Categories: ଫୁରସତ

ଛିଡ଼ା ହୋଇଥିଲେ ବ୍ୟକ୍ତି, ପଛରୁ ଆସିଲା ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ରାସ୍ତାକୁ ପଛପଟ କରି ଛିଡ଼ା ହୋଇଥିବା ବେଳେ ତାଙ୍କ ପଛରୁ ଏକ ହାତୀ ଆସି ତାଙ୍କୁ ମାରିବାକୁ ଚେଷ୍ଟା କରୁଛି। ଏହି ସମୟରେ ବ୍ୟକ୍ତିଜଣଙ୍କ ବୁଲିପଡ଼ି ହାତୀକୁ ଦେଖିଦେଇଥିଲେ। ପରେ ସେଠାରୁ ଦୌଡି ପଳାଇ ଆସିଥିଲେ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share