ଦାବିରେ ରହିଗଲା ମେଡିକାଲ କଲେଜ

ଭଦ୍ରକ, ୪।୪ (ସନାତନ ରାଉତ)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ୧୯୯୩ ଏପ୍ରିଲ ୩ ତାରିଖରେ ଭଦ୍ରକକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା। ବାଲେଶ୍ୱର ଜିଲା ବିଭାଜନ ହୋଇ ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାକୁ ଏହା ମଧ୍ୟରେ ୩୧ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲାରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଜିଲାବାସୀଙ୍କର ପ୍ରମୁଖ ଦାବି ମେଡିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିରେ ରହିଯାଇଛି। ଦୀର୍ଘଦିନ ଧରି ଜିଲାବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ପୂରଣ ହୋଇପାରିନାହିଁ। କେବଳ ନୂତନ ଜିଲାପାଳ ଅଫିସ, ଜିଲା କୋର୍ଟକୁ ଛାଡ଼ି ଦେଲେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଆଦି ଦିଗରେ ସେତେଟା ବିକାଶ ହୋଇପାରିନାହିଁ। ଜିଲାରେ ୭ଟି ବ୍ଲକ(ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର, ଭଦ୍ରକ)ରେ ଲୋକସଂଖ୍ୟା ଅନୁସାରେ ବିକାଶ ହୋଇପାରିନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ଧାମନଗର ଛକ ନିକଟ ୧୬ନଂ. ଜାତୀୟ ରାଜପଥ କଡ଼ରେ ଶହ ଶହ ଏକର ଚାଷଜମି ଅଧିଗ୍ରହଣ ହୋଇ ପଡ଼ିରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ। ଯାହାଦ୍ୱାରା ଜିଲାର ବେକାରୀ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ। ଚାନ୍ଦବାଲି ବ୍ଲକର ଧାମରାଠାରେ ଘରୋଇ ମାଲିକାନାରେ ବନ୍ଦର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉନାହିଁ। ଜିଲାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥିବା ବେଳେ ସେମାନଙ୍କର ଉପତ୍ାଦିତ ଫସଲ ବିକ୍ରି ପାଇଁ ବଜାର ସୁବିଧା ଓ ଶୀତଳ ଭଣ୍ଡାରର ବ୍ୟବସ୍ଥା ହୋଇପାରିନାହିଁ। ଏହି ଜିଲାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଉକତ୍ଳ କେଶରୀ ଡ. ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଓଡ଼ିଶାକୁ ନେତୃତ୍ୱ ଦେଇଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଜିଲାର ବିକାଶ ହୋଇପାରିନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଜିଲା ମାନ୍ୟତାକୁ ୩୧ ବର୍ଷ ପୂରି ଥିବା ବେଳେ ପଡ଼ୋଶୀ ଜିଲା ମାନଙ୍କରେ ଯେଉଁ ଧରଣର ଉନ୍ନତି ହୋଇଛି ସେହି ପରିମାଣରେ ଭଦ୍ରକରେ ହୋଇପାରିଲା ନାହିଁ। ଜିଲାର ପ୍ରମୁଖ ସମସ୍ୟା ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଅନ୍ୟାନ୍ୟ କଥା ନ କହିବା ଭଲ। ଓଡ଼ିଶାର ଦ୍ୱିତୀୟ ସର୍ବବୃହତମ ଭଦ୍ରକ ମହାବିଦ୍ୟାଳୟ ତଥା ହରେକୃଷ୍ଣ ମହତାବଙ୍କ ସ୍ବପ୍ନର ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ବପ୍ନରେ ରହିଗଲା।
-ଅଜୟ ନାୟକ, ତ୍ୟାଗଭୂମି ସମ୍ମେଳନର ସଭାପତି
ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ଭଦ୍ରକ ଜିଲା ୩୧ ବର୍ଷରେ ପଦାର୍ପଣ କରିଥିବା ବେଳେ ସାମାନ୍ୟ ଶିଳ୍ପଟିଏ ନାହିଁ। ଏସିଆ ମହାଦେଶର ବୃହତ୍ତମ ବନ୍ଦର ଧାମରାକୁ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହୋଇପାରିନାହିଁ। ସରକାରୀ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅବହେଳା କରାଯାଇଛି। ଏପର୍ଯ୍ୟନ୍ତ ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ମୌଳିକ ସମସ୍ୟା ପୂରଣ ହୋଇପାରିନାହିଁ।
-ଗଦାଧର ବଳ, ବରିଷ୍ଠ ଆଇନଜୀବୀ
ବଳିଦାନର ମାଟି ରକ୍ତତୀର୍ଥ ଇରମ ଓ ଶହୀଦନଗର ଲୁଣିଆ ଭଦ୍ରକ ଜିଲାରେ ଅବସ୍ଥିତ। ଜିଲା ମାନ୍ୟତାକୁ ତିନି ଦଶନ୍ଧି ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେଭଳି କିଛି ଆଖିଦୃଶିଆ ବିକାଶ ହୋଇନି। ଜିଲାବାସୀଙ୍କର ବହୁ ପ୍ରତୀକ୍ଷିତ ଦାବି ଗୁଡ଼ିକ ଏପର୍ଯ୍ୟନ୍ତ ପୂରଣ ହୋଇପାରିନି।
– ପ୍ରଫୁଲ୍ଲ ସାହୁ, ସ୍ତମ୍ଭକାର


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri