ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ମାଓବାଦୀ ନେତା: ଶେଷକୃତ୍ୟ ସମ୍ପନ୍ନ କଲେ ପୋଲିସ ବାବୁ

ଚିତ୍ରକୋଣ୍ଡା,୧୦ା୩,(ଡି.ଏନ୍‌.ଏ.): କେନ୍ଦ୍ରୀୟ କମିଟି ମାଓବାଦୀଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓବାଦୀ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି ନ ଥିଲେ। ମାଓବାଦୀ ନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏସିଆଇ, ରାମକୃଷ୍ଣ ସଙ୍ଗେ ସଙ୍ଗେ କମୁଲୁଓ୍ବାଡା ଗାଁରେ ପହଞ୍ଚିଥିଲେ। ପୋଲିସ ସହକର୍ମୀଙ୍କ ସହ ନିଜେ ବୃଦ୍ଧାଙ୍କ ମୃତଦେହକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ପାଇଁ ପରିବାରର ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଶେଷ ସମୟରେ ସୀତାଙ୍କ ନିକଟରେ ଦୁଇ ପୁଅ ନ ଥିବା ବେଳେ ପୋଲିସର ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ମା’ଙ୍କ ଦେହାନ୍ତ ପରେ ମିଳିଲାନି ଚାରି କାନ୍ଧ। ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ମାଓବାଦୀ ନେତା ବି ଆସିପାରିଲେନି। କିନ୍ତୁ ମାନବିକତା ଦେଖାଇ ପୋଲିସ ବାବୁ ପୁଅ ହୋଇ ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ଓଡ଼ିଶା ଚିତ୍ରକୋଣ୍ଡା ସୀମାନ୍ତ ସିଲେରୁ ଥାନା କମୁଲୁଓ୍ବାଡା ଗାଁରେ। ଆନ୍ଧ୍ରର ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ନେତା କାଜୁରି ପାଣ୍ଡାନା ଓରଫ (ଜଗନ୍ନ)ଙ୍କ ମା’ ସୀତାଙ୍କ ଶୁକ୍ରବାର ଦେହାନ୍ତ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁର ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri