ଆଜିଠାରୁ ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁଯାୟୀ, ନବରାତ୍ରୀର ପଞ୍ଚମ ଦିନ ଅକ୍ଟୋବର ୧୯ ଅର୍ଥାତ୍‌ ଆଜିଠାରୁ ବୁଧ ତୁଳା ରାଶିରେ ପ୍ରବେଶ କରିବ। ଏହି ରାଶିରେ ବୁଧ ଦେବ ୧୮ ଦିନ ରହିବେ। ଏହାପରେ ଅକ୍ଟୋବର ୨୨ରେ ସ୍ବାତୀ ନକ୍ଷତ୍ରରେ ବୁଧ ପ୍ରବେଶ କରିବ ଏବଂ ଅକ୍ଟୋବର ୩୧ରେ ସ୍ବାତୀରୁ ବିଶାଖା ନତ୍ରକ୍ଷରେ ପ୍ରବେଶ କରିବ। ଏହାପରେ ବୁଧ ତୁଳା ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ। ଏଭଳି ସ୍ଥିତିରେ ବୁଧଙ୍କର ଏହି ରାଶି ପରିବର୍ତ୍ତନ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶିକୁ ଫାଇଦା ମିଳିବ।

ମିଥୁନ
ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ମିଥୁନ ରାଶିର ସ୍ବାମୀ ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ଅକ୍ଟୋବର ୧୯ରେ ବୁଧ ରାଶି ପରିବର୍ତ୍ତନ କଲେ ମିଥୁନ ରାଶି ଉପରେ ଶୁଭ ଦୃଷ୍ଟି ରହିବ। ବୁଧ ଦେବଙ୍କ ଶୁଭ ଦର୍ଶନର ପ୍ରଭାବରେ ମିଥୁନ ରାଶିର ଲୋକମାନେ ଏହି ସମୟରେ ବ୍ୟବସାୟରେ ବହୁତ ଅର୍ଥନୈତିକ ଉନ୍ନତି ଦେଖିବେ। ଏହି ସମୟରେ କ୍ୟାରିୟରରେ ଉନ୍ନତି ହେବ। ଏହାବ୍ୟତୀତ ମିଥୁନ ରାଶିର ବ୍ୟକ୍ତିମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟରେ ନିବେଶ କରି ପ୍ରଚୁର ଧନ ଲାଭ ହେବ।

କୁମ୍ଭ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୧୯ ରେ ବୁଧ ତୁଳାରେ ପ୍ରବେଶ କଲେ ଏହାର ଫାଇଦା କୁମ୍ଭ ରାଶିକୁ ମଧ୍ୟ ମିଳିବ । ଏହି ସମୟ ମଧ୍ୟରେ ବ୍ୟବସାୟରେ ଅର୍ଥନୈତିକ ଉନ୍ନତି ପରିଲକ୍ଷିତ ହେବ। ଚାକିରି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ। ଏହାବ୍ୟତୀତ ଏହି ସମୟ ମଧ୍ୟରେ ବାଣୀରେ ମଧୁରତା ରହିବ। ଜମି ସମ୍ବନ୍ଧୀୟ କାର୍ଯ୍ୟରେ ନିବେଶ ଲାଭପ୍ରଦ ହେବ।

ଧନୁ
ଅକ୍ଟୋବର ୧୯ରେ ବୁଧ ଚଳନ ଧନୁ ରାଶିପାଇଁ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ଏହି ସମୟରେ ବ୍ୟବସାୟରେ ପ୍ରଚୁର ଲାଭ ହେବ। ବ୍ୟବସାୟରେ ଅଟକି ରହିଥିବା ଅର୍ଥ ପ୍ରାପ୍ତି ହେବ। ଯେଉଁମାନେ ଭାଗିଦାରୀରେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ ଅର୍ଥନୈତିକ ଉନ୍ନତି ଦେଖିବେ। ଆୟ ବୃଦ୍ଧି ସହିତ ଧନ ଲାଭ ମଧ୍ୟ ହେବ। ଏହାବ୍ୟତୀତ ଚାକିରିରେ ପଦୋନ୍ନତିର ଲାଭ ପାଇପାରିବେ।

ମକର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ଅତ୍ୟନ୍ତ ଶୁଭ ରହିବ। ଅକ୍ଟୋବର ୧୯ ତାରିଖରୁ ଏହି ରାଶିର ବ୍ୟକ୍ତିଙ୍କୁ ବୁଧ ଦେବଙ୍କ ବିଶେଷ କୃପା ମିଳିବ। ଏହି ସମୟ ମଧ୍ୟରେ ବୁଧଙ୍କ କୃପାରୁ ବ୍ୟବସାୟରେ ପ୍ରଚୁର ଅର୍ଥନୈତିକ ଉନ୍ନତି ହେବ। ବ୍ୟବସାୟରେ ଅଟକି ରହିଥିବା ଅର୍ଥ ପ୍ରାପ୍ତି ହେବ। ନୂଆ ନିବେଶ ଯୋଜନା କରିବେ, ଯାହା ସାକାର ହେବ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିବ। ଏହି ସମୟରେ ପୂର୍ବରୁ ହୋଇଥିବା ନିବେଶକୁ ମଧ୍ୟ ଭଲ ରିଟର୍ଣ୍ଣ ମିଳିବ। ମୋଟାମୋଟି ଭାବେ ବୁଧଙ୍କ ଏହି ଗୋଚର ମକର ରାଶି ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

କନ୍ୟା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିରେ ବୁଧ ରାଶି ଅଧିକ ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ବୁଧଙ୍କ ଏହି ଗୋଚର କନ୍ୟା ରାଶି ପାଇଁ ବରଦାନ ସାବ୍ୟସ୍ତ ହେବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଏହାବ୍ୟତୀତ କନ୍ୟା ରାଶିରେ ଧନ ଲାଭର ମଧ୍ୟ ଅନେକ ସମ୍ଭାବନା ରହିବ। ଯାହାଦ୍ୱାରା ବହୁତ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କୁଣ୍ଡଳୀରେ ଯଦି କୌଣସି ପ୍ରକାରର ବୁଧ ଦୋଷ ରହିଛି, ତେବେ ତାହା ଦୂର ହୋଇଯିବ। ଫଳରେ ଜୀବନରେ ସୁଖ ଶାନ୍ତି ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri