Categories: ଫୁରସତ

ଡହଡ଼ହ ଖରାରେ ପକ୍ଷୀ ପାଇଁ ଦେବଦୂତ ସାଜିଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପକ୍ଷୀକୁ ରାସ୍ତା ଉପରେ ଥକା ହୋଇ ବସିଥିବାର ଦେଖିବାକୁ ମିଳୁଛି। ପରେ ଜଣେ ବ୍ୟକ୍ତି ତାଙ୍କୁ ପାଣି ଦେବାରୁ ସେ ପାଟି ଦେଖାଉଛି। ବ୍ୟକ୍ତି ଜଣଙ୍କ ତା ପାଟିରେ ପାଣି ଦେଉଛନ୍ତି। ବାରମ୍ବାର ବ୍ୟକ୍ତି ଜଣଙ୍କ ପାଣି ଥିବା ଛୋଟ ଠିପିକୁ ତଳେ ରଖିବାକୁ ଚେଷ୍ଟା କରିଥିବା ବେଳେ ପକ୍ଷୀଟି ଯେପରି କହୁଛି ମୋତେ ପିଆଇ ଦିଅ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share