ଛାଇପରି ବିଗ୍‌ ବି ଅମିତାଭଙ୍କ ସହିତ ରହୁଥିଲେ ଏହି ବ୍ୟକ୍ତି: ବର୍ଷକୁ ନେଉଥିଲେ…

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ ବଞ୍ଚାଇଥାନ୍ତି। ଏଭଳି ପରିସ୍ଥିତିରେ ତାରକାମାନଙ୍କ ମନୋଭାବ ଜାଣିବା ମଧ୍ୟ ଜରୁରୀ । ଏମିତି କିଛି ବଡିଗାର୍ଡ ଅଛନ୍ତି ଯେଉଁମାନେ ସେଲିବ୍ରିଟିଙ୍କ ଚାରିପାଖେ ଛାଇ ଭଳି ରହିଥାନ୍ତି। ବଲିଉଡ୍‌ର ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଥିବା ଜିତେନ୍ଦ୍ର ସିନ୍ଧେଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା। ସେ ଅମିତାଭଙ୍କ ସହିତ ଛାଇ ପରି ରହି ଆସୁଥିଲେ। କାର୍ଯ୍ୟକ୍ରମ ଶୁଟିଂ ସମୟରେ ଜିତେନ୍ଦ୍ର ସର୍ବଦା ବିଗ ବିଙ୍କ ସହ ଥାଆନ୍ତି। ଜିତେନ୍ଦ୍ର ଏ ନେଇ ଭଲ ପାରିଶ୍ରମିକ ମଧ୍ୟ ନେଇଥାନ୍ତି। ଏଥିପାଇଁ ବିଗ ବି ତାଙ୍କୁ ବାର୍ଷିକ ୧.୨ କୋଟି ଟଙ୍କା ଦେଉଥିବା ନେଇ ଟାଇମ୍ସ ଅଫ ଇଣ୍ଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଏବେ ଜିତେନ୍ଦ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଥିବା ଜଣାପଡ଼ୁଛି।

Share