୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି

କଟକ ଅଫିସ୍‌/ବାଙ୍କୀ(ସ୍ବ.ପ୍ର.),୨।୪:  କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍‌ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ସକାଳେ ଭୁଶୁଡ଼ିପଡ଼ିଛି। ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ ଗ୍ୟାଲେରିକୁ ଗତ ୨୩ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ନିମ୍ନମାନର ଷ୍ଟାଡିୟମ ଗ୍ୟାଲେରି ତିଆରି କରି ଉପରେ ରଙ୍ଗ ମାରି ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଗ୍ୟାଲେରି ଭୁଶୁଡ଼ିବାର କିଛି ସମୟ ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ଏପରି କି ଜେସିବି ଲଗାଇ ମାଟି ଓ ଇଟା ସଫା କରିଦେବାକୁ ଚେଷ୍ଟା କରାଯାଉଥିବାବେଳେ ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଜେସିବି ଫେରିଯାଇଥିଲା। ଏନେଇ ବାଙ୍କୀ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ନିମ୍ନମାନର କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ କିପରି ମଞ୍ଜୁରୀ ପ୍ରଦାନ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ ବାଙ୍କୀ ମହାବିଦ୍ୟାଳୟରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୟୁଜିସି ପକ୍ଷରୁ ୨୦୧୧ରେ ୪୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୨୦ଲକ୍ଷ ଟଙ୍କା ଷ୍ଟାଡିୟମ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହି ଅର୍ଥ ଦୀର୍ଘ ଦିନ ପଡ଼ିରହିବା ଫଳରେ କାମ ହୋଇପାରି ନ ଥିଲା। ଗତ ୨ବର୍ଷ ତଳେ ବାଙ୍କୀ କଲେଜ ୨୦ଲକ୍ଷ ଟଙ୍କା ପୂର୍ତ୍ତ ବିଭାଗକୁ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରଦାନ କରିଥିଲା। ଠିକାଦାରଙ୍କ ଜରିଆରେ ଏହି କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନ ଥିଲେ ମଧ୍ୟ ଅଧାପନ୍ତରିଆ ଭାବରେ ଗତ ୨୩ତାରିଖରେ ଉଦ୍‌ଘାଟନ କରାଯାଇଥିଲା। ହେଲେ ବ୍ୟବହାର ହେବା ପୂର୍ବରୁ ଗ୍ୟାଲେରି ଭୁଶୁଡ଼ିପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ବିଭାଗୀୟ ଯନ୍ତ୍ରୀ କେହି ମୁହଁ ଖୋଲୁ ନାହାନ୍ତି। ଏ ସମ୍ପର୍କରେ ବାଙ୍କୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଅଶୋକ ରଣାଙ୍କ କହିବା ହେଲା ବାଙ୍କୀ ମହାବିଦ୍ୟାଳୟରେ କେତେବେଳେ କ’ଣ ଓ କିଏ କାମ କରୁଛି ତାହା କେହି ଜାଣୁ ନାହାନ୍ତି। ଏପରି କି ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ବଚ୍ଛତା ରହୁ ନାହିଁ। ଶାସକ ଦଳର ସମର୍ଥକମାନେ ଠିକା ନେଇ ନିମ୍ନମାନର କାର୍ଯ୍ୟ କରୁଥିବାରୁ ଏଭଳି ସ୍ଥିତି ଉପୁଜୁଛି । ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ଆମେ ଷ୍ଟାଡିୟମ ଗ୍ୟାଲେରି ଉଦ୍‌ଘାଟନ ପୂର୍ବରୁ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନାଙ୍କୁ ଲିଖିତ ଭାବେ ଜଣାଇଥିଲୁ ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ, ଯାହାର ଆଜି ଫଳ ଭୋଗିବାକୁ ମିଳିଲା ବୋଲି ରଣା କହିଛନ୍ତି। ବାଙ୍କୀ କଲେଜ ଅଧ୍ୟକ୍ଷ କ୍ୟାପ୍‌ଟେନ ଭବାନୀ ପ୍ରସାଦ ହୋତାଙ୍କୁ ପଚାରିବାରେ ସେ କହିଲେ ଷ୍ଟାଡିୟମ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଠିକାଦାରଙ୍କ ଦ୍ୱାରା କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ କଲେଜକୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ହୋତା କହିଛନ୍ତି। ଅପରପକ୍ଷରେ ଷ୍ଟାଡିୟମ ଗ୍ୟାଲେରି ନିର୍ମାଣ କରିଥିବା ଠିକାଦାର ନଳିନୀ ମହାନ୍ତିଙ୍କ ମତାମତ ନେବାକୁ ମୋବାଇଲ ନମ୍ବର ୭୭୩୫୮୩୩୭୮୭ରେ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ିବା ଏବଂ ଏହି କାର୍ଯ୍ୟର ତଦାରଖ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବାଙ୍କୀର ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri