ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି। ସେମାନେ ଏକାଠି ଚାଲୁଥିବା ସମୟରେ ହଠାତ୍ ଖୁବ୍ ଜୋର୍ରେ ଏକ ବିଜୁଳି ମାରୁଛି। ଫଳରେ ପ୍ରେମିକଙ୍କ ସାମ୍ନାରେ ଟଳି ପଡୁଛନ୍ତି ପ୍ରେମିକା। ପ୍ରେମିକ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି
Breaking : Disturbing visuals show LIGHTNING directly STRIKING and killing a woman at Pinheira Beach in Palhoça, Brazil few days ago. pic.twitter.com/5QdTYgyaKc
— World Updates (@Updatesofwworld) August 30, 2026
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଘଟିଥିଲା। ବିଜୁଳି ମାରିବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ୨୯ ଅଗଷ୍ଟ ସକାଳେ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଶେୟାର ହୋଇଥିଲା।
ଘଟଣା ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା
ଭିଡିଓ କ୍ଲିପ୍ରେ ସବୁକିଛି ସ୍ବାଭାବିକ ଦେଖାଯାଉଛି, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ହଠାତ୍ ଏକ ଦୁଃଖଦ ଘଟଣା ଘଟୁଛି। ଭିଡିଓ ଦେଖି ଲୋକମାନେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଅତ୍ୟନ୍ତ ଭୟଙ୍କର ବୋଲି କହୁଛନ୍ତି।
ଅନେକ ୟୁଜର ପ୍ରେମିକାଙ୍କ ମୃତ୍ୟୁକୁ ଭୟଙ୍କର ବୋଲି କହିବା ସହ ପୂରା ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ହଠାତ୍ ଦୁର୍ଘଟଣାର ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ଭାବପ୍ରବଣ ମଧ୍ୟ ହୋଇଥିବା ଦେଖାଯାଇଛି।