ଦି ନ୍ୟୁ ‘ସ୍ପ୍ଲେଣ୍ଡର+ଏକ୍ସଟେକ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୨୪।୫ ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ର ବହୁ ପ୍ରତୀକ୍ଷିତ ତଥା ଆଇକନିକ୍‌ ମୋଟରସାଇକେଲ୍‌ ସ୍ପ୍ଲେଣ୍ଡରର ନୂତନ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ‘ଦି ନ୍ୟୁ ସ୍ପ୍ଲେଣ୍ଡର+ ଏକ୍ସଟେକ୍‌’ର ବଜାର ପ୍ରବେଶ ନିକଟରେ ଥେହାଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲରେ ଅନେକ ପ୍ରକାରର ଆଧୁନିକ ବୈଶିଷ୍ଟ୍ୟ ସାମିଲ କରାଯାଇଛି।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଷ୍ଟ୍ରାଟେଜି ମୁଖ୍ୟ ଓ ଗ୍ଲୋବାଲ୍‌ ପ୍ରଡକ୍ଟ ପ୍ଲାନିଂ, ମାଲୋ. ଲେ.ମାସନ୍‌ କହିଛନ୍ତି, ହିରୋ ସ୍ପ୍ଲେଣ୍ଡର ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଓ ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲ୍‌। କୋଟି କୋଟି ଭାରତୀୟଙ୍କର ପ୍ରକୃତ ସାଥୀ। ଏହା ପ୍ରାୟତଃ ୩ ଦଶନ୍ଧି ଧରି ଏକ ଆଇକନ୍‌ ଭାବେ ଗ୍ରାହକଙ୍କ ମନରେ ରହିଆସିଛି। ଏହା ସ୍ପ୍ଲେଣ୍ଡର+ ଏକ୍ସଟେକ୍‌ ମଡେଲର ଶୁଭାରମ୍ଭ ସହିତ ଆହୁରି ଅନେକଙ୍କୁ ଅନୁପ୍ରେରିତ କରିବ। ସେହିଭଳି ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ ଅଫିସର, ରଣଭିଜିତ୍‌ ସିଂ କହିଛନ୍ତି, ହିରୋ ସ୍ପ୍ଲେଣ୍ଡର ଦଶନ୍ଧି ଦଶନ୍ଧି ଧରି ଏକ ଟ୍ରେଣ୍ଡ ସେଟର ଭାବରେ ରହି ଆସିଛି। ଏହା ବ୍ୟାପକ ଶ୍ରେଣୀୟ ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିଛି।
ଏହି ମଡେଲ ୪ଟି କଲରରେ ଉପଲବ୍ଧ ରହିଛି। ସେହିପରି ସ୍ପ୍ଲେଣ୍ଡର+ଏକ୍ସଟେକ୍‌ରେ ରହିଛି ୯୭.୨ସିସି ବିଏସ୍‌-୬ ଅନୁପାଳନକାରୀ ଇଞ୍ଜିନ, ଯାହାକି ଉଲ୍ଲେଖନୀୟ ପାୱାର ଆଉଟ୍‌ପୁଟ୍‌ ୭.୯ ବିଏଚପି ୭୦୦୦ ଆରପିଏମ୍‌ ହାରରେ ପ୍ରଦାନ କରେ ଓ ଏଥିରେ ୮.୦୫ ଏନଏମର ଟର୍କ ୬୦୦୦ହାରରେ ଉଚ୍ଚ କ୍ଷମତାସମ୍ପନ୍ନ ରାଇଡ୍‌ ପାଇଁ ରହିଛି। ହିରୋର ଉକ୍ତ ଯାନ ସାରା ଦେଶରେ ଥିବା ହିରୋ ମୋଟୋକର୍ପ ଡିଲରପଏଣ୍ଟଗୁଡିକରେ ଉପଲବ୍ଧ ହେବ, ଏହାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ-ଶୋରୁମ୍‌ ଦିଲ୍ଲୀ) ଆଇଏନଆର ୭୨,୯୦୦ ଟଙ୍କା ରହିଛି। ନୂଆ ସ୍ପ୍ଲେଣ୍ଡର+ଏକ୍ସଟେକରେ ମଧ୍ୟ ୫ବର୍ଷର ୱାରେଣ୍ଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri