Categories: ବାଣିଜ୍ୟ

ଦି ନ୍ୟୁ ‘ସ୍ପ୍ଲେଣ୍ଡର+ଏକ୍ସଟେକ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୨୪।୫ ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ର ବହୁ ପ୍ରତୀକ୍ଷିତ ତଥା ଆଇକନିକ୍‌ ମୋଟରସାଇକେଲ୍‌ ସ୍ପ୍ଲେଣ୍ଡରର ନୂତନ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ‘ଦି ନ୍ୟୁ ସ୍ପ୍ଲେଣ୍ଡର+ ଏକ୍ସଟେକ୍‌’ର ବଜାର ପ୍ରବେଶ ନିକଟରେ ଥେହାଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲରେ ଅନେକ ପ୍ରକାରର ଆଧୁନିକ ବୈଶିଷ୍ଟ୍ୟ ସାମିଲ କରାଯାଇଛି।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଷ୍ଟ୍ରାଟେଜି ମୁଖ୍ୟ ଓ ଗ୍ଲୋବାଲ୍‌ ପ୍ରଡକ୍ଟ ପ୍ଲାନିଂ, ମାଲୋ. ଲେ.ମାସନ୍‌ କହିଛନ୍ତି, ହିରୋ ସ୍ପ୍ଲେଣ୍ଡର ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଓ ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲ୍‌। କୋଟି କୋଟି ଭାରତୀୟଙ୍କର ପ୍ରକୃତ ସାଥୀ। ଏହା ପ୍ରାୟତଃ ୩ ଦଶନ୍ଧି ଧରି ଏକ ଆଇକନ୍‌ ଭାବେ ଗ୍ରାହକଙ୍କ ମନରେ ରହିଆସିଛି। ଏହା ସ୍ପ୍ଲେଣ୍ଡର+ ଏକ୍ସଟେକ୍‌ ମଡେଲର ଶୁଭାରମ୍ଭ ସହିତ ଆହୁରି ଅନେକଙ୍କୁ ଅନୁପ୍ରେରିତ କରିବ। ସେହିଭଳି ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ ଅଫିସର, ରଣଭିଜିତ୍‌ ସିଂ କହିଛନ୍ତି, ହିରୋ ସ୍ପ୍ଲେଣ୍ଡର ଦଶନ୍ଧି ଦଶନ୍ଧି ଧରି ଏକ ଟ୍ରେଣ୍ଡ ସେଟର ଭାବରେ ରହି ଆସିଛି। ଏହା ବ୍ୟାପକ ଶ୍ରେଣୀୟ ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିଛି।
ଏହି ମଡେଲ ୪ଟି କଲରରେ ଉପଲବ୍ଧ ରହିଛି। ସେହିପରି ସ୍ପ୍ଲେଣ୍ଡର+ଏକ୍ସଟେକ୍‌ରେ ରହିଛି ୯୭.୨ସିସି ବିଏସ୍‌-୬ ଅନୁପାଳନକାରୀ ଇଞ୍ଜିନ, ଯାହାକି ଉଲ୍ଲେଖନୀୟ ପାୱାର ଆଉଟ୍‌ପୁଟ୍‌ ୭.୯ ବିଏଚପି ୭୦୦୦ ଆରପିଏମ୍‌ ହାରରେ ପ୍ରଦାନ କରେ ଓ ଏଥିରେ ୮.୦୫ ଏନଏମର ଟର୍କ ୬୦୦୦ହାରରେ ଉଚ୍ଚ କ୍ଷମତାସମ୍ପନ୍ନ ରାଇଡ୍‌ ପାଇଁ ରହିଛି। ହିରୋର ଉକ୍ତ ଯାନ ସାରା ଦେଶରେ ଥିବା ହିରୋ ମୋଟୋକର୍ପ ଡିଲରପଏଣ୍ଟଗୁଡିକରେ ଉପଲବ୍ଧ ହେବ, ଏହାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ-ଶୋରୁମ୍‌ ଦିଲ୍ଲୀ) ଆଇଏନଆର ୭୨,୯୦୦ ଟଙ୍କା ରହିଛି। ନୂଆ ସ୍ପ୍ଲେଣ୍ଡର+ଏକ୍ସଟେକରେ ମଧ୍ୟ ୫ବର୍ଷର ୱାରେଣ୍ଟି ରହିଛି।

Share