ଘରୁ ଯାଇ ଫେରିଲେନି ବ୍ୟକ୍ତି, ପୋଖରୀରୁ ମିଳିଲା ମୃତଦେହ

ପାଟଣା ୧୪।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ମହିଷା ମୁଣ୍ଡି ଗ୍ରାମର ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଲୋମ୍ବଦର ନାଏକ। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏପରି ହୋଇଥିବା କୁହାଯାଉଛି।