୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି

କଟକ ଅଫିସ୍‌/ବାଙ୍କୀ(ସ୍ବ.ପ୍ର.),୨।୪:  କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍‌ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ସକାଳେ ଭୁଶୁଡ଼ିପଡ଼ିଛି। ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ ଗ୍ୟାଲେରିକୁ ଗତ ୨୩ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ନିମ୍ନମାନର ଷ୍ଟାଡିୟମ ଗ୍ୟାଲେରି ତିଆରି କରି ଉପରେ ରଙ୍ଗ ମାରି ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଗ୍ୟାଲେରି ଭୁଶୁଡ଼ିବାର କିଛି ସମୟ ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ଏପରି କି ଜେସିବି ଲଗାଇ ମାଟି ଓ ଇଟା ସଫା କରିଦେବାକୁ ଚେଷ୍ଟା କରାଯାଉଥିବାବେଳେ ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଜେସିବି ଫେରିଯାଇଥିଲା। ଏନେଇ ବାଙ୍କୀ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ନିମ୍ନମାନର କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ କିପରି ମଞ୍ଜୁରୀ ପ୍ରଦାନ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ ବାଙ୍କୀ ମହାବିଦ୍ୟାଳୟରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୟୁଜିସି ପକ୍ଷରୁ ୨୦୧୧ରେ ୪୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୨୦ଲକ୍ଷ ଟଙ୍କା ଷ୍ଟାଡିୟମ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହି ଅର୍ଥ ଦୀର୍ଘ ଦିନ ପଡ଼ିରହିବା ଫଳରେ କାମ ହୋଇପାରି ନ ଥିଲା। ଗତ ୨ବର୍ଷ ତଳେ ବାଙ୍କୀ କଲେଜ ୨୦ଲକ୍ଷ ଟଙ୍କା ପୂର୍ତ୍ତ ବିଭାଗକୁ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରଦାନ କରିଥିଲା। ଠିକାଦାରଙ୍କ ଜରିଆରେ ଏହି କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନ ଥିଲେ ମଧ୍ୟ ଅଧାପନ୍ତରିଆ ଭାବରେ ଗତ ୨୩ତାରିଖରେ ଉଦ୍‌ଘାଟନ କରାଯାଇଥିଲା। ହେଲେ ବ୍ୟବହାର ହେବା ପୂର୍ବରୁ ଗ୍ୟାଲେରି ଭୁଶୁଡ଼ିପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ବିଭାଗୀୟ ଯନ୍ତ୍ରୀ କେହି ମୁହଁ ଖୋଲୁ ନାହାନ୍ତି। ଏ ସମ୍ପର୍କରେ ବାଙ୍କୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଅଶୋକ ରଣାଙ୍କ କହିବା ହେଲା ବାଙ୍କୀ ମହାବିଦ୍ୟାଳୟରେ କେତେବେଳେ କ’ଣ ଓ କିଏ କାମ କରୁଛି ତାହା କେହି ଜାଣୁ ନାହାନ୍ତି। ଏପରି କି ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ବଚ୍ଛତା ରହୁ ନାହିଁ। ଶାସକ ଦଳର ସମର୍ଥକମାନେ ଠିକା ନେଇ ନିମ୍ନମାନର କାର୍ଯ୍ୟ କରୁଥିବାରୁ ଏଭଳି ସ୍ଥିତି ଉପୁଜୁଛି । ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ଆମେ ଷ୍ଟାଡିୟମ ଗ୍ୟାଲେରି ଉଦ୍‌ଘାଟନ ପୂର୍ବରୁ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନାଙ୍କୁ ଲିଖିତ ଭାବେ ଜଣାଇଥିଲୁ ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ, ଯାହାର ଆଜି ଫଳ ଭୋଗିବାକୁ ମିଳିଲା ବୋଲି ରଣା କହିଛନ୍ତି। ବାଙ୍କୀ କଲେଜ ଅଧ୍ୟକ୍ଷ କ୍ୟାପ୍‌ଟେନ ଭବାନୀ ପ୍ରସାଦ ହୋତାଙ୍କୁ ପଚାରିବାରେ ସେ କହିଲେ ଷ୍ଟାଡିୟମ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଠିକାଦାରଙ୍କ ଦ୍ୱାରା କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ କଲେଜକୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ହୋତା କହିଛନ୍ତି। ଅପରପକ୍ଷରେ ଷ୍ଟାଡିୟମ ଗ୍ୟାଲେରି ନିର୍ମାଣ କରିଥିବା ଠିକାଦାର ନଳିନୀ ମହାନ୍ତିଙ୍କ ମତାମତ ନେବାକୁ ମୋବାଇଲ ନମ୍ବର ୭୭୩୫୮୩୩୭୮୭ରେ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ିବା ଏବଂ ଏହି କାର୍ଯ୍ୟର ତଦାରଖ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବାଙ୍କୀର ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri