯେଉଁଥିପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଗୁଆପାଳ, ବଗେଇପୁର, କଦଳିଗଡିଆ, ଗାଭର ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ ସ୍କୁଲ ଓ କଲେଜ ପିଲାମାନେ ଉକ୍ତ ରାସ୍ତା ଦେଇ ଭୟାତୁର ଅବସ୍ଥାରେ ଯିବାଆସିବା କରୁଛନ୍ତି। ନିୟମ ଉଲ୍ଲଘଂନ କରୁଥିବା କ୍ରସରଗୁଡ଼ିକର ଷ୍ଟକ ଯାଞ୍ଚ କରାଯିବା ସହ ନବୀକରଣ ଗାଇଡ୍‌ଲାଇନକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଅତିରିକ୍ତ ଖଣି ନିର୍ଦ୍ଦେଶକ ସନ୍ତୋଷ ଦଳେଇଙ୍କୁ ପଚାରିବାରୁ ବେଆଇନ ପଥରଗାଡ଼ି ଅଟକାଇ ଖବର ଦେଲେ ସେ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କାରଣ ବହୁ ସମୟରେ ସେ ଖଣିରେ ଚଢ଼ାଉ ପାଇଁ ପହଞ୍ଚତ୍ବା ପୂର୍ବରୁ ଖଣି ଚୋରମାନେ ଖସି ପଳାଇଯିବାକୁ ସମର୍ଥ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri