ଦାବିରେ ରହିଗଲା ମେଡିକାଲ କଲେଜ

ଭଦ୍ରକ, ୪।୪ (ସନାତନ ରାଉତ)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ୧୯୯୩ ଏପ୍ରିଲ ୩ ତାରିଖରେ ଭଦ୍ରକକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା। ବାଲେଶ୍ୱର ଜିଲା ବିଭାଜନ ହୋଇ ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାକୁ ଏହା ମଧ୍ୟରେ ୩୧ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲାରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଜିଲାବାସୀଙ୍କର ପ୍ରମୁଖ ଦାବି ମେଡିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିରେ ରହିଯାଇଛି। ଦୀର୍ଘଦିନ ଧରି ଜିଲାବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ପୂରଣ ହୋଇପାରିନାହିଁ। କେବଳ ନୂତନ ଜିଲାପାଳ ଅଫିସ, ଜିଲା କୋର୍ଟକୁ ଛାଡ଼ି ଦେଲେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଆଦି ଦିଗରେ ସେତେଟା ବିକାଶ ହୋଇପାରିନାହିଁ। ଜିଲାରେ ୭ଟି ବ୍ଲକ(ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର, ଭଦ୍ରକ)ରେ ଲୋକସଂଖ୍ୟା ଅନୁସାରେ ବିକାଶ ହୋଇପାରିନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ଧାମନଗର ଛକ ନିକଟ ୧୬ନଂ. ଜାତୀୟ ରାଜପଥ କଡ଼ରେ ଶହ ଶହ ଏକର ଚାଷଜମି ଅଧିଗ୍ରହଣ ହୋଇ ପଡ଼ିରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ। ଯାହାଦ୍ୱାରା ଜିଲାର ବେକାରୀ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ। ଚାନ୍ଦବାଲି ବ୍ଲକର ଧାମରାଠାରେ ଘରୋଇ ମାଲିକାନାରେ ବନ୍ଦର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉନାହିଁ। ଜିଲାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥିବା ବେଳେ ସେମାନଙ୍କର ଉପତ୍ାଦିତ ଫସଲ ବିକ୍ରି ପାଇଁ ବଜାର ସୁବିଧା ଓ ଶୀତଳ ଭଣ୍ଡାରର ବ୍ୟବସ୍ଥା ହୋଇପାରିନାହିଁ। ଏହି ଜିଲାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଉକତ୍ଳ କେଶରୀ ଡ. ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଓଡ଼ିଶାକୁ ନେତୃତ୍ୱ ଦେଇଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଜିଲାର ବିକାଶ ହୋଇପାରିନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଜିଲା ମାନ୍ୟତାକୁ ୩୧ ବର୍ଷ ପୂରି ଥିବା ବେଳେ ପଡ଼ୋଶୀ ଜିଲା ମାନଙ୍କରେ ଯେଉଁ ଧରଣର ଉନ୍ନତି ହୋଇଛି ସେହି ପରିମାଣରେ ଭଦ୍ରକରେ ହୋଇପାରିଲା ନାହିଁ। ଜିଲାର ପ୍ରମୁଖ ସମସ୍ୟା ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଅନ୍ୟାନ୍ୟ କଥା ନ କହିବା ଭଲ। ଓଡ଼ିଶାର ଦ୍ୱିତୀୟ ସର୍ବବୃହତମ ଭଦ୍ରକ ମହାବିଦ୍ୟାଳୟ ତଥା ହରେକୃଷ୍ଣ ମହତାବଙ୍କ ସ୍ବପ୍ନର ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ବପ୍ନରେ ରହିଗଲା।
-ଅଜୟ ନାୟକ, ତ୍ୟାଗଭୂମି ସମ୍ମେଳନର ସଭାପତି
ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ଭଦ୍ରକ ଜିଲା ୩୧ ବର୍ଷରେ ପଦାର୍ପଣ କରିଥିବା ବେଳେ ସାମାନ୍ୟ ଶିଳ୍ପଟିଏ ନାହିଁ। ଏସିଆ ମହାଦେଶର ବୃହତ୍ତମ ବନ୍ଦର ଧାମରାକୁ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହୋଇପାରିନାହିଁ। ସରକାରୀ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅବହେଳା କରାଯାଇଛି। ଏପର୍ଯ୍ୟନ୍ତ ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ମୌଳିକ ସମସ୍ୟା ପୂରଣ ହୋଇପାରିନାହିଁ।
-ଗଦାଧର ବଳ, ବରିଷ୍ଠ ଆଇନଜୀବୀ
ବଳିଦାନର ମାଟି ରକ୍ତତୀର୍ଥ ଇରମ ଓ ଶହୀଦନଗର ଲୁଣିଆ ଭଦ୍ରକ ଜିଲାରେ ଅବସ୍ଥିତ। ଜିଲା ମାନ୍ୟତାକୁ ତିନି ଦଶନ୍ଧି ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେଭଳି କିଛି ଆଖିଦୃଶିଆ ବିକାଶ ହୋଇନି। ଜିଲାବାସୀଙ୍କର ବହୁ ପ୍ରତୀକ୍ଷିତ ଦାବି ଗୁଡ଼ିକ ଏପର୍ଯ୍ୟନ୍ତ ପୂରଣ ହୋଇପାରିନି।
– ପ୍ରଫୁଲ୍ଲ ସାହୁ, ସ୍ତମ୍ଭକାର


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri