ମେୟର ମୋତେ ମାରିବାକୁ ଷଡ଼ଯନ୍ତ୍ର କରୁଛନ୍ତି: କାମେଶ୍ୱର

କଟକ,୩ା୯(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ମୋତେ ମାରିବାକୁ ଷଡଯନ୍ତ୍ର କରୁଛନ୍ତି। ଗତ ସ୍ବାୟତ୍ତ ଶାସନ ଦିବସରେ ମୋତେ ଦୁର୍ବ୍ୟବହାର କରିବା ସହ କହିଲେ ଯା ତୁ ଗାଡ଼ି ଧକ୍କା ହୋଇ ମରିବୁ। ମୁଁ ମରିଗଲେ ମେୟର କ’ଣ ମୋ ପରିବାରକୁ ଚଳାଇବେ? ଶନିବାର କଟକ ବିଜୁଭବନ ପରିସରରେ ଅନୁଷ୍ଠିତ ସିଏମ୍‌ସି କାଉନ୍‌ସିଲ ବୈଠକ ଆରମ୍ଭରେ ମେୟର ସିଂଙ୍କୁ ୩୫ ନମ୍ବର ଓ୍ବାର୍ଡର କଂଗ୍ରେସ କର୍ପୋରେଟର ଜେ. କାମେଶ୍ୱର ରାଓ ପ୍ରଶ୍ନ ପଚାରିଛନ୍ତି। ଏଥିସହ ସେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କର୍ପୋରେଟରଙ୍କ ଏଭଳି ପ୍ରଶ୍ନର ଉତ୍ତର ନ ଦେଇ ମେୟର ନୀରବ ରହିଥିଲେ। ପରେ ଉପସ୍ଥିତ ଅନ୍ୟ କର୍ପୋରେଟର ରାଓଙ୍କୁ ବୁଝାଶୁଝା କରିବା ପରେ ବୈଠକ ଆଗକୁ ବଢିଥିଲା।

ଆସନ୍ତା ଗଣେଶ ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ସ୍ଥାନରେ ଜାଇକା ଏବଂ ୱାଟ୍‌କୋ କାର୍ଯ୍ୟକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରକଳ୍ପ କାର୍ଯ୍ୟ ପାଇଁ ରାସ୍ତା ଖୋଳା ଯାଇଥିଲେ ମଧ୍ୟ ମରାମତି କରାଯାଉନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଛି। ବାରମ୍ବାର କହିବା ସତ୍ତ୍ବେ ରାସ୍ତା ମରାମତି କରାଯାଉନାହିଁ ବୋଲି କର୍ପୋରେଟରମାନେ ଅଭିଯୋଗ କରିଥିଲେ। ପୂଜା ଓ ଭସାଣି ସମୟରେ ଯେଭିଳି ସମସ୍ୟା ଦେଖା ନ ଦେବ ସେ ଦିଗରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଭାଗକୁ ଡାକି ଏକ ମିଳିତ ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ୧୦ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ କର୍ପୋରେଟରମାନେ ମେୟରଙ୍କୁ କହିଥିଲେ। ଏହାପରେ ବହୁ କର୍ପୋରେଟର ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ। ସିଏମ୍‌ସି ଅଧିକାରୀମାନଙ୍କ ପାଇଁ ଘରୋଇ ସଂସ୍ଥା ଦ୍ୱାରା ଗାଡିଗୁଡିକ ନିୟୋଜିତ କରାଯାଇଛି। ହେଲେ ଆବଶ୍ୟକତା ଠାରୁ ଅଧିକ ଗାଡି ନିୟୋଜିତ କରାଯାଇଥିବା ୫୪ ନମ୍ବର ୱାର୍ଡର କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ ଅଭିଯୋଗ କରିଥିଲେ। ଏଦିଗରେ ଆସନ୍ତା କାଉନସିଲ ବୈଠକରେ ସମସ୍ତ ତଥ୍ୟ ରଖିବାକୁ ସେ କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କୁ କହିଥିଲେ। ମେୟର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି କମିଶନର ଶ୍ୱେତପଦ୍ମା ଡି. ଶତପଥୀ, ସଞ୍ଜୀବିତା ରାୟଙ୍କ ସହ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ଅପବ୍ୟବହାର ହେଉଛି ସିଏମ୍‌ସିର ଟଙ୍କା
ପୂର୍ବରୁ ସିଏମ୍‌ସିର କଲ୍‌ ସେଣ୍ଟର ବାବଦକୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା। ହେଲେ ଏବେ ଘରୋଇ ସଂସ୍ଥା ଦ୍ୱାରା ଏହି ସେଣ୍ଟର ପରିଚାଳିତ ହେଉଛି। ଏ ବାବଦକୁ ୨ କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅଧିକ ଅର୍ଥ ବ୍ୟୟ ସତ୍ତ୍ବେ ଲୋକମାନଙ୍କ କାମରେ ଏହା ଆସିପାରୁନାହିଁ। ବାସ୍ତବରେ ଏହାର କାର୍ଯ୍ୟକାରିତା କ’ଣ ରହିଛି ବୋଲି ୪୪ ନମ୍ବର ୱାର୍ଡ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ଅଭିଯୋଗ ଉଠାଇଥିଲେ।

ଗୃହ ତ୍ୟାଗ କଲେ ଭାଜପା କର୍ପୋରେଟର

ସିଏମ୍‌ସି ପକ୍ଷରୁ ଅଳିଆ ସଂଗ୍ରହ ପାଇଁ ଭଡାରେ ଆସିଥିବା ୬୦ଟି ନୂଆ ବ୍ୟାଟେରି ଚାଳିତ ଗାଡି (ବିଓଭି) କୁ ନେଇ ୨୬ ନମ୍ବର ୱାର୍ଡ କର୍ପୋରେଟର ଗଗନ ଓଝା ପ୍ରଶ୍ନ ଉଠାଇଥିଲେ। ଉକ୍ତ ଗାଡି ପ୍ରତି ସିଏମ୍‌ସି ମାସକୁ ୨୪ ହଜାର ଟଙ୍କା ଲେଖାଏଁ ଭଡା ଦେବ। ଏବାବଦରେ ବର୍ଷକୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ହେଲେ ଗାଡି କିଣିଥିଲେ ପ୍ରାୟ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ତାହା କରା ନ ଯାଇ ଜନସାଧାରଣ ଟିକସ ଅର୍ଥର ଅପବ୍ୟବହାର କରାଯାଉଥିବା ଜେନା ଅଭିଯୋଗ କରିଛନ୍ତି। ହେଲେ ଏ ବାବଦରେ ସିଏମ୍‌ସି ଅଧିକାରୀଙ୍କ ନିକଟରୁ ତାଙ୍କୁ କୌଣସି ଉତ୍ତର ମିଳି ନ ଥିଲା। ଏପରି କି ମେୟରଙ୍କ ସହ ଏ ବିଷୟ କଥା କଟାକଟି ହେବାରୁ ସେ ଗୃହ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri