ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ ଜାତୀୟ ହରିତ ଅଧିକରଣ(ଗ୍ରୀନ ଟ୍ରିବୁନାଲ) ଟିମ୍‌ ଦୁଇ ଆନ୍ଧ୍ର-ଓଡ଼ିଶାର ରାଜସ୍ବ ଅଧିକାରୀଙ୍କ ସହ ପରିଦର୍ଶନ କରିଥିଲେ। ନଦୀ ଓ ଘାଟକୁ ନଷ୍ଟ କରି ଆନ୍ଧ୍ର ପଟକୁ ବେଆଇନ ବାଲି ଚାଲାଣ ହେଉଥିବା ପଞ୍ଚାୟତ ସରପଞ୍ଚ ପୂଜା ଖିଲଙ୍କ ଅଭିଯୋଗ କରିଥିଲେ। ଏହାର ତଦନ୍ତ ବେଳେ ୨ ରାଜ୍ୟର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଦୁଇ ରାଜ୍ୟର ରାଜସ୍ବ ମାନଚିତ୍ରରେ ନ ଥିବା ଘଟଣା ସାମନାକୁ ଆସିଥିବା ତଦନ୍ତକାରୀ ଟିମ୍‌ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସାରା ରାଜ୍ୟ ଓ ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ତତ୍କାଳୀନ ସରକାର ଓ ରାଜସ୍ବ ବିଭାଗ ସମାଲୋଚିତ ହୋଇଥିଲେ। ଉକ୍ତ ଘଟଣାକୁ ବର୍ଷେ ବିତିଛି। ରାଜ୍ୟରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏହି ଘଟଣାକୁ ନେଇ ତଦନ୍ତ, ସୀମା ଚିହ୍ନଟ ଓ ମାଛକୁଣ୍ଡ ନଦୀକୁ ରାଜ୍ୟ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବାକୁ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ନନ୍ଦପୁର ତହସିଲ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୀମା ଚିହ୍ନଟ ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହଁାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି କରିଛି। ସୀମାନ୍ତ ମାଛକୁଣ୍ଡ ନଦୀର ବିଭିନ୍ନ ଘାଟରୁ ଆନ୍ଧ୍ର ମାଫିଆ ଅବାଧରେ ବାଲି ବୋହି ନେଉଥିବା ବେଳେ ଦୁଇ ରାଜ୍ୟର ସୀମା ବିବାଦ ବଢୁଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ପଟୁ ଓଡ଼ିଶା ଅଞ୍ଚଳକୁ ପ୍ରବାହିତ ଗୋଦାବରୀ ନଦୀ ଗୋଲୁର ପଞ୍ଚାୟତର ରାଇପାହାଡ ନିକଟରେ ଦୁଇ ଭାଗ ହୋଇଛି। ଗୋଟିଏ ଭାଗ ପାତାଳୀ ନଦୀ ନଁାରେ ଚାଟୁଆ ପାଡୁଆ ଦେଇ ଜୋଲାପୁଟ ରିଜର୍ଭରରେ ଲିନ ହୋଇଛି। ଅନ୍ୟଟି ରାଇ ପାହାଡରୁ ମାଛକୁଣ୍ଡ ନଦୀ ନଁାରେ ପ୍ରବାହିତ ହୋଇ ଆନ୍ଧ୍ର ଅନ୍ତର୍ଗତ ଦୁଗାନ ଗ୍ରାମଠାରୁ ମୁଚିମପୁଟ ଯାଏ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଛି। କିନ୍ତୁ ମାଛକୁଣ୍ଡ ନଦୀ ନନ୍ଦପୁର ତହସିଲ, କୋରାପୁଟ ଜିଲା ଏବଂ ଓଡ଼ିଶାର ରାଜସ୍ବ ମୂଜୁମୁଲି ସହ ଆନ୍ଧ୍ର ରାଜସ୍ବ ମାନଚିତ୍ରରେ ମଧ୍ୟ ନାହିଁ ବୋଲି କେନ୍ଦ୍ରୀୟ ଟିମ୍‌ କହିଥିଲେ। ଟିମ୍‌ ଜିଓଲୋଜି ବିଭାଗର ଟପୋସିଡ୍‌ ମାନଚିତ୍ର, ଦୁଇ ରାଜ୍ୟର ଅଧିକାରୀଙ୍କ ମୋବାଇଲରେ ଉପଲବ୍ଧ ଗୁଗୁଲ ମ୍ୟାପ ଦେଖାଇ ରାଜସ୍ବ ବିଭାଗ ମାନଚିତ୍ରରେ ମାଛକୁଣ୍ଡ ନଦୀ କିଭଳି ନାହିଁ ବୋଲି ଦୁଇ ରାଜ୍ୟର ରାଜସ୍ବ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟ ରାଜସ୍ବ ବିଭାଗ, ଜିଲା ପ୍ରଶାସନ ଓ ନନ୍ଦପୁର ତହସିଲ୍‌ କର୍ତ୍ତୃପକ୍ଷ ସୀମା ସୁରକ୍ଷା ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଥିଲା। କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ ଅବସର ନେଇଛନ୍ତି। ମାଛକୁଣ୍ଡ ନଦୀ ମାନଚିତ୍ରରେ ନ ଥିବା ଘଟଣାର ରିପୋର୍ଟ ଟ୍ରିବୁନାଲ ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଟିମ୍‌ରେ ଥିବା ଜିଓଲୋଜିକାଲ ବିଭାଗ ଯୁଗ୍ମ ନିର୍ଦ୍ଦେଶକ (କୋରାପୁଟ) କ୍ୟୁ ଜେ ଖାନ ସୂଚନା ଦେଇଥିଲେ। ଆଗାମୀ ଦିନରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ, ରାଜସ୍ବ ବିଭାଗର କର୍ତ୍ତୃପକ୍ଷ ଆପୋଷ ବୁଝାମଣାରେ ବୈଠକ କରି ମାଛକୁଣ୍ଡ ନଦୀର ମାନଚିତ୍ର ଉଭୟ ରାଜ୍ୟର ସୀମା ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବ୍ଲକ୍‌ ସହ ପାନ୍ଥଲୁଙ୍ଗ ପଞ୍ଚାୟତ ବାସୀଙ୍କ ଦୁର୍ଭାଗ୍ୟ ତଦନ୍ତ ଓ ପରାମର୍ଶ କାଗଜ କଲମରେ ରହିଯାଇଛି। ସୀମା ଚିହ୍ନଟ କରି ମାଛକୁଣ୍ଡ ନଦୀକୁ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ, ଜିଲା ପ୍ରଶାସନ ଓ ନନ୍ଦପୁର ତହସିଲ କର୍ତ୍ତୃପକ୍ଷ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଗୁରୁତ୍ୱ ଦେଇ ସୀମାନ୍ତ ଚିହ୍ନଟ କରନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମାଛକୁଣ୍ଡ ନଦୀକୁ ରାଜ୍ୟ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବା ସହ ଓଡ଼ିଆ ଅସ୍ମିତାର ରକ୍ଷା କରି ସୀମାନ୍ତବାସୀଙ୍କୁ ସମ୍ମାନ ଓ ଶାନ୍ତିରେ ବଞ୍ଚିବାକୁ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।
ଏ ସମ୍ପର୍କରେ କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ଶୀଘ୍ର ସୀମା ଚିହ୍ନଟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri