Posted inଖେଳ

ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଫିକ୍ସିଂ ହୋଇନି

ଦୁବାଇ, ୧୮ା୫ (ପି.ଟି.)- ଭାରତର ଇଂଲଣ୍ଡ (୨୦୧୬) ଓ ଅଷ୍ଟ୍ରେଲିଆ (୨୦୧୭) ବିପକ୍ଷ ଟେଷ୍ଟ ମ୍ୟାଚରେ ଫିକ୍ସିଂ ହୋଇଥିବା ନ୍ୟୁଜ୍‌ ଚ୍ୟାନେଲ ଅଲ୍‌ ଜଜିରାରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ତାହାର ଖଣ୍ଡନ କରିଛି। ଏହା ଏକ କପୋଳକଳ୍ପିତ ରିପୋର୍ଟ ବୋଲି ଦର୍ଶାଇଛି। ୨୦୧୮ରେ ଅଲ୍‌ ଜଜିରାରେ ‘କ୍ରିକେଟ୍ସ ମ୍ୟାଚ୍‌ ଫିକ୍ସର୍ସ’ ଶୀର୍ଷକ ଏକ ଡକ୍ୟୁମେଣ୍ଟାରି ରିଲିଜ କରାଯାଇଥିଲା। ଏଥିରେ ୨୦୧୬ରେ ଚେନ୍ନାଇରେ ଭାରତର ଇଂଲଣ୍ଡ ବିପକ୍ଷ ଗେମ୍‌ ଏବଂ ୨୦୧୭ରେ ରାଞ୍ଚତ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଗେମ୍‌ରେ ଫିକ୍ସିଂ ହୋଇଥିବା ବିଷୟ ଚିତ୍ରଣ କରାଯାଇଥିଲା। ଆଇସିସି ଆହୁରି ମଧ୍ୟ ଚ୍ୟାନେଲରେ ପ୍ରସାରଣ କରାଯାଇଥିବା ଡକ୍ୟୁମେଣ୍ଟାରିରେ ଅଂଶଗ୍ରହଣ କରିଥିବା ୫ଜଣ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛି। ସେମାନଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଯାଇପାରେ ହେଲେ ଦୋଷାରୋପ କଲାଭଳି କୌଣସି ପ୍ରାମାଣିକ ତଥ୍ୟ ଉପଲବ୍ଧ ନ ଥିଲା। ପ୍ରସାରିତ ପ୍ରୋଗ୍ରାମ୍‌ରେ ତଥାକଥିତ ଅନିଲ ମୁନାଓ୍ବାର ନାମକ ଜଣେ ବୁକି ଏହି ଦୁଇଟି ମ୍ୟାଚରେ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ଦାବି କରିଥିଲେ। ଏଥିରେ ୪ଜଣ ଇଣ୍ଡିପେଣ୍ଡେଣ୍ଟ ବେଟିଂ ଓ କ୍ରିକେଟିଂ ସ୍ପେଶାଲିଷ୍ଟ ଏହାର ବିଶ୍ଳେଷଣ କରିଥିଲେ। ମୁନାଓ୍ବାରଙ୍କ ଦାବି ଉପରେ ଆଇସିସି ପକ୍ଷରୁ ଏକ ତଦନ୍ତ କରାଯାଇଥିଲା। ଆଇସିସି ପକ୍ଷରୁ ଦୋଷମୁକ୍ତ ବ୍ୟକ୍ତିମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ହେଲେ ଖବର ଅନୁସାରେ ସେମାନଙ୍କ ମଧ୍ୟରେ ପାକିସ୍ତାନ କ୍ରିକେଟର ହସନ ରାଜା, ଶ୍ରୀଲଙ୍କାର ଥରଙ୍ଗା ଇଣ୍ଡିକା ଓ ଥରିନ୍ଦୁ ମେଣ୍ଡିସ ରହିଛନ୍ତି। ଓ୍ବାଲର୍‌ଡ ଗଭର୍ନିଂବଡି ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଡକ୍ୟୁମେଣ୍ଟାରିରେ ମୁମ୍ବାଇର ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସଙ୍କୁ କିଛି ସମୟ ଦେଖିବାକୁ ମିଳିିଥିଲା, ହେଲେ ତାଙ୍କୁ ତଦନ୍ତରେ ସାମିଲ କରାଯାଇ ନ ଥିଲା। ଏହି ୫ ଜଣ ଆଇସିସିର ଦୁର୍ନୀତି ନିବାରଣ ଆଚରଣ ସଂହିତା ଉଲ୍ଲଂଘନ କରିବା ଭଳି କୌଣସି କାର୍ଯ୍ୟ କରି ନ ଥିବା ଆଇସିସି କହିଛି। ଆଇସିସି ପକ୍ଷରୁ ୩ଟି ଦିଗରୁ ତଦନ୍ତ କରାଯାଇଥିଲା ବୋଲି ଇଣ୍ଟିଗ୍ରିଟି ୟୁନିଟ୍‌ର ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ପ୍ରକାଶ କରିଛନ୍ତି। ପ୍ରଥମତଃ ପ୍ରୋଗ୍ରାମ ଦ୍ୱାରା ଦାବି କରାଯାଇଥିବା ବିଷୟବସ୍ତୁ, ଦ୍ୱିତୀୟତଃ ଯେଉଁମାନେ ଫିକ୍ସିଂରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ଏବଂ ତୃତୀୟତଃ ଡକ୍ୟୁମେଣ୍ଟାରିପ୍ରସ୍ତୁତ କରିବା ଲାଗି ସେମାନେ କେଉଁଠାରୁ ପ୍ରାମାଣିକ ତଥ୍ୟ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri