ନୀଳପଥର ଲୁଟ୍‌ ରୋକାଯାଉନି

କାଳିଆପାଣି,୯ା୨(ଅସିତ ମହାନ୍ତ): ଯାଜପୁର ଜିଲା ଦୈତାରୀ ସଂରକ୍ଷିତ ଟିକରପଡ଼ା ଜଙ୍ଗଲରୁ ନୀଳପଥର ଲୁଟ୍‌ ଚାଲିଛି। ହେଲେ ଏହାକୁ ରୋକାଯାଉନାହିଁ। ଏହା ଉପରେ ବାହାର ରାଜ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମାତ୍ର ଏକଥା ବନ ବିଭାଗ ଅଧିକାରୀ ଜାଣି ଅଜଣା ପରି ହେଉଥିବା ଅଭିଯୋଗ ହୋଇଛି।ବାରମ୍ବାର ନୀଳପଥର ଲୁଟ୍‌ ଅଭିଯୋଗ ପରେ ଜାନୁଆରୀ ୨୧ରେ ମଧ୍ୟପ୍ରଦେଶ ଯାଉଥିବା ନୀଳପଥର ବୋଝେଇ ୨ ଟ୍ରକ୍‌କୁ ବନ ବିଭାଗ ଜବତ କରିଥିଲା। ଏଥିସହିତ ୨ ଗାଡ଼ି ଚାଳକ ଓ ଜଣେ ହେଲ୍‌ପରଙ୍କୁ ଗିରଫ କରିଥିଲା। ଏହାପରେ ଏବେ ମାଫିଆମାନେ ତରିକା ବଦଳାଇ ବ୍ୟାପକଭାବେ ନୀଳ ପଥର ଚୋରାଚାଲାଣ କରୁଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଟିକରପଡ଼ା ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସେ ଅଞ୍ଚଳକୁ ଯାତାୟାତ ନ ଥିଲା। ୨୦୧୦ରେ ଟିକରପଡ଼ା ଅଞ୍ଚଳକୁ ଆଇଏପି ଯୋଜନାରେ କଂକ୍ରିଟ ରାସ୍ତା ହେବାପରେ ଟିକରପଡ଼ା ଗାଁକୁ ଯୋଗାଯୋଗ ହୋଇଥିଲା। ତେଣୁ ସେ ଅଞ୍ଚଳକୁ ବାହାର ଲୋକଙ୍କ ଯାତାୟାତ ହେବାରୁ ମୂଲ୍ୟବାନ ନୀଳପଥର ଉପରେ ମାଫିଆଙ୍କ ନଜର ପଡ଼ିଥିଲା। ମାଫିଆ ସ୍ଥାନୀୟ ଲୋକଙ୍କ ଦ୍ୱାରା କମ ମୂଲ୍ୟରେ ପଥର ସଂଗ୍ରହ କରି ବେଧଡ଼କଭାବେ ଚାଲାଣ କରୁଛନ୍ତି। ସେ ସମୟରେ କାଳିଆପାଣି ଥାନା ଅଧିକାରୀ ଥିବା ଯୁବରାଜ ସ୍ବାଇଁ ପଥର ମାଫିଆଙ୍କୁ ଗିରଫ କରିବା ସହ ଚାଲାଣ ହେଉଥିବା ପଥରକୁ ସୁଦୂର ରାଜସ୍ଥାନରୁ ପଥର ଜବତ କରିଥିଲେ। ଥାନା ଅଧିକାରୀଙ୍କ ବଦଳି ପରେ ପଥର ମାଫିଆ ପୁଣି ସ୍ଥାନୀୟ ଲୋକଙ୍କୁ ଧରି ରାତ୍ରିରେ ପଥର ଭଙ୍ଗାଉଛନ୍ତି। ପଥର ଭାଙ୍ଗିବା ପରେ ଆସି ସାଇଜ ଅନୁଯାୟୀ ମୂଲ୍ୟ ଧାର୍ଯ୍ୟ କରୁଛନ୍ତି। ପଥର ଭଙ୍ଗାଯାଇ ଗାଡ଼ି ଆସି ପାରୁଥିବା ଅଞ୍ଚଳକୁ ମୁଣ୍ଡରେ ବୋହି ଅଣାଯାଇଛି। ପରେ ସିମେଣ୍ଟ ବସ୍ତାରେ ପ୍ୟାକେଟ କରି ପିକଅପ୍‌ ଭ୍ୟାନରେ ଚାଲାଣ କରାଯାଉଛି। ପ୍ରତିଦିନ ମାଫିଆମାନେ ବେଧଡ଼କ ପଥର ଚାଲାଣ କରୁଥିବା ଅଞ୍ଚଳଲୋକେ ଅଭିଯୋଗ କରିଛନ୍ତି। ଟମକା ଫରେଷ୍ଟର ଓ ଟମକା ପୋଲିସ ତୀକ୍ଷ୍ମ ନଜର ରଖିଥିବାରୁ ମାଫିଆ ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଟମକା ରାସ୍ତା ବଦଳାଇ କାଲିଆପାଣି ଥାନା ଦେଇ କାମାକ୍ଷାନଗର ରାସ୍ତାରେ ଗାଡ଼ି ନେଉଥିବା ନିଜ ନାମ ଗୋପନ ରଖି ବନ ବିଭାଗର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ସରକାର ସୁକିନ୍ଦା ଖଣି ଅଞ୍ଚଳରୁ କ୍ରୋମାଇଟ ଉତ୍ପାଦନ କରି ଦେଶ ଓ ରାଜ୍ୟ ରାଜକୋଷ ସମୃଦ୍ଧ କରୁଥିବାବେଳେ ନୀଳପଥରକୁ ଖଣିଠୁ ଜଙ୍ଗଲ ବିଭାଗ ପର୍ଯ୍ୟନ୍ତ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri