Posted inଜାତୀୟ

ମୁମ୍ବାଇରେ ୨୨ କୋଟି ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ

ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨ କୋଟି ଟଙ୍କା ଠକିଥିଲେ। ଟୋରେସ୍‌ ଜେଓ୍ବେଲେରି ସ୍କାମ୍‌ର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ଆର୍ଥତ୍କ ଅପରାଧ ଶାଖା ୟୁକ୍ରେନୀୟ ନାଗରିକ ଆର୍ଥେମ୍‌ ଏବଂ ଓଲେନା ଷ୍ଟୋଇନ୍‌ଙ୍କୁ ମାଷ୍ଟରମାଇଣ୍ଡ ଚିହ୍ନଟ କରିଛି। ସୁନା, ରୁପା ଓ ରତ୍ନପଥରରେ ପୁଞ୍ଜିନିବେଶ କରାଇ ଅଧିକ ଟଙ୍କା ଫେରସ୍ତ ଦେବା ନାମରେ ଲୋକଙ୍କୁ ସେମାନେ ଠକୁଥିଲେ। ଜମାକାରୀଙ୍କୁ ୧୪ଟି ଦାମୀ କାର୍‌ ପୁରସ୍କାର ଦିଆଯାଇଥିଲା। ଚିଟ୍‌ଫଣ୍ଡକୁ ଅଧିକ ଜମାକାରୀଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ କାର୍‌ ପୁରସ୍କାର ଦିଆଯାଇଥିଲା। ଆର୍ଥେମ୍‌ ଏବଂ ଓଲେନା ଦେଶ ଛାଡ଼ି ପଳାଇଥିବା ବିଶ୍ୱାସ କରାଯାଉଛି। ସେମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର ଲୁକ୍‌-ଆଉଟ୍‌ ସର୍କୁଲାର ଜାରି ହେବ ବୋଲି ଜଣାପଡ଼ିଛି॥


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଡାଉନ ହେଲା Instagram, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୫।୨: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ । ବୁଧବାର ସକାଳେ,…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ସ୍କାଉଟସ-ଗାଇଡ଼ସ ପ୍ରତିଯୋଗିତା: ପଞ୍ଜିକରଣ ଆରମ୍ଭ

ଦାରିଙ୍ଗବାଡି,୫।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସର ପ୍ରଥମଥର ପାଇଁ…

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri