କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର

କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି କାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ଜାରି ରହିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଯିବ। ତେବେ ଶପିଂ ମଲ୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ସମୟରେ ଏନେଇ ଅବଗତ କରାଯିବ। କିନ୍ତୁ ଧାର୍ମିକ ସ୍ଥଳ, ସିନେମା ହଲ, ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ। ସ୍କୁଲ, କଲେଜ ବନ୍ଦ ରହିବ। ପାର୍କଗୁଡ଼ିକ ସକାଳ ୫ରୁ ୧୦ ଏବଂ ଅପରାହ୍ନରେ ୪ରୁ ସା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଅପରପକ୍ଷରେ ଜିଲା ଭିତରେ କିମ୍ବା ଜିଲା ବାହାରକୁ ଗମନାଗମନ ପାଇଁ କୌଣସି ପ୍ରକାର କଟକଣା ଜାରି କରାଯାଇନାହିଁ। ବସ୍‌, ଅଟୋ, ଟ୍ୟାକ୍ସି ଚଳାଚଳ କରିପାରିବ। କୌଣସି ପ୍ରକାର ଅନୁମତିର ଆବଶ୍ୟକତା ନାହିଁ। ସପ୍ତାହରେ ହେଉଥିବା ୨ ଦିନିଆ ଶଟ୍‌ଡାଉନ୍‌ ପାଇଁ ପୂର୍ବ କଟକଣା ବଳବତ୍ତର ରହିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି।