ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ

କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ ଗୁଳୁଗୁଳି ଓ ରୌଦ୍ରତାପ ଅନୁଭୂତ ହେଉଛି। ସେହିପରି ଋ଼ତୁ ପରିବର୍ତ୍ତନ ଯୋଗୁ ପାଣିର ଅଭାବ ହେଲାଣି। ଜାନୁୟାରୀ ଆରମ୍ଭରୁ ଖଣି ଅଞ୍ଚଳରେ କୂଅ, ପୋଖରୀ, ନଈ ଓ ନାଳ ଶୁଖିଯାଉଛି। ଜିଲାରେ ୨୯୦୦ ବର୍ଗ କିଲୋମିଟର ଜଙ୍ଗଲ ରହିଥିବାବେଳେ ସେଥିମଧ୍ୟରୁ ୬୩୫ ବର୍ଗ କିଲୋମିଟର ସରଂକ୍ଷିତ ଜଙ୍ଗଲ ରହିଛି। ଏହାଛଡ଼ା ୨୯୯.୩୨ ବର୍ଗ କିଲୋମିଟର ସୁରକ୍ଷିତ ଜଙ୍ଗଲ ରହିଛି। ପୂର୍ବରୁ ଗ୍ରାମାଞ୍ଚଳରେ ୪୧୯.୫୯ ବର୍ଗ କିଲୋମିଟର କ୍ଷୁଦ୍ର ଜଙ୍ଗଲ ଥିଲା। ସମୟ କ୍ରମେ ଏସବୁ କ୍ଷୁଦ୍ର ଜଙ୍ଗଲ କମିବାରେ ଲାଗିଛି। ଗ୍ରାମାଞ୍ଚଳ ଲୋକେ ସହରୀ ଢାଞ୍ଚା ଆପଣାଇ ଏବେ ଗ୍ରାମାଞ୍ଚଳର ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି। ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ହେଲେ ବର୍ଷଶେଷରେ ଚାରାରୋପଣ ଫଳକ ରହିଥିବାବେଳେ ବୃକ୍ଷ ସେ ସ୍ଥାନରେ ଦେଖିବାକୁ ମିଳୁନି।
୧୯୪୬ରେ ସୁକିନ୍ଦା ଅଞ୍ଚଳରେ ପ୍ରଥମେ କ୍ରୋମାଇଟ ଚିହ୍ନଟ କରାଯାଇ ୧୯୫୭ରେ ଖନନ ଆରମ୍ଭ ହୋଇଥିଲା। ସେହିଦିନଠାରୁ ଦୈନିକ ବହୁ ସଂଖ୍ୟାରେ ଗଛ କଟାଚାଲିଛି। ଜଙ୍ଗଲ ସରଂକ୍ଷଣ ନିୟମ ହେବାପରେ ଯେ କୌଣସି ଖଣି, କାରଖାନା ଓ ଅନ୍ୟାନ୍ୟ ନିର୍ମାଣ ପାଇଁ କଟାଯାଉଥିବା ଗଛର ୧୦ ପ୍ରତିଶତ ଅଧିକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ମାତ୍ର ସରକାରଙ୍କ ସମସ୍ତ ନିୟମ କାଗଜ କଲମରେ ସୀମିତ ଥିବା ଖଣି ଅଞ୍ଚଳକୁ ଦେଖିଲେ ଲାଗୁଛି। ଖଣି ଖୋଲିଲେ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ବଚ୍ଛଳତା ବଢିବ ବୋଲି ସମସ୍ତେ ଆଶା କରିଥିଲେ। ଲୋକଙ୍କ ଆଶା ମଧ୍ୟ ଅନେକ ପରିମାଣରେ ସଫଳ ହୋଇଛି। ହେଲେ ମନୁଷ୍ୟ ବଞ୍ଚତ୍ବା ପାଇଁ ଆବଶ୍ୟକ ସୁସ୍ଥ ବାୟୁମଣ୍ଡଳ, ଉତ୍ତମ ପରିବେଶ ଓ ଶୁଦ୍ଧ ପାନୀୟ ଜଳ ଦୁର୍ଲଭ ହେଲାଣି।
ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ପ୍ରତି ବର୍ଷ ଯକ୍ଷ୍ମା ପରି ଦୁରାରୋଗ୍ୟ ବ୍ୟାଧିରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ପ୍ରତିଦିନ କ୍ରୋମାଇଟ ଲୋଡିଂ କରିବାକୁ ଆସୁଥିବା ଟ୍ରକ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବାବେଳେ ଖଣିରୁ ବାହାରୁଥିବା ହେସ୍କା ଭାଲେଣ୍ଟ ଜଳ କିଡ୍‌ନୀ ଜନିତ ରୋଗର କାରଣ ପାଲଟୁଛି। ଏହାଦ୍ୱାରା ପ୍ରତିବର୍ଷ ଅଞ୍ଚଳରେ ପ୍ରତିଗାଁରୁ ୫ରୁ୭ ଜଣଙ୍କ ମୃତ୍ୟୁ ହେଉଥିବା ଉଦାହରଣ ରହିଛି। ରାସୋଲ ଗାଁର ରସାନନ୍ଦ ସାମଲ, ନକୁଳ ସାମଲ, ମିନତି ମହାନ୍ତ, ବିଡିଓ ସାମଲଙ୍କ ସହ ଅନ୍ୟମାନେ କକର୍ଟ ଓ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଛନ୍ତି। ବୃକ୍ଷରୋପଣ କରିବା, ପଲିଥିନ କମ ବ୍ୟବହାର କରିବା, ପାଣିକୁ ଫୁଟାଇ ପିଇବା ଓ ଘର ଚାରି ପାଖ ସଫା ରଖିବା ପାଇଁ ସଚେତନ କରିବାର ଆବଶ୍ୟକତା ରହିଛି। ହେଲେ ଖଣି କମ୍ପାନୀ ପ୍ରତିନିଧିମାନେ ବର୍ଷକୁ ଥରେ କିମ୍ବା ଦୁଇଥର ସ୍ବାସ୍ଥ୍ୟଶିବିର କରି କେବଳ ପାରାସିଟାମଲ ବଟିକାରେ ନିଜ କର୍ତ୍ତବ୍ୟ ଶେଷ କରିଦେଉଛନ୍ତି। ଆଗାମୀ ଦିନରେ ଅଧିକ ଚାରାରୋପଣ, ସହ ଅନ୍ୟ ବିଷୟରେ ଲୋକେ ସଚେତନ ନ ହେଲେ ଯୁବପିଢ଼ି ଅକାଳରେ ମୃତ୍ୟୁବରଣ କରିବେ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri