Posted inଜାତୀୟ

Pahalgam Mastermind: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ଘେରାବନ୍ଦୀ କରି ଆଟାକ୍‌ କରୁଛି ସେନା

ନୂଆଦିଲ୍ଲୀ,୩୦।୪: ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଭାବେ ହାସିମ ମୂଷାଙ୍କୁ ଚିହ୍ନଟ କରାଯାଇଛି। ଏହି ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତିର ପ୍ରମାଣ ମିଳିଥିବା ବେଳେ ହାସିମ ମୂଷା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

Pahalgam Mastermind ଗୁଇନ୍ଦା ତଥ୍ୟ ଅନୁସାରେ ହମଲା ପରେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ଆତଙ୍କୀ ମୂଷା। ମୂଷାକୁ ଜୀବନ୍ତ ଧରିବାକୁ ସେନା ଚଳାଇଛି ବଡ଼ ଧରଣର ସର୍ଚ୍ଚ ଅପରେଶନ। କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଛନ୍ତି ମୂଷା। ତେବେ ମୂଷାଙ୍କ ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ଘୋଷଣା କରିଛି।

Pahalgam Mastermind ସୂଚନା ଅନୁଯାୟୀ, ହାସିମ ମୂଷା ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି)ରେ ପାରା-କମାଣ୍ଡୋ ଭାବେ ଉଚ୍ଚସ୍ତରୀୟ ତାଲିମ ଗ୍ରହଣ କରିଛି। ଏହି ତାଲିମରେ ଅସାଧାରଣ ଯୁଦ୍ଧ କୌଶଳ, ପର୍ବତୀୟ ଯୁଦ୍ଧ, ଗୁପ୍ତ ଅଭିଯାନ ଏବଂ ଅତ୍ୟାଧୁନିକ ଅସ୍ତ୍ର ନିୟନ୍ତ୍ରଣ କୌଶଳ ଶିକ୍ଷା ଦିଆଯାଇଥିଲା। ପହଲଗାମ ଆକ୍ରମଣରେ ବ୍ୟବହୃତ ଏମ୪ କାର୍ବାଇନ ଭଳି ଅସ୍ତ୍ର ଏହାର ପ୍ରମାଣ ବୋଲି ସୁରକ୍ଷା ଏଜେନ୍ସି ଦାବି କରିଛି। ଏହି ତାଲିମ ତାକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ଧୂର୍ତ୍ତ ଆତଙ୍କୀ ଭାବେ ଗଢ଼ି ତୋଳିଛି।

Pahalgam Mastermind ଏଜେନ୍ସିଙ୍କ ଅନୁସାରେ, ହାସିମ ମୂଷା ବର୍ତ୍ତମାନ ଜମ୍ମୁ-କଶ୍ମୀରର ଦକ୍ଷିଣ କାଶ୍ମୀର ଅଞ୍ଚଳର ଜଙ୍ଗଲୀ ଓ ପର୍ବତୀୟ ଅଞ୍ଚଳରେ ଲୁଚି ରହିଛନ୍ତି। ସେ ପାକିସ୍ତାନକୁ ଖସି ଯିବାର ଚେଷ୍ଟା କରୁଥିବା ସନ୍ଦେହ କରାଯାଉଛି। ହାସିମ ମୂଷା ଲସ୍କର-ଏ-ତୋଇବା (ଏଲଇଟି) ଓ ଟିଆରଏଫ ସହ ଜଡ଼ିତ ଏକ ହାର୍ଡକୋର ଆତଙ୍କୀ। ସେ କଥୁଆ ଓ ସମ୍ବା ସେକ୍ଟର ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରି ରାଜୋରୀ-ପୁଞ୍ଚ ଅଞ୍ଚଳରେ ସକ୍ରିୟ ଥିଲା। ଗତ ବର୍ଷ ସେ ଅନେକ ଆତଙ୍କୀ ଆକ୍ରମଣରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ତାଙ୍କର ଉଚ୍ଚସ୍ତରୀୟ ସାମରିକ ତାଲିମ, ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କୌଶଳ ଏବଂ ଗୁପ୍ତ ଅଭିଯାନ ଚଳାଇବାର ଦକ୍ଷତା ତାଙ୍କୁ ଅତ୍ୟନ୍ତ ବିପଜ୍ଜନକ କରିଛି। ସୁରକ୍ଷା ଏଜେନ୍ସି ଅନୁସାରେ, ତାଙ୍କ ନେଟୱାର୍କକୁ ନିଷ୍କ୍ରିୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ସେ ଅନ୍ତତଃ ଛଅଟି ଆତଙ୍କୀ ଆକ୍ରମଣରେ ଜଡ଼ିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri