ବେଲଗୁଣ୍ଠା,୨୦ା୮(କୃଷ୍ଣଚନ୍ଦ୍ର ପଟ୍ଟନାୟକ):ପ୍ରେମିକ ଟ୍ୟୁଶନ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରେମଜନିତ ସମ୍ପର୍କକୁ ନେଇ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିକ୍ଷକଜଣଙ୍କ ଫେରାର ହୋଇଯାଇଛନ୍ତି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମରେ।
ଅଭିଯୋଗ ଅନୁସାରେ, ୨୦୦୪ରେ ସୋରଡ଼ା ଅଞ୍ଚଳର ଶ୍ୟାମଘନ ଗୌଡ଼ ମୁଜାଗଡ଼ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ମୁଜାଗଡ଼ ଗ୍ରାମର ଫିରୋଜକାନ୍ତ ସାହୁଙ୍କ ନାବାଳିକା ଝିଅ ଜ୍ୟୋତିରେଖାଙ୍କୁ ଶିକ୍ଷକ ଶ୍ୟାମଘନ ସେତେବେଳେ ଟ୍ୟୁଶନ କରୁଥିଲେ। ପାଠପଢ଼ା ଭିତରେ ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଶିକ୍ଷକ ଶ୍ୟାମଘନ ଜ୍ୟୋତିରେଖାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ୨୦୧୯ରେ ଶ୍ୟାମଘନ ମୁଜାଗଡ଼ରୁ ବଦଳି ହୋଇ କ୍ଷତ୍ରିୟବରପୁର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଚାଲି ଯାଇଥିଲେ। ଏହାପରେ ସେ ଅନ୍ୟତ୍ର ବିବାହ କରିଥିଲେ ମଧ୍ୟ ଜ୍ୟୋତିରେଖାଙ୍କୁ ପ୍ରେମ ଜାଲରେ ବାନ୍ଧି ରଖିଥିଲେ। ଶନିବାର ଭୋର ସମୟରେ ଜ୍ୟୋତିରେଖା ଘରେ କାହାକୁ କିଛି ନ ଜଣାଇ କୁଆଡ଼େ ପଳାଇ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ଶ୍ୟାମଘନ ଜ୍ୟୋତିରେଖାଙ୍କ ମୋବାଇଲ୍ରୁ ତାଙ୍କ ବାପା ଫିରୋଜକାନ୍ତଙ୍କୁ ଫୋନ୍ କରି ଝିଅ ବିଷ ଖାଇଦେଇଥିବା ଏବଂ ସେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣାଇଥିଲେ। ଫିରୋଜକାନ୍ତ ଗୋବରା ମେଡିକାଲ୍ରେ ପହଞ୍ଚତ୍ ତାଙ୍କ ଝିଅର ମୃତଦେହ ପଡିଥିବା ଦେଖିଥିଲେ। ଡାକ୍ତରଙ୍କଠାରୁ ବିଷକ୍ରିୟା ଯୋଗୁ ଜ୍ୟୋତିରେଖାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ତେବେ ଶ୍ୟାମଘନ ନିଜ ରାସ୍ତାରୁ କଣ୍ଟା ହଟାଇବା ପାଇଁ ଜ୍ୟୋତିରେଖାଙ୍କୁ ବିଷ ଦେଇ ମାରିଦେବା ସହିତ କୁଆଡ଼େ ଫେରାର ହୋଇଯାଇଥିବା ନେଇ ଫିରୋଜକାନ୍ତ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଗୋବରା ମେଡିକାଲ୍ରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଇବା ସହିତ ୬୧୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜ୍ୟୋତିରେଖାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
୨୦୨ ରନ୍ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍ରେ ଆରସିବିର ନୂଆ ରେକର୍ଡ
ବେଙ୍ଗାଲୁର,୨୮।୩: ଆଇପିଏଲ୍ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…
ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ
ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…
ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!
ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…
ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ସସ୍ପେଣ୍ଡ
ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍ପେଣ୍ଡ କରାଯାଇଥିବା ଏସ୍ପି ଶନିବାର…
ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ
ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…
ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ
ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…
ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା
ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…
Archives

