କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା ଦୋକାନ ଖୋଲିବାକୁ ଅନୁମତି ରହିଥିଲା। ଏବେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି। ଏହି ସମୟରେ ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀ ଖୋଲିବାକୁ ଅନୁମତି ଦିଆଯାଇଛି। ଫଳରେ ଫୁଟପାଥ, ଉଠାଦୋକାନୀ ଏବଂ ଅନ୍ୟାନ୍ୟ ଦୋକାନୀଙ୍କ ଜୀବନ ଜୀବିକା ଠପ୍‌ ହୋଇଯାଇଛି। ଗତ ଦୁଇ ବର୍ଷ ହେବ କରୋନା ପାଇଁ ବହୁ ବେପାରୀଙ୍କ ଜୀବନ ଜୀବିକା ପେଷି ହୋଇଗଲାଣି।

ଖୋର୍ଦ୍ଧା ସହରକୁ ଦୈନିକ ୧୦ରୁ ୧୨ଟନ କଦଳୀ ଟ୍ରକ୍‌ ଆନ୍ଧ୍ରପ୍ରଦେଶରୁ ଆସୁଛି। ଏଠାରେ ୪ଟି ବଡ଼ ଗୋଦାମ ରହିଛି। କଦଳୀ ଆସିବା ପରେ ୨ଶହରୁ ଊର୍ଦ୍ଧ୍ୱ ଫୁଟପାଥ ବ୍ୟବସାୟୀ କଦଳୀ କିଣିଥାନ୍ତି। ବେପାର ପରେ ଟଙ୍କା ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ବେପାର ଠପ୍‌ ହୋଇଯାଇଛି। ପର୍ବପର୍ବାଣିରେ ଅଧିକ କଦଳୀ ବିକ୍ରି ହୋଇଥାଏ। ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି। ଦୋକାନ ଖୋଲିବା ଲାଗି ଅଳ୍ପ ସମୟ ଦିଆଯାଉଛି। ଏପରି ଚାଲିଲେ, ଦୋକାନ ବନ୍ଦ କରିବାକୁ ପଡ଼ିବ।
– ଅକ୍ଷୟ କୁମାର ସାହୁ,
କଦଳୀ ବ୍ୟବସାୟୀ
ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଲକ୍‌ଡାଉନ ଯୋଗୁ ଦୋକାନ ବନ୍ଦ ରହିିଛି। ଦୋକାନ ବନ୍ଦ ରହିଥିଲେ ମଧ୍ୟ ଭଡ଼ା ଦେବାକୁ ପଡୁଛି। ଅର୍ଡର ଅଛି, କାମ କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଆଗକୁ ରଥଯାତ୍ରା, ଦଶହରା ରହିଛି। ଏହି ସମୟରେ ରୋଜଗାର ହୋଇଥାଏ। ମେ’ ମାସରୁ ଦୋକାନ ବନ୍ଦ ରହିଛି। ଧାରକରଜ ବଢିଲାଣି। କିପରି ପରିବାର ଚଳାଇବୁ ଚିନ୍ତା ଘାରୁଛି।
– ରାଜକିଶୋର ଦଳାଇ, ଟେଲରିଂ ଦୋକାନୀ
ଲକ୍‌ଡାଉନରେ ଦୋକାନ ଖୋଲିବା ଉପରେ କଟକଣା ରହିଛି। ପୂର୍ବରୁ ଦୈନିକ ସକାଳ ୭ଠାରୁ ରାତି ୧୧ଟା ମଧ୍ୟରେ ୧ହଜାର ଟଙ୍କା ରୋଜଗାର ହେଉଥିଲା। ଦୋକାନ ବନ୍ଦ ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡିଲାଣି। ବେପାର ନ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛୁ।
– ରାକେଶ ସାହୁ,
ଜଳଖିଆ ଦୋକାନୀ
ଚା’ ଦୋକାନରୁ ଯାହା ରୋଜଗାର ହୁଏ, ପରିବାର ଚଳିଥାଏ। ଲକ୍‌ଡାଉନ ଯୋଗୁ ବେପାର ବନ୍ଦ ରହିଛି। ହାତରେ ଅନ୍ୟ କୌଣସି କାମଧନ୍ଦା ନାହିଁ। ବେପାର ନ ଥିବାରୁ ଯାହା ସଞ୍ଚି ଥିଲୁ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଆଗକୁ ଦୋକାନ ଖୋଲିବାକୁ ଅନୁମତି ନ ଦିଆଗଲେ ଅବସ୍ଥା ଦୁର୍ବିଷହ ହୋଇପଡିବ।
– ପ୍ରମୋଦ କୁମାର ଦାସ,
ଚା’ ଦୋକାନୀ
ଲକ୍‌ଡାଉନ ଯୋଗୁ ବେପାର ବନ୍ଦ ରହିଛି। ଧାରକରଜ କରି ବାହାର ରାଜ୍ୟରୁ ଲୁଗା ଆଣିଥିଲି। ତାହା ଘରେ ସାଇତି ରଖିଛି। ବେପାର ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଏବେ ବାଧ୍ୟରେ ବଜାରରୁ ଶାଗ କିଣି ରାସ୍ତା ପାର୍ଶ୍ୱରେ ବିକ୍ରି କରୁଛିି। ପରିବାର ଚଳାଇବା ଲାଗି ଯେ କୌଣସି କାମ କରିବାକୁ ପଡ଼ିବ ବୋଲି କହିଛନ୍ତି।
– ଜିତେନ୍ଦ୍ର ମଣ୍ଡଳ,
ଲୁଗା ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri