Posted inଫୁରସତ

୧୩୩ କୋଟିରେ ନିର୍ମିତ ମହଲ ୮୩ କୋଟିରେ ବିକ୍ରିହେବ

ଟ୍ରେନଟନ୍‌: ନ୍ୟୁଜର୍ସିର ବାସିନ୍ଦା ଡ୍ୟାନ୍‌ ତାଙ୍କ ପ୍ରେମିକା ଶେରୀ ଫୁନ୍‌ଶଙ୍କୁ ଏପରି ଏକ ଉପହାର ଦେଇଛନ୍ତି, ସେଥିପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଡେଟିଂ କରିବାବେଳେ ଶେରୀଙ୍କ ପାଇଁ ଡ୍ୟାନ୍‌ ଏକ ସୁନାର ମହଲ କରିବେ। ତା’ ପରେ ବିବାହ କରିବେ ବୋଲି କଥା ଦେଇଥିଲେ। ସେ ନିଜ କଥା ରଖି ବିବାହ ପୂର୍ବରୁ ଶେରୀଙ୍କ ପାଇଁ ଏକ ସୁନ୍ଦର ମହଲ ତିଆରି କଲେ। ଏଥିଲାଗି ସେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କଲେ। ହେଲେ ଏବେ ସେ ସେହି ଘରକୁ ବିକ୍ରି କରିବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ, ଶେରୀ ଏବଂ ଡ୍ୟାନ୍‌ ୨୦୦୫ରେ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ। ସେତେବେଳେ ଡ୍ୟାନ୍‌ ଏହି ଉପହାର କଥା କହିଥିଲେ। ସେଥିପାଇଁ ସେ ୨୦୦୭ରେ ୨ ମିଲିୟନ ଡଲାର ଅର୍ଥାତ୍‌ ୧ କୋଟି ୬୬ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ଜାଗା କିଣି ସେଠାରେ ଏକ ସୁନ୍ଦର ମହଲ ନିର୍ମାଣ କରିଥିଲେ। ସେତେବେଳେ ଏହି ମହଲ ନିର୍ମାଣରେ ୧୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସେ ମହଲକୁ ୫୦ କୋଟି କମ୍‌ ମୂଲ୍ୟରେ ବିକ୍ରି କରିବାକୁ ଚାହୁଁଛନ୍ତି। ସେହି ସୁନାର ମହଲ ନିର୍ମାଣରେ ୨୨ କ୍ୟାରେଟ ସୁନା ପରସ୍ତର ୪୭ ହଜାର ଶିଟ୍‌ ବ୍ୟବହୃତ ହୋଇଥିଲା। ଉକ୍ତ ମହଲରେ ୮ ବେଡ୍‌ରୁମ୍‌, ୧୩ ଫାୟାର ପ୍ଲେସ୍‌, ଗୋଟିଏ ହୋମ୍‌ ଥିଏଟର, ୨ଟି ବାର୍‌ ରହିଛି। ମହଲ ଦ୍ୱାର ଖୋଲିବାମାତ୍ରେ ସିଣ୍ଡ୍ରେଲା ଶିଡ଼ି ଦେଖିବାକୁ ମିଳିବ, ଯାହା ଧଳା ମାର୍ବଲରେ ନିର୍ମିତ। ଏହା ଉପରେ ସୁନାର ପରସ୍ତ ମଧ୍ୟ ରହିଛି। ଶେରୀ ଏହି ମହଲକୁ ସ୍ବର୍ଗ ବୋଲି କହିଛନ୍ତି। ହେଲେ ଏହି ମହଲ ବିକ୍ରି ପଛର କାରଣ ଜଣାପଡ଼ିନି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri