ଆଜିଠାରୁ ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁଯାୟୀ, ନବରାତ୍ରୀର ପଞ୍ଚମ ଦିନ ଅକ୍ଟୋବର ୧୯ ଅର୍ଥାତ୍‌ ଆଜିଠାରୁ ବୁଧ ତୁଳା ରାଶିରେ ପ୍ରବେଶ କରିବ। ଏହି ରାଶିରେ ବୁଧ ଦେବ ୧୮ ଦିନ ରହିବେ। ଏହାପରେ ଅକ୍ଟୋବର ୨୨ରେ ସ୍ବାତୀ ନକ୍ଷତ୍ରରେ ବୁଧ ପ୍ରବେଶ କରିବ ଏବଂ ଅକ୍ଟୋବର ୩୧ରେ ସ୍ବାତୀରୁ ବିଶାଖା ନତ୍ରକ୍ଷରେ ପ୍ରବେଶ କରିବ। ଏହାପରେ ବୁଧ ତୁଳା ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ। ଏଭଳି ସ୍ଥିତିରେ ବୁଧଙ୍କର ଏହି ରାଶି ପରିବର୍ତ୍ତନ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶିକୁ ଫାଇଦା ମିଳିବ।

ମିଥୁନ
ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ମିଥୁନ ରାଶିର ସ୍ବାମୀ ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ଅକ୍ଟୋବର ୧୯ରେ ବୁଧ ରାଶି ପରିବର୍ତ୍ତନ କଲେ ମିଥୁନ ରାଶି ଉପରେ ଶୁଭ ଦୃଷ୍ଟି ରହିବ। ବୁଧ ଦେବଙ୍କ ଶୁଭ ଦର୍ଶନର ପ୍ରଭାବରେ ମିଥୁନ ରାଶିର ଲୋକମାନେ ଏହି ସମୟରେ ବ୍ୟବସାୟରେ ବହୁତ ଅର୍ଥନୈତିକ ଉନ୍ନତି ଦେଖିବେ। ଏହି ସମୟରେ କ୍ୟାରିୟରରେ ଉନ୍ନତି ହେବ। ଏହାବ୍ୟତୀତ ମିଥୁନ ରାଶିର ବ୍ୟକ୍ତିମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟରେ ନିବେଶ କରି ପ୍ରଚୁର ଧନ ଲାଭ ହେବ।

କୁମ୍ଭ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୧୯ ରେ ବୁଧ ତୁଳାରେ ପ୍ରବେଶ କଲେ ଏହାର ଫାଇଦା କୁମ୍ଭ ରାଶିକୁ ମଧ୍ୟ ମିଳିବ । ଏହି ସମୟ ମଧ୍ୟରେ ବ୍ୟବସାୟରେ ଅର୍ଥନୈତିକ ଉନ୍ନତି ପରିଲକ୍ଷିତ ହେବ। ଚାକିରି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ। ଏହାବ୍ୟତୀତ ଏହି ସମୟ ମଧ୍ୟରେ ବାଣୀରେ ମଧୁରତା ରହିବ। ଜମି ସମ୍ବନ୍ଧୀୟ କାର୍ଯ୍ୟରେ ନିବେଶ ଲାଭପ୍ରଦ ହେବ।

ଧନୁ
ଅକ୍ଟୋବର ୧୯ରେ ବୁଧ ଚଳନ ଧନୁ ରାଶିପାଇଁ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ଏହି ସମୟରେ ବ୍ୟବସାୟରେ ପ୍ରଚୁର ଲାଭ ହେବ। ବ୍ୟବସାୟରେ ଅଟକି ରହିଥିବା ଅର୍ଥ ପ୍ରାପ୍ତି ହେବ। ଯେଉଁମାନେ ଭାଗିଦାରୀରେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ ଅର୍ଥନୈତିକ ଉନ୍ନତି ଦେଖିବେ। ଆୟ ବୃଦ୍ଧି ସହିତ ଧନ ଲାଭ ମଧ୍ୟ ହେବ। ଏହାବ୍ୟତୀତ ଚାକିରିରେ ପଦୋନ୍ନତିର ଲାଭ ପାଇପାରିବେ।

ମକର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ଅତ୍ୟନ୍ତ ଶୁଭ ରହିବ। ଅକ୍ଟୋବର ୧୯ ତାରିଖରୁ ଏହି ରାଶିର ବ୍ୟକ୍ତିଙ୍କୁ ବୁଧ ଦେବଙ୍କ ବିଶେଷ କୃପା ମିଳିବ। ଏହି ସମୟ ମଧ୍ୟରେ ବୁଧଙ୍କ କୃପାରୁ ବ୍ୟବସାୟରେ ପ୍ରଚୁର ଅର୍ଥନୈତିକ ଉନ୍ନତି ହେବ। ବ୍ୟବସାୟରେ ଅଟକି ରହିଥିବା ଅର୍ଥ ପ୍ରାପ୍ତି ହେବ। ନୂଆ ନିବେଶ ଯୋଜନା କରିବେ, ଯାହା ସାକାର ହେବ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିବ। ଏହି ସମୟରେ ପୂର୍ବରୁ ହୋଇଥିବା ନିବେଶକୁ ମଧ୍ୟ ଭଲ ରିଟର୍ଣ୍ଣ ମିଳିବ। ମୋଟାମୋଟି ଭାବେ ବୁଧଙ୍କ ଏହି ଗୋଚର ମକର ରାଶି ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

କନ୍ୟା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିରେ ବୁଧ ରାଶି ଅଧିକ ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ବୁଧଙ୍କ ଏହି ଗୋଚର କନ୍ୟା ରାଶି ପାଇଁ ବରଦାନ ସାବ୍ୟସ୍ତ ହେବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଏହାବ୍ୟତୀତ କନ୍ୟା ରାଶିରେ ଧନ ଲାଭର ମଧ୍ୟ ଅନେକ ସମ୍ଭାବନା ରହିବ। ଯାହାଦ୍ୱାରା ବହୁତ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କୁଣ୍ଡଳୀରେ ଯଦି କୌଣସି ପ୍ରକାରର ବୁଧ ଦୋଷ ରହିଛି, ତେବେ ତାହା ଦୂର ହୋଇଯିବ। ଫଳରେ ଜୀବନରେ ସୁଖ ଶାନ୍ତି ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri