ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ ରଖି ତ୍ୱରାନ୍ବିତ ଭାବେ କାମ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ, ବ୍ରିଜ୍‌ ଖୋଲାଯିବା ଫଳରେ ସ୍ଥାନୀୟ ଅଞ୍ଚଳର ଯାତାୟାତରେ ବଡ଼ ସୁବିଧା ମିଳିବ।
ଏହି ଓଭରବ୍ରିଜ୍‌ ଚାଲୁ ହେବା ସହିତ ଆନନ୍ଦପୁର ଓ ପାଖପାଖି ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ନୂତନ ଗତି ଆସିବାକୁ ନେଇ ଆଶା ବ୍ୟକ୍ତ ହୋଇଛି। ବିଶେଷକରି ରାଜପଥ ୧୬ଉପରେ ଦୀର୍ଘଦିନ ଧରି ଘଟୁଥିବା ଯାତାୟାତ ଜାମ ଓ ଦୁର୍ଘଟଣାର ସମସ୍ୟା ହ୍ରାସ ପାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଉଲ୍ଲେଖନୀୟ ଯେ, ଏହି ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ହେବାରୁ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଥିଲା ଏବଂ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଘଟଣା ମଧ୍ୟ ରହିଛି। ତେଣୁ ବ୍ରିଜ୍‌ ଶୀଘ୍ର ଶେଷ କରି ଚାଲୁ କରାଯିବାକୁ ନେଇ ସାଧାରଣ ଲୋକଙ୍କ ଦାବି ଜୋରଦାର ହୋଇଥିଲା। ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ, ଦୀର୍ଘଦିନର ଦାବି ପୂରଣ ହୋଇଥିବାରେ ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହାର ଔପଚାରିକ ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri