ଯେଉଁ ମାଗାଜିନ୍‌ ସୋନୁଙ୍କୁ କରିଥିଲା ରିଜେକ୍ଟ: ଆଜି ତାହାର କଭର ପେଜ୍‌ରେ ଅଭିନେତାଙ୍କ ଫଟୋ

‘ରିଅଲ ଲାଇଫ ହିରୋ’, ‘ଗଡ ଅଫ ଆର୍ଥ’ ଆଜିକାଲି ଲୋକମାନେ ଏହି ନାମରେ ଅଭିନେତା ସୋନୁ ସୁଦଙ୍କୁ ଜାଣିଛନ୍ତି। ସୋନୁ ୨୦୨୦ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତାଙ୍କୁ ଘରେ ପହଞ୍ଚାଇଥିଲେ। ଆଜି ବି ଲୋକେ ତାଙ୍କୁ ସାହାଯ୍ୟ ମାଗିଲେ ସେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ତେବେ ସୋନୁ କହିଛନ୍ତି ଯେ, ସେ ନିଜେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।, ତେଣୁ ସେ ଅନ୍ୟମାନଙ୍କ କଷ୍ଟ ସେ ବୁଝିଛନ୍ତି। ନିକଟରେ ଅଭିନେତା ସୋନୁଙ୍କ ଫଟୋ ପତ୍ରିକା ଷ୍ଟାର ଡଷ୍ଟ କଭର ପେଜରେ ସ୍ଥାନ ପାଇଛି। ଅଭିନେତା ଏହାକୁ ଶେୟାର କରି ତାଙ୍କର ସଂଘର୍ଷଗୁଡ଼ିକୁ ମନେ ପକାଇଛନ୍ତି।

ସୋନୁ ଲେଖିଛନ୍ତି, ‘ଗୋଟିଏ ଦିନ ଥିଲା, ଯେତେବେଳେ ମୁଁ ଷ୍ଟାରଡଷ୍ଟ ଅଡିଶନ ପାଇଁ ପଞ୍ଜାବରୁ ମୋର କିଛି ଫଟୋ ପଠାଇଥିଲି। କିନ୍ତୁ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆଜି ଏହି ସୁନ୍ଦର କଭର ପେଜ୍‌ ପାଇଁ ମୁଁ ଷ୍ଟାର ଡଷ୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କୃତଜ୍ଞତା। ’

ତେଣୁ ସୋନୁ ଉପରେ ଷ୍ଟାର୍‌ ଡଷ୍ଟର ଏହି କଭର ଷ୍ଟୋରି ସହିତ କ୍ୟାପଶନରେ ଲେଖା ଅଛି, ‘ପ୍ରକୃତ ହିରୋ ସୋନୁ ସୁଦ୍‌ ’ବାକି ରିଲ ହିରୋମାନଙ୍କଠାରୁ ଷ୍ଟାରଡମ ଛଡ଼ାଇ ନେଲେ’ ଅଭିନେତାଙ୍କ ପୋଷ୍ଟ ଉପରେ ଲୋକମାନେ ଭଲ ମନ୍ତବ୍ୟ ଦେଉଛନ୍ତି। ତାଙ୍କର କାର୍ଯ୍ୟଗୁଡ଼ିକ ପ୍ରଶଂସା କରିଛନ୍ତି।

Share