Categories: ଫୁରସତ

ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଦୋଳି ଖେଳୁଛନ୍ତି। ପରେ ଦୋଳିରୁ ଡେଉଁଛନ୍ତି। ସାମ୍ନାରେ ୨ ଜଣ ତାଙ୍କ ପ୍ୟାଣ୍ଟ ଧରିଛନ୍ତି ସେ ସେହି ପ୍ୟାଣ୍ଟକୁ ଡେଇଁ, ପିନ୍ଧୁଛନ୍ତି। ପରେ ଖୁସିରେ ଏଭଳି ବ୍ୟବହାର କରୁଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share