ଚନ୍ଦନ ଗଛ ଉପରେ ମାଫିଆଙ୍କ ନଜର

କେନ୍ଦୁଝର, ୮।୨ (ସ୍ବ.ପ୍ର./ ଡି.ଏନ.ଏ.) କେନ୍ଦୁଝର ଜିଲାରେ ଚନ୍ଦନ ତସ୍କରୀ ଉପରେ ପ୍ରଶାସନର ଅଙ୍କୁଶ ଲାଗିପାରୁନାହିଁ। ଫଳରେ ଜିଲାରେ ଚନ୍ଦନ ଗଛ ଚୋରି ବଢ଼ିବାରେ ଲାଗିଛି। ଏବେ ଚନ୍ଦନଗଛ ଉପରେ ନଜର ପଡ଼ିଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରବିବାର ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ଥିବା ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପରିସରରୁ ଏକ ପୁରୁଣା ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ସେହିପରି ଦୁର୍ବୃତ୍ତମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଲାଗିଥିବା ଡିଆର୍‌ଡିଏ ଅଫିସ ନିକଟ ପୂର୍ବତନ ଅତିରିକ୍ତ ଜିଲାପାଳ (ରାଜସ୍ବ)ଙ୍କ ସରକାରୀ ଆବାସ ଗୃହ ପରିସରରୁ ଏକ ଚନ୍ଦନ ଗଛକୁ କାଟି ଚୋରି ଉଦ୍ୟମ କରିଛନ୍ତି। ତେବେ ଉକ୍ତ କ୍ୱାର୍ଟର୍ସରେ ରହୁଥିବା ପୂର୍ବତନ ଏଡିଏମ୍‌ଙ୍କ ସମ୍ପର୍କୀୟ ଶବ୍ଦ ଶୁଣି ବାହାରକୁ ଆସିବା ଦେଖି ଦୁର୍ବୃତ୍ତମାନେ କଟା ଗଛକୁ ଛାଡ଼ି ପଳାଇଛନ୍ତି। ସମ୍ପୃକ୍ତ ୨ଜଣ ଦୁର୍ବୃତ୍ତ ଟେକା ପଥର ଫିଙ୍ଗି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ହେଁ ଗଛ ନେଇପାରି ନାହାନ୍ତି। ତେବେ ତିନିଦିନ ମଧ୍ୟରେ ସହରରୁ ୫ଟି ଚନ୍ଦନ ଗଛକୁ କାଟି ନେଇଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସଦର ରେଞ୍ଜ ଟାଉନ ଫରେଷ୍ଟର କାଳନ୍ଦୀ ସାମଲ କହିଛନ୍ତି। ସେହିପରି ପୋଲିସ ତନାଘନା ଆରମ୍ଭ କରିଛି।
ପ୍ରକାଶ ଯେ, କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ଶନିବାର ରାତିରେ ୩ ଚନ୍ଦନ ଗଛ ଚୋରି ହୋଇଥିଲା। ଟାଉନ ପୋଲିସ ତଦନ୍ତ ଚଳାଇଥିବା ବେଳେ ସବିଶେଷ ଯାଞ୍ଚ ପରେ ସବୁ କିଛି ଜଣାପଡ଼ିବ ବୋଲି ଉପଜିଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ କହିଥିଲେ। ସେହିପରି କିଛିଦିନ ତଳେ ଆନନ୍ଦପୁର ଥାନା ଅଞ୍ଚଳର ଦୁଇ ମନ୍ଦିର ପରିସରରୁ ୪ ଏବଂ ଚମ୍ପୁଆ ଥାନା ଅଧୀନ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ୧୧ ମୋଟ ୧୫ ଚନ୍ଦନ ଗଛ ଚୋରି ହୋଇଥିଲା। ୧୫ ଦିନ ମଧ୍ୟରେ ମୋଟ ୨୦ ଗଛ ଚୋରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri