ଶ୍ରମିକଙ୍କ କାମ କରୁଛି ମେଶିନ

ବରୀ,୧୬ା୫(ଡି.ଏନ.ଏ.): ବରୀ ବ୍ଲକ ବରୀ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୋଖରୀ ପୁନରୁଦ୍ଧାର ଓ ରାସ୍ତା କାର୍ଯ୍ୟ କରାଯାଉଛି। ତେବେ ଏହି କାର୍ଯ୍ୟ ଶ୍ରମିକଙ୍କ ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠାରେ ତା’ର ଉଲ୍ଲଂଘନ କରାଯାଇଛି। ଶ୍ରମିକଙ୍କ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଫଳରେ ଏଠାରେ ଥିବା ଶ୍ରମିକମାନେ କାମ ନ ପାଇ ଘରେ ବସିଛନ୍ତି। ତେଣୁ ସେମାନଙ୍କୁ ଉକ୍ତ ପ୍ରକଳ୍ପଗୁଡ଼ିକରେ କାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହିକ୍ରମରେ ଶ୍ରମିକ ବସନ୍ତ ମଲିକ, କାର୍ତ୍ତିକ ମଲିକ, ବାଇଧର ମଲିକ, ଶରତ ମଲିକ, ୧୦ ନଂ. ଓ୍ବାର୍ଡ ସଭ୍ୟ ରଞ୍ଜନ କୁମାର ଜେନା ପ୍ରମୁଖ ୫ଟି ସଚିବ, ଯାଜପୁର ଜିଲାପାଳ ଓ ବରୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବ୍ଲକ୍‌ କାର୍ଯ୍ୟାଳୟ ପରିସରରୁ ମାତ୍ର ୨ କି.ମି. ଦୂରରେ ସରକାରୀ ନିୟମ ଉଲ୍ଲଂଘନ କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନ ପଡ଼ିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଉକ୍ତ ଯୋଜନାରେ ଅଦ୍ୟାବଧି ପଞ୍ଚାୟତର କେତେଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ଓ କେତେଜଣ କାର୍ଯ୍ୟ କରିବାକୁ ଆବେଦନ କରିଛନ୍ତି ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବା କ୍ଷେତ୍ରରେ ବ୍ଲକ ପ୍ରଶାସନ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ତାହା ଜିଲା ପ୍ରଶାସନ ତରଫରୁ ତଦନ୍ତ କରାଯିବାକୁ ଦାବି ହୋଇଛି। ଏହାର ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିବା ସହିତ ଶ୍ରମିକଙ୍କୁ କାମ ମିଳି ପାରନ୍ତା ବୋଲି ବୁଦ୍ଧିଜିବୀ ମତ ରଖିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, ମୃତ ଆତଙ୍କୀଙ୍କୁ ବଡଦିନର ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୬।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଘାତକ ଆକ୍ରମଣ ଆରମ୍ଭ କରିଛନ୍ତି। ଟ୍ରୁଥ୍ ସୋସିଆଲ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri