Posted inଜାତୀୟ

ସମାନ ସୁଯୋଗ ପାଇଁ ନିର୍ବାଚନ କୋଡ୍‌ ଜରୁରୀ: ଇସି

ନୂଆଦିଲ୍ଲୀ,୧୩।୧(ପି.ଟି.): ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ଏକସଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଉଦ୍ୟମ ଚଳାଇବାର ଏହା ଏକ ମୁଖ୍ୟ କାରଣ। ତେବେ ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଚରଣ ବିଧି ଅତ୍ୟନ୍ତ ଜରୁରୀ ବୋଲି ନିର୍ବାଚନ କମିଶନ (ଇସି) କହିଛନ୍ତି।
ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ କରାଇବା ପାଇଁ ସରକାର ଆଣିଥିବା ବିଲ୍‌ ଅନୁଯାୟୀ, ବିଭିନ୍ନ କାରଣରୁ ଏକସଙ୍ଗେ ନିର୍ବାଚନ କରାଇବା ଅତ୍ୟନ୍ତ ଆବଶ୍ୟକ। ସେଥିରୁ ଅନ୍ୟତମ କାରଣ ହେଲା ଅତ୍ୟଧିକ ବ୍ୟୟ ଏବଂ ସମୟ ବରବାଦ। ଏକସଙ୍ଗେ ନିବାଚନ କାର୍ଯ୍ୟକାରୀ କରାଇବା ପାଇଁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ରେ କୁହାଯାଇଛି, ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକରେ ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗୁ ହେଉଥିବାରୁ ସମ୍ପୂର୍ଣ୍ଣ ବିକାଶମୂଳକ କାର୍ଯ୍ୟକ୍ରମ ସ୍ଥଗିତ ରହିଯିବା ସହ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ବାରମ୍ବାର ଆଚରଣ ବିଧି ଲାଗୁ ହେବା ଦ୍ୱାରା ସେବା କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ଏବଂ ମାନବ ସମ୍ବଳକୁ ମୁଖ୍ୟ କାର୍ଯ୍ୟଧାରାରୁ ନେଇ ଦୀର୍ଘଦିନ ପାଇଁ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏକସଙ୍ଗେ ନିର୍ବାଚନ ସମ୍ପର୍କରେ ନ୍ୟାୟିକ କମିଶନ ୨୦୨୩ ମାର୍ଚ୍ଚରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ନିର୍ବାଚନ କମିଶନ କହିଥିଲେ, ଆଦର୍ଶ ଆଚରଣ ବିଧି ଲାଗୁ ନିର୍ବାଚନର ବାରମ୍ବାରତା ଉପରେ ନିର୍ଭର କରୁଛି। ନିର୍ବାଚନ ସହ ଜଡ଼ିତ ସମସ୍ତେ ଯେପରି ଆଚରଣ ବିଧିକୁ ସ୍ବେଚ୍ଛାକୃତ ଭାବେ ପାଳନ କରିବେ, ସେଥିପାଇଁ ଇସି ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରିଥାନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ଏବଂ ବିଶ୍ୱସନୀୟ ଫଳାଫଳ ଲାଗି ଏହା ଅପରିହାର୍ଯ୍ୟ। ନ୍ୟାୟିକ କମିଶନଙ୍କୁ ଇସି ଦେଇଥିବା ମତାମତକୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ର ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?