Categories: ଜାତୀୟ

ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ବିତିଲେ ବି ବଦଳିନି କଂଗ୍ରେସର ମାନସିକତା: ଶାହା

ନୂଆଦିଲ୍ଲୀ, ୨୫।୬: ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଇତିମଧ୍ୟରେ ୪୫ ବର୍ଷ ବିତିଛି। ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମ୍ପର୍କରେ ଘୋଷଣା କରାଯାଇଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ହାସଲ ପାଇଁ ଏପରି କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସର ମାନସିକତାରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର ଟୁଇଟ୍‌ କରି କହିଛନ୍ତି। ଶାହା ଏନେଇ ୪ଟି ଟୁଇଟ୍‌ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ବହୁ ରାଜନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା। ଗରିବଙ୍କ ଉପରେ ଅତ୍ୟାଚାର କରାଯାଇଥିବା ଶାହା କହିଛନ୍ତି। ସୂଚନାଯୋଗ୍ୟ, ଜରୁରୀକାଳୀନ ପରିସ୍ଥିତି ୨୧ ମାସ ଜାରି ରହିବା ପରେ ୧୯୭୭ ମାର୍ଚ୍ଚ ୨୧ରେ ହଟାଇ ନିଆଯାଇଥିଲା।

Share