ଫିଟ୍‌ନେସ୍‌ ପରୀକ୍ଷା କରିବ ମେଶିନ

ଭୁବନେଶ୍ୱର୧୨।୧୦(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ଦ୍ୱାରା ଚଳିତ ମାସ ୨୩ ତାରିଖରୁ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟରେ ଏନେଇ ଗୋଟିଏ ଲେଖାଏ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା କଟକରୁ ଆରମ୍ଭ ହେବ। ଗାଡ଼ି, ମୋଟରର ଫିଟ୍‌ନେସ୍‌ ପରୀକ୍ଷାରେ ସ୍ବଚ୍ଛତା ରକ୍ଷାକରି ଦୁର୍ଘଟଣାକୁ ଏଡ଼ାଯିବା ସହିତ ଦୁର୍ନୀତି ରୋକିବାକୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କଟକ ନରାଜଠାରେ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ନିର୍ମାଣ କରାଯାଇଛି। ଏହି ସେଣ୍ଟର ଦ୍ୱାରା ଗାଡ଼ି ମୋଟର ଫିଟ୍‌ନେସ୍‌ ପରୀକ୍ଷା ଏଣିକି କରାଯିବ। ପୂର୍ବଭଳି ଏମ୍‌ଭିଆଇମାନେ ଯେପରି ଗାଡ଼ିର ଫିଟ୍‌ନେସ୍‌ ପରୀକ୍ଷା କରୁଥିଲେ ସେପରି ଆଉ ହେବ ନାହିଁ। ଏମ୍‌ଭିଆଇ ଗାଡ଼ି ମୋଟରର ଫିଟ୍‌ନେସ୍‌ ପରୀକ୍ଷା କରିବା ବେଳେ ସବୁ ଠିକ୍‌ରେ ନିରୀକ୍ଷଣ କରିବା ସମ୍ଭବ ହେଉ ନ ଥିଲା। ହେଲେ ଏହି ସେଣ୍ଟରରେ ଗାଡ଼ିର ଫିଟ୍‌ନେସ୍‌ ପରୀକ୍ଷା ହେବା ଦ୍ୱାରା ୨୩ଟି ପାରାମିଟର ଠିକ୍‌ରେ ପାଳନ କରାଯାଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଯେପରି ଗାଡ଼ିର ହେଡ୍‌ଲାଇଟ୍‌ ଠିକ୍‌ କାମ କରୁଛି ନା ନାହିଁ, ଉଭୟ ଶବ୍ଦ ଓ ସାଉଣ୍ଡ ପରୀକ୍ଷା, ସ୍ପିଡୋମିଟର, ଷ୍ଟିୟରିଂ ଆଦି ବିଭିନ୍ନ ପରୀକ୍ଷା ମାନୁଆଲି କରାଯିବ। ଏହି ସେଣ୍ଟର ନରାଜରେ ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଏକର ଜମି ଏବଂ ଭିତ୍ତିଭୂମି ନିର୍ମାଣ ଲାଗି ଅର୍ଥ ଖର୍ଚ୍ଚ କରାଯାଇଛି। ରୋଜମେଟ୍ରୋ ନାମକ ଏକ ସଂସ୍ଥାକୁ ଏହି ସେଣ୍ଟର ଚଳାଇବା ଦାୟିତ୍ୱ କେନ୍ଦ୍ର ସରକାର ଦେଇଛନ୍ତି। ଇନ୍ସସ୍ପେକଶନ ଫି ଟଙ୍କାରୁ ଉକ୍ତ କମ୍ପାନୀ ଏହି ସେଣ୍ଟରର ରକ୍ଷଣାବେକ୍ଷଣ କରିବା ସାଙ୍ଗକୁ ସେଠାରେ କାମ କରିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବ। ଜଣେ ଏମ୍‌ଭିଆଇ ଏହାର ଦାୟିତ୍ୱରେ ରହିବେ। ଉକ୍ତ ସେଣ୍ଟରର ମେଶିନ ଠିକ୍‌ କାମ କରୁଛି ନା ନାହିଁ ଏମ୍‌ଭିଆଇ ଜଣକ ନଜର ରଖିବେ। ଅନ୍‌ଲାଇନ ଜରିଆରେ ଉକ୍ତ ସେଣ୍ଟରରୁ ଫିଟ୍‌ନେସ ସାର୍ଟିଫିକେଟ ପାଇଯିବେ ଗାଡ଼ି ମାଲିକ। କେନ୍ଦ୍ର ସରକାର ଏଥିଲାଗି ୧୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଆଗାମୀ ଦିନରେ ରାଜ୍ୟ ସରକାର ବ୍ରହ୍ମପୁର, ରାଉରକେଲା, କେନ୍ଦୁଝର, ଭୁବନେଶ୍ୱର ଏବଂ ଅନୁଗୋଳରେ ଏହି ସେଣ୍ଟର ଖୋଲିବାକୁ ଯୋଜନା ରଖିଛନ୍ତି। ମାତ୍ର ଏହି ସେଣ୍ଟର ଖୋଲିବା ଲାଗି କେନ୍ଦ୍ର ସରକାର ଆଉ ଅର୍ଥ ପ୍ରଦାନ କରିବେ ନାହିଁ ବୋଲି ଜଣାପଡ଼ିଛି। ଭବିଷ୍ୟତରେ ଏହି ସେଣ୍ଟର ଯେଉଁଠି ଖୋଲିବ ସେଥିଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ନରାଜଠାରେ ଆରମ୍ଭ ହେବାକୁ ଥିବା ସେଣ୍ଟର ଠିକ୍‌ରେ କାମ କରୁଥିବା ନେଇ ମଧ୍ୟ ପରୀକ୍ଷା ସରିଛି। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବାବେଳେ ପ୍ରଥମେ ଏନେଇ ଆସନ୍ତା ୧୮ ତାରିଖ ରଖାଯାଇଥିଲା। ହେଲେ ସୋମବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ୨୩ ତାରିଖ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏମ୍‌ଭିଆଇମାନେ ଫିଟ୍‌ନେସ୍‌ ସାର୍ଟିଫିକେଟ ପ୍ରଦାନ ସମୟରେ ପ୍ରଚୁର ପରିମାଣରେ ଦୁର୍ନୀତି ହେଉଥିବାର ଗନ୍ଧ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri