ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି

ସୋନପୁର,୫।୧୨(ନି.ପ୍ର.):ପଡୋଶି ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେଲାଣି। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନି। ଜିଲାର ୬ଟି ବ୍ଲକ ମଧ୍ୟରୁ ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଧାନ ଅମଳ ଶୀଘ୍ର ହୋଇଥାଏ। ଏହି ଦୁଇ ବ୍ଲକର କେତେକ ଚାଷୀ ଧାନ ଅମଳ ସାରି ଆସନ୍ତା ରବି ଧାନ ଚାଷ ପାଇଁ ଜମି ପ୍ରସ୍ତୁତ କରି ତଳି ପକାଇଲେଣି। ମାତ୍ର ଏ ପର୍ଯ୍ୟନ୍ତ ସରକାରଙ୍କ ମଣ୍ଡି ଖୋଲିନି। ସୋମବାର ଡୁଙ୍ଗୁରିପାଲି ବ୍ଲକର ଦିଗଶିରା ମଣ୍ଡି ଓ ବିନିକା ମାର୍କେଟ୍‌ ୟାର୍ଡରେ ଧାନ କିଣା ଆରମ୍ଭ ହେବ ବୋଲି ଜଣାପଡିଛି। ତେଣୁ ଚାଷୀ ବାଧ୍ୟ ହୋଇ କମ୍‌ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅସାଧୁ ବ୍ୟବସାୟୀ ଚାଷୀଙ୍କ ନିକଟରୁ କୁଇଣ୍ଟାଲ ପ୍ରତି ୧୪୦୦ଟଙ୍କାରେ ଧାନ କିଣି ମାଲେମାଲ ହେଉଛନ୍ତି। ଜିଲାରେ ବିଳମ୍ବିତ ଧାନ କିଣା ପାଇଁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଏଥିପ୍ରତି ଚିନ୍ତା ନାହିଁ।
ଜିଲାର ଅଣଜଳସେଚିତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ସାମାନ୍ୟ ବିଳମ୍ବରେ ଧାନ ଅମଳ ହୁଏ। ଏହି ସବୁ ଅଞ୍ଚଳରେ ୩୦ ପ୍ରତିଶତ ଜମିରେ ଧାନ ଅମଳ ସରିଲାଣି। ଚାଷୀ ଧାନ ଅମଳ କରି ବିକ୍ରି ପାଇଁ ଖଳାରେ ଗଦା କରିଛନ୍ତି। ଅକ୍ଟୋବର ୩୧ରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୨୨-୨୩ ଖରିଫ ଧାନ କିଣା ନଭେମ୍ବର ୩୦ରୁ ଜିଲାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କୌଣସି କାରଣରୁ ପରେ ଏହି ନିଷ୍ପତ୍ତି ବଦଳିଗଲା। ଡିସେମ୍ବର ୫ରୁ ବିନିକା ଓ ଡୁଙ୍ଗୁରିପାଲି ବ୍ଲକରୁ ଏବଂ ଡିସେମ୍ବର ୧୨ରୁ ଜିଲାର ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ସ୍ଥିର ହେଲା। ନଭେମ୍ବର ମାସରୁ ଧାନ କିଣା ଆରମ୍ଭ ହେଲେ ଚାଷୀଙ୍କ ଟୋକନ ଲାପ୍‌ସ ହେବ ଯୁକ୍ତି ଦର୍ଶାଇ ଧାନ କିଣାକୁ ବିଳମ୍ବ କରାଗଲା। ପ୍ରଶାସନର ଏଭଳି ଏକତରଫା ନିଷ୍ପତ୍ତିକୁ ଜିଲା କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ମାତ୍ର ପ୍ରଶାସନ ଏହି ଦାବିକୁ ଅଣଦେଖା କରିଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ୪୦ ପ୍ରତିଶତ ଧାନ ଅମଳ ସରିଲାଣି। ଚାଷୀ ଅମଳ ଧାନକୁ ଖଳାରୁ ବିକ୍ରି କରି ଦେଉଛି। ଆସନ୍ତା ରବି ଧାନ ଚାଷ ପାଇଁ ହଳ, ବିହନ ଓ ସାର ସକାଶେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀଙ୍କୁ ଟଙ୍କା ଆବଶ୍ୟକ। ସଅଳ ଧାନ ଅମଳ ସରି ଥିବାରୁ କୃଷି ଶ୍ରମିକଙ୍କ ମଜୁରୀ, ଚାଷ ପାଇଁ ବ୍ୟବହୃତ ଯନ୍ତ୍ରପାତିର ଭଡା ଓ ଋଣ ଟଙ୍କା ପରିଶୋଧ ପାଇଁ ଜିଲାର ଚାଷୀ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀ ସରକାରୀ ଦରରେ ଧାନ ବିକ୍ରି କରି ନପାରି କ୍ଷତି ସହୁଛି। ଚାଷୀଙ୍କୁ ସରକାରୀ ମଣ୍ଡିରୁ ବିମୁଖ କରି ମିଲର୍ସ ଓ ଅସାଧୁ ବ୍ୟବସାୟୀଙ୍କ ହାତରେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ଏକ ଷଡଯନ୍ତ୍ର ହୋଇଥିବା ଜିଲା କୃଷକ ସଂଗଠନର ସଭାପତି ବୈକୁଣ୍ଠନାଥ ଶତପଥୀ ଅଭିଯୋଗ କରିଛନ୍ତି। ତେବେ ଜିଲାପାଳଙ୍କୁ କୃଷକ ସଂଗଠନର ଲିଖିତ ଅଭିଯୋଗ ଓ ଆନ୍ଦୋଳନ ଚେତାବନୀ ପରେ ଜିଲା ପ୍ରଶାସନ ଅଣଜଳସେଚିତ ୪ ବ୍ଲକର ଧାନ କିଣା ନିଷ୍ପତ୍ତି ବଦଳାଇଛନ୍ତି। ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ଆସନ୍ତା ୧୨ ତାରିଖ ବଦଳରେ ୯ ତାରିଖରୁ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ମାତ୍ର ଚାଷୀ ମାନେ ଏଥିରେ ସନ୍ତୁଷ୍ଟ ହୋଇ ନାହାନ୍ତି। ଏ ସମ୍ପର୍କରେ ଜିଲା କୃଷକ ସଂଗଠନର ସଭାପତି ଶତପଥୀ କୁହନ୍ତି, ଆଗୁଆ ଧାନ କିଣିବା ପାଇଁ ଆମେ ବୈଠକରେ ଅନୁରୋଧ କରିଥିଲୁ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଆମ କଥାକୁ ଶୁଣାଗଲାନି। ଯେଉଁ ନିଷ୍ପତ୍ତି ନିଆଗଲା ତାହା ପରେ ମିଲର୍ସଙ୍କ ଲାଭ ପାଇଁ ବଦଳା ଗଲା। ମଣ୍ଡି ଖୋଲିବା ପୂର୍ବରୁ କମ୍‌ ଦରରେ ଧାନ କିଣି ମିଲର୍ସ ଗୋଦାମ ଭର୍ତ୍ତି କରିବାକୁ ସୁଯୋଗ ଦିଆଗଲା। ପ୍ରଶାସନ ଚାଷୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ନ ଦେଲେ ଜିଲା କୃଷକ ସଂଗଠନ ଆନ୍ଦୋଳନ କରିବ। ଜିଲାରେ ୬୩ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଜିଲାର ଚାଷୀଙ୍କ ଧାନ କିଣିବ। ଧାନ କ୍ରୟ ପାଇଁ ଜିଲାରେ ୧୦୭ଟି ମଣ୍ଡି ଖୋଲାଯିବ। ଧାନ ବିକ୍ରି କରିବା ପାଇଁ ଚଳିତ ଥର ୬୫ହଜାର ୫୨୩ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri